Puri News: ସରିଲା ଶ୍ରୀକ୍ଷେତ୍ରର ଗୋସାଣି ଯାତ୍ରା। ଧରାପୃଷ୍ଠରୁ ତ୍ରିଦିନାତ୍ମକ ଲୀଳା ସାରି ବାହୁଡ଼ିଲେ ମା’ ଦୁର୍ଗତିନାଶିନୀ। । ମେଲାଣି ନେଇଛନ୍ତି ଗୋମାଣୀ ମେଡ଼। ପଚାଶରୁ ଉର୍ଦ୍ଧ୍ବ ଗାସାଣୀ ମେଢ ଧାଡି ହୋଇ ବିରାଟ ଶୋଭାଯାତ୍ରାରେ ମେଲାଣିକୁ ଯିବାବେଳେ ଭକ୍ତିପୁତ ବିଦାୟ ଦେଇଛନ୍ତି ଶ୍ରୀକ୍ଷେତ୍ରବାସୀ। ପୁଣି ଆସନ୍ତା ବର୍ଷକୁ ଅପେକ୍ଷା।

 

ସଂନ୍ଧ୍ୟା ନଇଁବା ବେଳକୁ ବଡଦାଣ୍ଡରେ ଆରମ୍ଭ ହୋଇଯାଇଥିଲା ଗୋଷାଣୀ ଦେବୀ ମାନଙ୍କ ମେଳଣ ଉତ୍ସବ। ବିରାଟ ପଟୁଆରରେ ଆସୁଥିଲେ ଗୋଟିଏ ପରେ ଗୋଟିଏ ଗୋଷାଣୀ ମେଢ। ସିଂହଦ୍ଵାର ସମ୍ମୁଖରେ ଏଭଳି ଦୃଶ୍ୟମାନ ହେଉଥିଲେ ଯେ ଯେମିତି ଦେବୀ ମାନଙ୍କର ସଭା ଚାଲିଛି। ନାଚ ଗୀତର ରୁଣୁଝୁଣୁ ଆଉ ବୀରବାଦ୍ୟର ପାରମ୍ପରିକ ତାଳରେ ଚାଲିଥାଏ ନୃତ୍ୟ। କ ଭକ୍ତମାନେ ମା''ଙ୍କୁ ସିଂହଦ୍ବାରୁ ଦେବସଭାକୁ ପାଛୋଟି ଆଣିଥିଲେ ପୂଜା କମିଟି ସଦସ୍ଯ ଓ ଭକ୍ତ।।ପ୍ରଥମେ ବଡ଼ଭଉଣୀ ମା’ ବାରବାଟୀ ଦେବସଭା ଅଭିମୁଖେ ବାହାରିବା ପରେ ଅନ୍ୟ ଦେବାଦେବୀ ଗୋସାଣୀ ଯାତ ଅଭିମୁଖେ ଆଗେଇଥିଲେ। ଶାରଦୀୟ ମହାପାର୍ବଣରେ ପରଦା ନଇଁବା ଆଗରୁ ମା''ଙ୍କ ଆଖିରେ ଆଖି ମିଶାଇ ଭକ୍ତଙ୍କ ଭାବ ଦିଆନିଆର ଅପୂର୍ବ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭକ୍ତମାନେ ଗୋମାଣୀଙ୍କୁ ଦେଖି କେବଳ ମୁଣ୍ଡ ନୁଆଁଇ ପ୍ରଣାମ କରୁନଥିଲେ, ବରଂ କାରିଗରୀର ମୂଲ୍ୟାୟନ ବି କରୁଥିଲେ। ଶ୍ରୀକ୍ଷେତ୍ରରେ ପରମ୍ପରାରର ଏହି ବୈଶିଷ୍ଟ୍ୟକୁ ଉପଭୋଗ କରିବାକୁ ସହସ୍ରାଧିକ ଭକ୍ତଙ୍କ ସମାଗମ । 

 

ସେପଟେ ସବୁଠିଁ ମା ଦୁର୍ଗାଙ୍କ ଉପାସନା ହେଉଥିବା ବେଳେ ଶ୍ରୀକ୍ଷେତ୍ରରେ ପିଠ ଠାକୁରାଣୀ ଗୋଷାଣୀ ଦେବୀ ମାନଙ୍କର ହୋଇଥାଏ ଉପାସନା । ଜହ୍ନିଖାଇ, କାକୁଡିଖାଇ,ବାରବାଟି, ଗେଲବାଇ,ବେଲବାଇ, ସମ୍ପାତୀ ଚଢେଇ, ଶୂନ୍ୟ ଗୋଷାଣୀ,ନାଗା ଆଦି ଅନେକ ମେଢ। ବିଶେଷକରି ଜହ୍ନିମୁଣ୍ଡିଆ ଛକ ଜହ୍ନିଖାଇ ଠାକୁରାଣୀ ଓ ବାରବାଟୀ ଠାକୁରାଣୀଙ୍କ ବିଶାଳକାୟ ମୂର୍ତି ଦେବସଭାକୁ ଆସିବା ବେଳର ଦୃଶ୍ୟ ଦେଖିବାକୁ ରାସ୍ତାର ଦୁଇକଡ଼ରେ ପ୍ରବନ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ପଣାପ୍ରିୟା, ଗେଲବାଇ, ବେଲବାଇ, ବନଦୁର୍ଗା, ଶୂନ୍ୟ ଗୋଷାଣୀ, ଶିବପାର୍ବତୀ, ପଞ୍ଚମୁଖୀ ହନୁମାନ, ନବଗୁଞ୍ଜର, ସମ୍ପାତି, ଭାବଣ, ହାଡ଼ିଆ ଭୂତ ଓ ବୁଢାବୁଢୀ ମଧ୍ୟ ଦେବସଭାରେ ସମବେତ ହୋଇଥିଲେ। ଦେବୀଙ୍କୁ ଆଳତି କରିଥିଲେ । ତେବେ ଗୋଷାଣୀ ଯାତ୍ରାରେ ବୁଢାବୁଢୀ ଓ ହାଡିଆ ଭୂତ ଭକ୍ତଙ୍କ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିଲେ।,,

 

ସେହିପରି ବିଶାଳକାୟ ନାଗା ମୂର୍ତ୍ତି ଦେଖି ଆଖି ଖୋସି ହୋଇଯାଉଥିଲା ବୀରପ୍ରତିମ କାହାଣୀ ସାଙ୍ଗକୁ ତାହାର ଠାଣି କେତେ କାରୁକାର୍ଯ୍ୟପୂର୍ଣ ଦୃଶ୍ୟକୁ ଦେଖି ଚକିତ ହେଉଥିଲେ ଭକ୍ତ । ବଡଦାଣ୍ଡରେ ବିଶାଳକାୟ ନାଗାଙ୍କ ବୀରତ୍ୱର ସହ ଆଗମନର ଦୃଶ୍ୟ ଭକ୍ତ ଓ ଦର୍ଶନାର୍ଥିଙ୍କୁ ବେଶ୍ ବିମୋହିତ କରିଥିଲା। ଦେବୀ ଓ ଗୋସାଣୀ ଦେବସଭାରେ ସମବେତ ହେବା ପରେ ଏକାଦଶୀରେ ଶ୍ରୀମନ୍ଦିର ଚୂଡ଼ାକୁ ଉଠୁଥିବା ମହାଦୀପ ଦର୍ଶନ କରି ବିସର୍ଜନ ପାଇଁ ବାହାରିଥିଲେ। ପ୍ରଭୁଙ୍କ ଆଶୀର୍ବାଦ ନେଇ ବିସର୍ଜନ ପାଇଁ ମେଲାଣି ନେଇଥିଲେ ମା ଦୁର୍ଗତିନାଶିନୀ। ବିସର୍ଜନ ପାଇଁ ଯିବା ବାଟରେ ବି ସମବେତ ଭକ୍ତ ଏହି ଅନନ୍ୟ ଦୃଶ୍ୟକୁ ଉପଭୋଗ କରିବାକୁ ରାସ୍ତାକଡ଼ରେ ଅପେକ୍ଷା କରିଥିଲେ। ଗୋଷାଣିମାନେ ଧାଡ଼ିରେ ଶ୍ରୀସେତୁ ନିକଟରେ ହୋଇଥିବା ଅସ୍ଥାୟୀ ପୁଷ୍କରିଣୀରେ ମେଲାଣି ନେଇଛନ୍ତି।

 

 

ତେବେ ପବିତ୍ର ଏକାଦଶୀରେ ବିଭିନ୍ନ ପୂଜାମଣ୍ଡପରେ ଗୋଷାଣୀ ପୂଜାମଣ୍ଡପରେ ବିସର୍ଜନ ନୀତି ଅନୁଷ୍ଠିତ ହେବା ପରେ ସିଂହଦ୍ଵାର ସମ୍ମୁଖସ୍ଥ ଦେବସଭା ନିମନ୍ତେ ଯାତ୍ରା ଆରମ୍ଭ ହୋଇଥିଲା। ସାହି ପରିକ୍ରମା କରି ମା'' ଓ ଅନ୍ୟ ଗୋଷାଣୀ ମେଳଣରେ ସମବେତ ହୋଇଥିଲେ । ଆଠସାହୀ ବୟାଳିଶ କନ୍ଦିର ସହର ଭାବେ ପରିଚିତ ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରୁ ୫୦ରୁ ଉର୍ଦ୍ଧ୍ବ ଦେବଦେବୀଙ୍କର ହୋଇଥିଲା ସମାଗମ ।