Healthy Tips: ସତରେ କ’ଣ ମୋଟାପଣ କମ୍ କରିଥାଏ ଉଷୁମ୍ ପାଣି? ପଢ଼ନ୍ତୁ ପୂରା ଷ୍ଟୋରୀ...
Advertisement
Article Detail0/zeeodisha/odisha1812837

Healthy Tips: ସତରେ କ’ଣ ମୋଟାପଣ କମ୍ କରିଥାଏ ଉଷୁମ୍ ପାଣି? ପଢ଼ନ୍ତୁ ପୂରା ଷ୍ଟୋରୀ...

Weight loss Tips: ଓଜନ ହ୍ରାସ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି। ଜିମ୍ ଯିବାଠୁ ଆରମ୍ଭ କରି ଯୋଗ,ପ୍ରାମାୟମ, ଆସନ ଆଦି ବିଭିନ୍ନ ପ୍ରକାରର ଶାରୀରିକ କସରତ କରିଥାନ୍ତି। ଏଥିସହିତ ବିଭିନ୍ନ ପ୍ରକାରର ଖାଦ୍ୟ ପାନୀୟକୁ ମଧ୍ୟ ନିଜର ଡେଲି ଡାଏଟରେ ସାମିଲ୍ କରିଥାନ୍ତି। ତେବେ ଏଥି ମଧ୍ୟରୁ ଏକ ପାନୀୟ ହେଉଛି ଗରମ ପାଣି।ପ୍ରାୟତଃ ଅନେକ ମହିଳା ନିଜର ଓଜନ, ପେଟର ଅଜଥା ଚର୍ବି କମ୍ କରିବା ପାଇଁ ଗରମ ପାଇଁ ପିଇଥାନ୍ତି। 

Healthy Tips: ସତରେ କ’ଣ ମୋଟାପଣ କମ୍ କରିଥାଏ ଉଷୁମ୍ ପାଣି? ପଢ଼ନ୍ତୁ ପୂରା ଷ୍ଟୋରୀ...

Weight loss Tips: ଆବଶ୍ୟକତା ଠାରୁ ଅଧିକ ଶରୀରର ଓଜନ ରହିବା ଦ୍ୱାରା ଶରୀରକୁ ଅନେକ ରୋଗ ମାଡ଼ି ଆସିଥାଏ। ତେଣୁ ନିର୍ଦ୍ଧିଷ୍ଟ ବୟସ ଅନୁସାରେ ଏକ ନିର୍ଦ୍ଧିଷ୍ଟ ଓଜନ ରହିବା ସ୍ୱାସ୍ଥ୍ୟ ପାଇଁ ହୀତକାରକ ଅଟେ। ତେବେ ଆଜିକାଲିର ଖାଦ୍ୟପେୟ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ(Unhealthy Lifestyle)  ଯୋଗୁ ଓଜନ ମାତ୍ରାଧିକ ବୃଦ୍ଧି ପାଉଥିୁବା ଦେଖିବାକୁ ମିଳିଥାଏ। ଶରୀରର ଓଜନ ଅଧିକ ବଢ଼ିବା ଦ୍ୱାରା ଡାଇବେଟିସ୍, ସୁଗାର, କୋଲେଷ୍ଟ୍ରଲ ଆଦି ବିଭିନ୍ନ ପ୍ରକାରର ରୋଗ ମଦ୍ୟ ଆପେ ଆପେ ହେବାକୁ ଲାଗିଥାଏ।

ତେବେ ଓଜନ ହ୍ରାସ କରିବା ପାଇଁ ଅନେକ ଲୋକ ଅନେକ ପ୍ରକାରର ଉପାୟ ଆପଣାଇଥାନ୍ତି। ଜିମ୍ ଯିବାଠୁ ଆରମ୍ଭ କରି ଯୋଗ,ପ୍ରାମାୟମ, ଆସନ ଆଦି ବିଭିନ୍ନ ପ୍ରକାରର ଶାରୀରିକ କସରତ କରିଥାନ୍ତି। ଏଥିସହିତ ବିଭିନ୍ନ ପ୍ରକାରର ଖାଦ୍ୟ ପାନୀୟକୁ ମଧ୍ୟ ନିଜର ଡେଲି ଡାଏଟରେ ସାମିଲ୍ କରିଥାନ୍ତି। ତେବେ ଏଥି ମଧ୍ୟରୁ ଏକ ପାନୀୟ ହେଉଛି ଗରମ ପାଣି।ପ୍ରାୟତଃ ଅନେକ ମହିଳା ନିଜର ଓଜନ, ପେଟର ଅଜଥା ଚର୍ବି କମ୍ କରିବା ପାଇଁ ଗରମ ପାଇଁ ପିଇଥାନ୍ତି। ତେବେ ଆସନ୍ତୁ ଜାଣିବା ପ୍ରକୃତରେ ଉଷୁମ୍ ପାଣି ଓଜନ ହ୍ରାସ ପାଇଁ କେତେ ଲାଭଦାୟକ..

ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ସର୍ବଦା ଲାଭଦାୟକ ଅଟେ। ଗରମ ପାଣି ଆପଣଙ୍କ ଶରୀରକୁ ଡିଟକ୍ସିଫାଏ କରିଥାଏ ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ, ଯେଉଁ କାରଣରୁ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦୂର ହୋଇଯାଏ। ଗରମ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ମଧ୍ୟ ଭଲ ରହିଥାଏ ଏବଂ ଏହା ଭୋକକୁ ହ୍ରାସ କରିଥାଏ। ଖାଦ୍ୟ ଖାଇବା ପରେ ଯଦି ଗରମ ପାଣି ପିଅନ୍ତି, ତେବେ ଏହା ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ଏବଂ କୋଷ୍ଠକାଠିନ୍ୟ, ଅମ୍ଳତା ଏବଂ ଗ୍ୟାସ୍ ଭଳି ହଜମ ସମ୍ବନ୍ଧୀୟ ସମସ୍ୟା ଦୂର କରିଥାଏ।

କେଉଁ ସମୟରେ ପିଇବା ଉଚିତ୍?

ଖାଲି ପେଟରେ କିମ୍ବା ଖାଇବା ପରେ ଗରମ ପାଣି ପିଇବା ଦ୍ୱାରା ଏହା ଓଜନ ହ୍ରାସ କରିବାରେ ଲାଭଦାୟକ ବୋଲି ବିବେଚନା କରାଯାଏ । ଯଦି ପ୍ରତିଦିନ ସକାଳେ ଗରମ ପାଣି ପିଇଲେ ଏହା ଶରୀରର ଏକ୍ସଟ୍ରା ଚର୍ବିକୁ ନଷ୍ଟ କରିଥାଏ। ଖାଇବା ପରେ ଗରମ ପାଣି ପିଇବା ହଜମ କରିବାରେ ସାହାଯ୍ୟ କରିଥାଏ ଏବଂ ଚର୍ବିକୁ ନିୟନ୍ତ୍ରଣରେ ରଖେ। ଯଦି ଖାଲି ପେଟରେ ପ୍ରତିଦିନ ଉଷୁମ ପାଣି ପିଅନ୍ତି, ତେବେ ଏହା ପେଟର ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଗରମ ପାଣି ପିଇବା କ୍ଷତିକାରକ କି?

ଗରମ ପାଣି ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ, କିନ୍ତୁ ଏହାକୁ ପିଇବା ଦ୍ୱାରା ଶରୀରରେ କିଛି କ୍ଷତି ମଧ୍ୟ ହୋଇପାରେ-

1. ଅତ୍ୟଧିକ ଗରମ ପାଣି ପିଇବା ଦ୍ୱାରା ତଣ୍ଟି ଜଳିଯିବାର ଭୟ ରହିଥାଏ। ଏହା ମସ୍ତିଷ୍କର ସ୍ନାୟୁକୁ ମଧ୍ୟ ପ୍ରଭାବିତ କରେ ଏବଂ ମୁଣ୍ଡବିନ୍ଧାର ସମସ୍ୟା ଆରମ୍ଭ ହୁଏ ।

2- ଗରମ ପାଣି ପିଇବା ଦ୍ୱାରା ଏହା ଶରୀରକୁ ଡିଟକ୍ସ କରିବାରେ ସାହାଯ୍ୟ କରିଥାଏ, କିନ୍ତୁ ଅତ୍ୟଧିକ ଗରମ ପାଣି ପିଇବା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ କ୍ଷତି ଘଟାଇଥାଏ।

3-ଏହାକୁ ପିଇବା ଦ୍ୱାରା ରକ୍ତ ନଳୀରେ ରକ୍ତ ପ୍ରବାହ ବୃଦ୍ଧି ପାଇଥାଏ, ଏହା କ୍ଷତିକାରକ ହୋଇପାରେ।

Also Read: Smoking Cause Cancer: ସିଗାରେଟ ପିଉଥିବା ଲୋକଙ୍କ ସହ ରହିଲେ ହୋଇଥାଏ କି କ୍ୟାନସର୍? ପଢ଼ନ୍ତୁ ପୂରା ଷ୍ଟୋରୀ..
Ravivar Upay: ଜୀବନରେ ସଫଳତା ପାଇବା ପାଇଁ ରବିବାର ଦିନ କରନ୍ତୁ ଏହି ୭ଟି ଉପାୟ