Rathayatra News: ମହାପ୍ରଭୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଦେବସ୍ନାନ ମଣ୍ଡପରେ ଜ୍ଯେଷ୍ଠା ସ୍ନାନ କରି ଥଣ୍ଡା ଜ୍ୱରରେ ପିଡିତ ଥିଲେ ମହାପ୍ରଭୁ। ଅଣସର ପିଣ୍ଡିରେ ଶ୍ରୀଅଙ୍ଗ ସେବକ ଦଇତାପତି ମାନେ ଦିନରାତି ମହାପ୍ରଭୁଙ୍କ ଥଣ୍ଡା ଉପଚାର କରିଥିଲେ। ପ୍ରଥମେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ବାହାର କରାଯାଇଥିଲା। ତାପରେ ପଞ୍ଚମୀରେ ଫୁଲୁରୀ ତେଲ ଲାଗି ହେବା ପରେ ତିନିଦିନ ଧରି ଓଷୁଅ ଲାଗି ହୋଇଥିଲେ ମହାପ୍ରଭୁ। ତାପରେ ଚକାବିଜେ, ଓ ଦଶମୀ ଦିନ ଦଶମୂଳ ପ୍ରସ୍ତୁତ କରି ବୈଦ୍ଯରାଜ ମାନେ ଶ୍ରୀମନ୍ଦିରକୁ ପଠାଇଥିବା ପରେ ଏକାଦଶୀରେ ଦଶମୂଳ ଲାଗି ହେବା ସହ ମହାପ୍ରଭୁ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସେପଟେ ରଥଯାତ୍ରା ପାଇଁ ପ୍ରସ୍ତୁତ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ମହାପ୍ରଭୁଙ୍କ ଅଣସରର ତ୍ରୟୋଦଶୀ ତିଥି ପାଳନ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବ। ଅଣସର ତ୍ରୟୋଦଶୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡ଼ି ପ୍ରସାଦ ଲାଗି ହେବ। ଅଣସର ଗୃହରେ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ଶ୍ରୀଜୀଉମାନଙ୍କୁ ଘଣା ଲାଗି ପରେ ଖଳି ଲାଗି ଓ ତତ୍ପରେ ଖଡ଼ି ଲାଗି ହେବ। ଗୁରୁବାର ଅପରାହ୍ନରେ ଘଣ୍ଟ , ଛତା , କାହାଳି ସହ ଖଳି ପ୍ରସାଦ ଶୁଦ୍ଧ ସୁଆରଙ୍କ ଘରଠାରୁ ଶ୍ରୀମନ୍ଦିରକୁ ବିଜେ କରାଯାଇଛି। ଆଜି ମହାପ୍ରଭୁଙ୍କର ବନକଲାଗି ନିତି ଅନୁଷ୍ଠିତ ହେବ ତେବେ ରଥଯାତ୍ରା ଲାଗି ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଭକ୍ତଙ୍କ ଭିଡ ଆରମ୍ଭ ହୋଇଛି। ତିନିରଥ ପ୍ରସ୍ତୁତ। ତିନିରଥରେ କପଡା ପଡିବା ଆରମ୍ଭ ହୋଇଛି। ଏଥର ୫୩ବର୍ଷ ପରେ ଏକ ବିରଳ ରଥଯାତ୍ରା ପଡିଛି। ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ଘୋଷଯାତ୍ରା। ଏଥିଲାଗି ରଥଯାତ୍ରା ପାଇଁ ଦୁଇଦିନିଆ ବ୍ଯବସ୍ଥା କରାଯାଉଛି। ଏହି ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ଯୋଗଦେବାର କାର୍ଯ୍ଯକ୍ରମ ରହିଛି।