Puri Jagannath Temple: ବନକଲାଗି ନୀତି ବିବାଦ: ସ୍ଥଗିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
Advertisement
Article Detail0/zeeodisha/odisha1804959

Puri Jagannath Temple: ବନକଲାଗି ନୀତି ବିବାଦ: ସ୍ଥଗିତ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

Puri Jagannath Temple: ମଙ୍ଗଳବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବା ନେଇ ସ୍ଥିର କରାଯାଇଥିଲା । ତେବେ ଆଜି ହେବାକୁ ଥିବା ଏହି ବୈଠକକୁ ସ୍ଥଗିତ କରାଯାଇଛି । କ’ଣ ପାଇଁ ବୈଠକକୁ ସ୍ଥଗିତ କରାଗଲା ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସୌ(ସୋସିଆଲ ମିଡିଆ)

Puri Jagannath Temple: ମହାପ୍ରଭୁଙ୍କ ବନକଲାଗି ଲାଗି ନୀତିକୁ (Banaka lagi ritual) ନେଇ ଦତ୍ତ ମହାପାତ୍ର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ଯରେ ବିବାଦ ଲାଗି ରହିଛି । ଫଳରେ ନୀଳାଦ୍ରି ବିଜେର ଦୀର୍ଘ ଦିନ ପରେ ବି ହୋଇପାରିନି ବିଶ୍ବ ନିୟନ୍ତାଙ୍କ ବନକଲାଗି । ଏହାର ସମାଧାନ ଲାଗି ମଙ୍ଗଳବାର ଦିନ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବା ନେଇ ସ୍ଥିର କରାଯାଇଥିଲା । ତେବେ ଆଜି ହେବାକୁ ଥିବା ଏହି ବୈଠକକୁ ସ୍ଥଗିତ କରାଯାଇଛି । କ’ଣ ପାଇଁ ବୈଠକକୁ ସ୍ଥଗିତ କରାଗଲା ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଥାଉ କି, ବନକଲାଗି ପାଇଁ ଦୀର୍ଘ ୧ ମାସ ଧରି ମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ତେବେ ଏହି ବିବାଦ ପ୍ରସଙ୍ଗରେ ଆଲୋଚନା ନେଇ ମଙ୍ଗଳବାର ଦିନ ପରିଚାଳନା କମିଟି ବୈଠକ ବସିଥାଆନ୍ତି କିନ୍ତୁ ଆଜି ଏହି ବୈଠକ ସ୍ଥଗିତ ହୋଇଥିବା ସୂଚନା ମିଳିଛି । ଏନେଇ ପୁର୍ନବାର ବନକଲାଗି ଲାଗି ନୀତିକୁ ନେଇ ଆଶଙ୍ଗା ଦେଖାଦେଇଛି । ଶେଷ ଥର ହେରାପଞ୍ଚମୀ ପୂର୍ବରୁ ମହାପ୍ରଭୁଙ୍କ ବନକଲାଗି ହୋଇଥିଲା । ଏହାପରେ ମାସାଧିକ କାଳ ଠାକୁରଙ୍କ ଶ୍ରୀମୁଖ ଶୃଙ୍ଖରା ହୋଇପାରିନାହିଁ । ବନକଲାଗି ନୀତି ଲାଗି ଦାୟିତ୍ବରେ ଥିବା ଦତ୍ତ ମହାପାତ୍ର ନିଯୋଗ ମନଇଚ୍ଛା ସମୟ ଗଡାଇ ଚାଲିଥିବା ବେଳେ ଏହାର ସମାଧାନ ଲାଗି ଗତ ଶୁକ୍ରବାର ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସବ୍ କମିଟି ବୈଠକ ଡ଼କାଯାଇଥିଲା । ତେବେ ଏହି ବୈଠକରେ ମଧ୍ଯ କୌଣସି ନିଷ୍କର୍ସ ବାହାରି ପାରିନଥିଲା। ତେବେ ଆସନ୍ତା ଅଗଷ୍ଟ ୧ ତାରିଖ ଅର୍ଥାତ୍ ଆଜି ପରିଚାଳନା କମିଟି ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିଲେ । ସେପଟେ କିନ୍ତୁ ସବ୍ କମିଟି ବୈଠକ ପରେ ନରମିଥିଲା ଦତ୍ତ ମହାପାତ୍ର ନିଯୋଗ । ଆସନ୍ତା ବୁଧବାର ଦିନ ବନକଲାଗି କରିବା ନେଇ ଦତ୍ତ ମହାପାତ୍ର ନିଯୋଗ ପକ୍ଷରୁ ସୂଚନା ଦିଆଯାଇଥିଲା । ଏନେଇ ନିଯୋଗ ପକ୍ଷରୁ କୁହାଯାଇଥିଲା ଯେ, ‘ଆମେ ବୁଧବାର ବନକଲାଗି କରିବାକୁ ନିଷ୍ପତ୍ତି ନେଇଛୁ, ଯଦି ଏହି ଦିନ ସମ୍ଭବ ନ ହେଲା, ଆମେ ଗୁରୁବାର ବନକଲାଗି କରିବୁ। ତେଣୁ ପରିଚାଳନା କମିଟି ବୈଠକର ଆବଶ୍ୟକତା ନାହିଁ । ତେବେ ଦୀର୍ଘ ଦିନରୁ ଲାଗି ରହିଥିବା ଏହି ବିବାଦର ସମାଧାନ ଲାଗି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକକୁ ଅପେକ୍ଷା ରହିଥିବା ବେଳେ ତାହାକୁ ସ୍ଥଗିତ କରାଯାଇଛି ।

Also Read- Weather Update: ରାଜ୍ୟରେ ଆଉ ୨ ଦିନ ପ୍ରବଳ ବର୍ଷା! ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ପ୍ରକାଶ ଥାଉ କି, ମହାପ୍ରଭୁ ମାନବଦେହୀ ଅଟନ୍ତି । ଭକ୍ତଟିଏ ଯେଭଳି କ୍ଷୌରକର୍ମ କରି ମୁଖ ସଜ୍ଜା କରେ, ସେଭଳି ମହାପ୍ରଭୁଙ୍କ ଶ୍ରୀମୁଖ ସିଂହାର ବା ବନକଲାଗି କରାଯାଇଥାଏ। ସ୍ବତ୍ବଲିପି ଅନୁଯାୟୀ, କାହିଁ କେଉଁ କାଳରୁ ଏହି ବନକଲାଗି ନୀତି ହୋଇଆସୁଛି। ପ୍ରତିବର୍ଷ ମହାପ୍ରଭୁ ରଥଯାତ୍ରାରୁ ଫେରିବା ପରେ ନୀଳାଦ୍ରି ବିଜେର ୭ରୁ ୮  ଦିନ ଭିତରେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ରଙ୍କ ମଧ୍ଯରେ ବିବାଦ ଯୋଗୁ ଏହି ନୀତି ହୋଇପାରିନାହିଁ ଫଳରେ ଭକ୍ତଙ୍କ ଗ୍ରହଣରେ ଅସନ୍ତୋଷ ଦେଖାଦେଇଛି ।

Also Read- Horrific Accident:ମହାରାଷ୍ଟ୍ରରେ ଭୟଙ୍କର ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ୧୫ ଜୀବନ

Also Read-LPG Price: ଅଗଷ୍ଟ ଆରମ୍ଭରୁ ଖୁସି ଖବର ଦେଲେ ସରକାର, ଗ୍ୟାସ ଦରରେ ବୃହତ ହ୍ରାସ ! ୧୦୦ ଟଙ୍କା ହେଲା ଶସ୍ତା