Heavy Rainfall in Bhubaneswar: ରାଜ୍ୟ ରାଜଧାନୀରେ(State capital) ଏବେ ବର୍ଷାର ତାଣ୍ଡବ। ପ୍ରବଳ ବର୍ଷା ଯୋଗୁ ଏବେ ରାଜଧାନୀରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ଗତ କାଲି ରାଜ୍ୟରେ ଲଗାଣ ବର୍ଷା ରାଜଧାନୀବାସୀଙ୍କ ହାଲ୍ ବେହାର କରିଦେଇଛି।ତଳିଆ ଅଞ୍ଚଳରେ ବର୍ଷା ଜଳ(Rain Water) ପଶିବା ହେତୁ ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ରାଜଧାନୀବାସୀ। ଲଗାତାର ବର୍ଷା ହେତୁ ଯାତାୟତାରେ ଅସୁବିଧା ସୃଷ୍ଟି ହେବା ସହ ଦୀର୍ଘ ସମୟ ଧରି ବିଜୁଳି କାଟ୍ ଲୋକଙ୍କୁ ଦୁଃଖ ଦେଇଛି। ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଆଣ୍ଠୁଏ ପାଣି ଠିଆ ହେବା ସହ ଘର ଭିତରେ ମଧ୍ୟ ପାଣି ପଶିଯାଇଥିବା ଦେଖିବାକୁ ମିଳିଛି।


COMMERCIAL BREAK
SCROLL TO CONTINUE READING

ତେବେ ରାଜଧାନୀବାସୀଙ୍କର ଏପରି ସମସ୍ୟା କୌଣସି ନୂଆ କଥା ନୁହେଁ। ପ୍ରତିବର୍ଷ ବର୍ଷା ଋତୁ ଆସିଲେ ଏଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ରାଜଧାନୀବାସୀ। ଏ ନେଇ ପ୍ରତ୍ୟେକ ଭୁବନେଶ୍ୱରିଆ ସରକାର ଓ ପ୍ରଶାସନକୁ ଦୋଷ ଦେଇଥାନ୍ତି ଓ ପ୍ରଶାସନ ମଧ୍ୟ ଏହାର ସମାଧାନ ପାଇଁ ଚେଷ୍ଟିତ ବୋଲି ପ୍ରତିଶୃତି ଦେଇଥାଏ। ବର୍ଷ ସାରା ଭୁବନେଶ୍ୱରକୁ ଆହୁରି ସ୍ମାର୍ଟ ବନାଇବା ପାଇଁ କାର୍ଯ୍ୟ ଚାଲିଥାଏ, ଲୋକେ ମଧ୍ୟ ନିଜ ଗାଁ ଗଣ୍ଡା ଛାଡ଼ି ସ୍ମାର୍ଟ ସିଟିର ବାସିନ୍ଦା ହେବା ପାଇଁ ଧାଇଁ ଆସନ୍ତି଼। ହେଲେ ଏହି ସମସ୍ୟାର ସ୍ଥାୟୀ ସମାଧାନ କେବେ ତାହା କାହାକୁ ଜଣା ନାହିଁ।


ମାତ୍ରାଧିକ ବର୍ଷା ହେତୁ ରାଜଧାନୀର ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା(flood) ସୃଷ୍ଟି ହେବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି।  ଇସ୍କନ ମନ୍ଦିର ସମ୍ମୁଖରେ ୩ ଫୁଟ ଉଚ୍ଚର ପାଣି ଦେଖିବାକୁ ମିଳିଛି।ତେବେ ଗତ କାଲି ଅପରାହ୍ନ ସାଢ଼େ ୨ଟାରୁ ସାଢ଼େ ୫ଟା ମଧ୍ୟରେ ରାଜ୍ୟରେ ସର୍ବମୋଟ୍‌ ୧୮୬ ମି.ମି ବର୍ଷା ରେକର୍ଡ ହୋଇଥିବା ବେଳେ ରାତି ସାଢ଼େ ୮ଟା ସୁଦ୍ଧା ଏହା ୧୨ ବର୍ଷର ରେକର୍ଡ ଭାଙ୍ଗି ବର୍ଷାର ପରିମାଣ ୨୫୮ ମିମି‌ରେ ପହଞ୍ଚିଥିଲା।ଏପରି ସ୍ଥଳେ ଟୁଇନ୍‌ ସିଟି ଭୁବନେଶ୍ୱର-କଟକରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୭୦ ରୁ ୨୦୦ ମିଲି ମିଟର ବର୍ଷା ହେବା ନେଇ ଆକଳନ କରାଯାଇଛି।


ଆସନ୍ତାକାଲି ରାଜ୍ୟର ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ସୁନ୍ଦରଗଡ଼, କଟକ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ଏଥିସହ କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।


Also read: Puri Jagannath Temple: ବନକଲାଗି ନୀତି ବିବାଦ: ସ୍ଥଗିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ