Hirakud Update: କମୁଛି ହୀରାକୁଦ ଜଳଭଣ୍ଡାରର(Hirakud Dam) ଜଳସ୍ତର। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳ ଭଣ୍ଡାର ଜଳସ୍ତର ୬୨୦.୭୯ ଫୁଟ୍ ରହିଥିବା ସୂଚନା ମିଳିଛି। ଡ୍ୟାମର ବାମ ପାର୍ଶ୍ୱରୁ ୧୩ଟି ଗେଟ ଖୋଲା ଯାଇଥିବା ବେଳେ ଡାହାଣ ପାର୍ଶ୍ୱରୁ ୭ ଗେଟ ଖୋଲାଯାଇଛି। ବର୍ତ୍ତମାନ ମୋଟ ୨୦ଟି ଗେଟ(20 Gate) ଦେଇ ବନ୍ୟା ଜଳ ନିଷ୍କାସନ ହେଉଥିବା ଜଣାପଡ଼ିଛି। ତେବେ ଉପର ମୁଣ୍ଡରୁ ଉପରମୁଣ୍ଡରୁ ୧ଲକ୍ଷ ୭୩ ହଜାର ୬୦୯ କ୍ୟୁସେକ ଜଳ ହୀରାକୁଦ ଭଣ୍ଡାରକୁ ଆସୁଥିବା ବେଳେ ୩ ଲକ୍ଷ ୪୪ ହଜାର କ୍ୟୁସେକ ଜଳ ୨୦ଟି ଗେଟ ଦେଇ ନିର୍ଗତ ହେଉଛି।


COMMERCIAL BREAK
SCROLL TO CONTINUE READING

ତେବେ ଆଜି ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧ ଦଶମିକ ୧୦ ଫୁଟ୍ ଥିବା ବେଳେ ପ୍ରତି ସେକେଣ୍ଡରେ ୧ଲକ୍ଷ ୬୭ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଥିଲା। ଏତି ସହ ନିଷ୍କାସିତ ହେଉଥିଲା ୩ଲକ୍ଷ ୪୯ ହଜାର ୪୯୬ କ୍ୟୁସେକ୍ ବନ୍ୟାପାଣି । କଟକ ମୁଣ୍ଡଳୀରେ(Cuttack Munduli) ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୪ଲକ୍ଷ ୨୬ ହଜାର ୧୧୨ ବନ୍ୟାଜଳ । ବରମୁଳରେ ପ୍ରତି ସେକେଣ୍ଡରେ ୪ ଲକ୍ଷ ୮୪ ହଜାର ୫୦୦ କ୍ୟୁସେକ ଜଳ ନିଷ୍କାସିତ କରାଯାଉଥିବା ସୂଚନା ରହିଛି।


ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲରେ ୧ ହଜାର କ୍ୟୁସେକ୍, ଶାସନ ମୁଖ୍ୟ କେନାଲରେ ୩୨୦ କ୍ୟୁସେକ୍ ଓ ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରିରେ ୬୮ କ୍ୟୁସେକ୍ ପାଣି ଛଡ଼ାଯାଇଥିବା ବେଳେ ଶିଳ୍ପାନୁଷ୍ଠାନକୁ ୨୫୧ କ୍ୟୁସେକ୍ ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ବେଲଗାଁରେ ୧୩,୨୦୦ କ୍ୟୁସେକ୍, ପର୍ଥଲାରେ ୫୫,୧୧୯ କ୍ୟୁସେକ୍, ଖଇରମାଲରେ ୪,୩୦,୦୦୦ କ୍ୟୁସେକ୍, ବରମୂଳଠାରେ ୪,୭୨,୦୦୦ କ୍ୟୁସେକ୍ ଓ ମୁଣ୍ଡଳୀରେ ୩,୪୭,୪୮୨ କ୍ୟୁସେକ୍ ପାଣି ମହାନଦୀରେ ପ୍ରବାହିତ ହେଉଛି।


ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ହୀରାକୁଦର ଜଳ ସ୍ତରକୁ ନେଇ ଖବର ଉଉପରେ ରହିଛି ଏବେ ସମସ୍ତଙ୍କ ନଜର।ତେବେ ପୂର୍ବାପେକ୍ଷା ଏବେ ରାଜ୍ୟରେ ବର୍ଷା ସ୍ଥିତି ମଧ୍ୟ ସାମାନ୍ୟ କମ୍ ରହିଛି।


Also Read: Healthy Tips: ସତରେ କ’ଣ ମୋଟାପଣ କମ୍ କରିଥାଏ ଉଷୁମ୍ ପାଣି? ପଢ଼ନ୍ତୁ ପୂରା ଷ୍ଟୋରୀ...


Bhubaneswar: ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ