Teacher Recruitment 2024: ସ୍କୁଲ୍ ଶିକ୍ଷାକୁ ରାଜ୍ୟ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଶିକ୍ଷାଦାନ ବ୍ୟବସ୍ଥାକୁ  ସୁଦୃଢ କରିବାକୁ ରାଜ୍ୟରେ ଶିକ୍ଷକ ନିଯୁକ୍ତିକୁ ଅଧିକ ଗୁରୁତ୍ବ ଦିଆଯାଉଛି।  ରାଜ୍ୟର ବିଭିନ୍ନ ସରକାରୀ ହାଇସ୍କୁଲରେ ୨୦୬୪ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ନିଯୁକ୍ତ ହେବେ।  ସେହିପରି, ବିଭିନ୍ନ ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୫୭୫ ଜଣ କନିଷ୍ଠ ଅଧ୍ୟାପକଙ୍କୁ ନିଯୁକ୍ତି ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ (Department of School and Mass Education) ପକ୍ଷରୁ ପ୍ରକ୍ରିୟା ଚାଲିଛି। 


COMMERCIAL BREAK
SCROLL TO CONTINUE READING

ALSO READ: Vande Bharat Express: ରାଜ୍ୟବାସୀଙ୍କୁ ମୋଦିଙ୍କ ଭେଟି, ଆଜି ରାଜ୍ୟରେ ଗଡି଼ବ ତୃତୀୟ 'ବନ୍ଦେ ଭାରତ' ଏକ୍ସପ୍ରେସ୍


ଚଳିତ ବର୍ଷ ମଧ୍ୟରେ ରାଜ୍ୟରେ ସର୍ବାଧିକ ଶିକ୍ଷକ ନିଯୁକ୍ତି ଦିଆଯାଇଛି। ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ୩୭୧୪ ଜଣ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ , ୪୫୨ ଜଣ କ୍ରୀଡା ଓ ଶାରୀରିକ ଶିକ୍ଷା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି, ୮୯୦ ଜଣ ତାଲିମପ୍ରାପ୍ତ  ସ୍ନାତକୋତ୍ତର ଶିକ୍ଷକ ପଦବି ଅଧିନରେ ୮୦୮ ଜଣ ତାଲିମପ୍ରାପ୍ତ ସ୍ନାତକତ୍ତୋର ଶିକ୍ଷକ ବିଭିନ୍ନ ସରକାରୀ ହାଇସ୍କୁଲରେ ନିଯୁକ୍ତି ଦିଆଯାଇଛି।  ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ୧୦୪ ଜଣ ଶିକ୍ଷକ ପ୍ରଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।  ଚଳିତ ବର୍ଷ ମଧ୍ୟରେ ଅଧିକ ଶିକ୍ଷକ ନିଯୁକ୍ତିକୁ ସରକାର ପ୍ରାଧାନ୍ୟ ଦେଇଛନ୍ତି। ଭାଷା ଭିତ୍ତିକ ଶିକ୍ଷାକୁ ଗୁରୁତ୍ବ ଦେଇ ସମସ୍ତ ଜିଲ୍ଲାରେ ତୃତୀୟ ଭାଷାରେ ୩୬୮ଜଣ ହିନ୍ଦୀ,  ୨୦୮ ଜଣ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି।