ଭୁବନେଶ୍ୱର:  ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ବରୀଙ୍କ ପୀଠର ରୂପାନ୍ତରଣ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଲାଗି ଜାନୁୟାରୀ ୨୭ ଶନିବାରକୁ  ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି।ଏଥିରେ ରାଜ୍ୟର ସମସ୍ତ ସ୍କୁଲ୍‍, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସରକାରଙ୍କ ଏହି ଘୋଷଣା ଦ୍ୱାରା ଏ ସପ୍ତାହରେ ଲଗାତାର ୩ ଦିନ ଛୁଟି ମିଳିବା ନିଶ୍ଚିତ ହୋଇଛି। 


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତିରେ କୁହାଯାଇଛି ଯେ,  ଜାନୁୟାରୀ  ୨୭ରେ  ଏହି ଉଦ୍‍ଘାଟନୀ ଉତ୍ସବ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି। ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି  ମା’ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରଦାନ ପାଇଁ ଏହିପରି ଛୁଟି ଘୋଷଣା ନିଷ୍ପତ୍ତି ନିଆଯାଇଛି। 


ସୂଚନାଯୋଗ୍ୟ ଯେ, ଚତୁର୍ଥ  ଶନିବାର ଯୋଗୁଁ  ସେଦିନ ସମସ୍ତ ସରକାରୀ ଅଫିସ ମଧ୍ଯ ବନ୍ଦ ରହୁଛି। ଅର୍ଥାତ୍‍ ୨୬ ତାରିଖ ଶୁକ୍ରବାର ଦିନ ଗଣରାଜ୍ୟ ଦିବସ ହେତୁ ଛୁଟି, ଶନିବାର ସମଲେଇ ପ୍ରକଳ୍ପ ଉଦ୍‍ଘାଟନୀ ଉତ୍ସବ ଏବଂ ରବିବାର ସପ୍ତାହାନ୍ତ ଛୁଟି, ଏହିପରି ୩ ଦିନ ଛୁଟି ପାଇବେ ସରକାରୀ କର୍ମଚାରୀ।


Also Read- Mangal Gochar 2024: ମକର ରାଶିରେ ମଙ୍ଗଳ ଚଳନ, ଏହି ରାଶିର ଫିଟିବ ଭାଗ୍ୟ


Also Read- Grah Gochar 2024: ଫେବୃଆରୀରେ ବଦଳିବ ୫ ଟି ଗ୍ରହର ଗତିବିଧି, ବଦଳିବ ଏହି ରାଶିର ଭାଗ୍ୟ