Odisha News: କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଇ ସି ଏଚ ଆର, ଓଡ଼ିଶାର ଇତିହାସ ଗବେଷକ ଓ ନ୍ୟାସନାଲ ବୁକ୍ ଟ୍ରଷ୍ଟ ମଧ୍ୟରେ ହୋଇଥିବା ବୈଠକରେ ସାମିଲ ଦୀପକ ପଣ୍ଡା କହିଥିଲେ ଯେ ରକ୍ତତୀର୍ଥ କୁ୍ଦୋପାଲି ସହ ପଶ୍ଚିମ ଓଡିଶା ର ବିଭିନ୍ନ ଐତିହାସିକ ସ୍ଥାନ ଉପରେ ଆଲୋଚନା ହୋଇଥିଲା। ସେ ଭିତରୁ ସମ୍ବଲପୁର ର କୁଦୋପାଲି ପରି ଏକ ଗାଁ ରେ ଏତେ ବୀର ସହୀଦ ହୋଇଥିଲେ। ଯାହା କି ଇତିହାସ ର ଆଢୁଆଳ ରେ ରହି ଯାଇଥିଲା। ତାକୁ ମନ୍ତ୍ରୀ ସାଧାରଣ ଲୋକଙ୍କ ସମ୍ମୁଖରେ ଉପସ୍ଥାପନା କରିବାର ପ୍ରୟାସ ଏକ ଗୁରୁତ୍ୱପୂର୍ଣ କାର୍ଯ୍ୟ। ଡିସେମ୍ବର ୩୦ ତାରିଖ ରେ ଧର୍ମେନ୍ଦ୍ର ସମ୍ବଲପୁର କୁଦୋପାଲି ଆସିଥିବା ଅବସରରେ ସେ ଏ ଐତିହାସିକ ପୃଷ୍ଠଭୂମି କୁଦୋପାଲିର ଅନାଲୋଚିତ ଅଧ୍ୟାୟ ବାବଦରେ ଘୋଷଣା କରିଥିଲେ।ସେଥିପାଇଁ ସେ ଜାନୁଆରୀ ନଅ ତାରିଖ ରେ ସମସ୍ତଙ୍କୁ ଡାକି ଦିଲ୍ଲୀ ରେ ଆଲୋଚନା କରିଥିଲେ।


COMMERCIAL BREAK
SCROLL TO CONTINUE READING

ସେହି ସ୍ଥାନରେ ଶହୀଦ ବୀର ଛବିଳ ସାଏଙ୍କ ସମେତ ଇତିହାସ ପୃଷ୍ଠାରେ ଅନାଲୋଚିତ ପଶ୍ଚିମ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ହେବ ଗବେଷଣା ବୋଲି କହିଥିଲେ ଧର୍ମେନ୍ଦ୍ର ପ୍ରଧାନ| ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୂଦତ୍ତ ମିଶ୍ରଙ୍କ ସମେତ ଆଇ ସି ଏଚ ଆର ଓ ନ୍ୟାସନାଲ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ରହିଥିଲେ।କୁଦୋପାଲିରେ ୧୮୫୭ ମସିହା ସଂଗ୍ରାମରେ ଶହୀଦ ବୀର ଛବିଳ ସାଏ ଓ ୫୭ ଜଣ ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ଆଇ ସି ଏଚ ଆର କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ। ଔପଚାରିକ ଭାବେ ଏହା ଉପରେ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି |


କୁଦୋପାଲି ବ୍ୟତୀତ ୧୮୫୭ ରେ ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ରଇଣ୍ଡା, କୁଲୁଣ୍ଡା, ଗଡପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦିକୁ ଗବେଷଣାରେ ସାମିଲ୍ କରିବା ପାଇଁ ପରାମର୍ଶ ଦେଇଥିଲେ |ଇତିହାସ ପୃଷ୍ଠାରେ ଅନାଲୋଚିତ ଅଜଣା ନାୟକ ମାନଙ୍କୁ ଖୋଜି ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ପରିଚିତ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ |ପଶ୍ଚିମ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସମ୍ବଲପୁରରେ ବ୍ରିଟିଶ ଶାସନ ବିରୋଧୀ ଲଢେଇର ସମୃଦ୍ଧ ଇତିହାସ ରହିଛି।


ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନଙ୍କ ଠାରୁ ଆରମ୍ଭ କରି ଅନେକ ସଂଗ୍ରାମୀ ୧୮୫୭ ବିଦ୍ରୋହରେ ବୀରତ୍ୱର ସହ ଲଢ଼େଇ କରି ଦେଶ ପାଇଁ ବଳିଦାନ ଦେଇଛନ୍ତି। ଏହି ବୀର ସଂଗ୍ରାମୀଙ୍କ ବୀରଗାଥା କାହାଣୀର ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ନଥିବାରୁ ଅନେକ ସଂଗ୍ରାମୀ ଇତିହାସ ପୃଷ୍ଠାରେ ଅଜଣା ଏବଂ ଅନାଲୋଚିତ। ପଶ୍ଚିମ ଓଡ଼ିଶାର ଇତିହାସ ପୃଷ୍ଠାରେ ଅନାଲୋଚିତ ବୀରମାନଙ୍କ ଇତିହାସ ଓ ସେମାନଙ୍କ ଭୂମିକା ଏବଂ ଜାତୀୟ ଆନ୍ଦୋଳନ ଉପରେ ସେମାନଙ୍କ ଉପରେ ପଡିଥିବା ପ୍ରଭାବ ଉପରେ ଅନୁସନ୍ଧାନ କରିବାର ଆବଶ୍ୟକତା ରହିଛ ବୋଲି କୁହାଯାଇଛି। ଦେଶକୁ ସ୍ୱତନ୍ତ୍ରତା ଦେବାରେ ଶହୀଦ ବୀର ଛବିଳ ସାଏଙ୍କ ସମେତ ପଶ୍ଚିମ ଓଡ଼ିଶାର ବୀର ସଂଗ୍ରାମୀ ମାନଙ୍କର ଭୂମିକା ଏବଂ ସେମାନଙ୍କ ବଳିଷ୍ଠ ଯୋଗଦାନ ଉପରେ ଗବେଷଣା କରିବା ପାଇଁ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ ଠାରେ ଭାରତୀୟ ଇତିହାସ ଗବେଷଣା ପରିଷଦ(ଆଇସିଏଚଆର), ଓଡ଼ିଶାର ଇତିହାସ ଗବେଷକ ଗଣ ଏବଂ ନ୍ୟାସନାଲ ବୁକ ଟ୍ରଷ୍ଟ ସହ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରି ଥିଲେ । ଏହି ବୈଠକରେ ଓଡ଼ିଶାର ବିଶିଷ୍ଟ ଇତିହାସ ଗବେଷକ ହରିହର ପଣ୍ଡା, ଦୀପକ ପଣ୍ଡା, ଚଣ୍ଡୀ ପ୍ରସାଦ ନନ୍ଦ, ବିଭୂଦତ୍ତ ମିଶ୍ରଙ୍କ ସମେତ ଆଇ ସି ଏଚ ଆର ଓ ନ୍ୟାସନାଲ ବୁକ ଟ୍ରଷ୍ଟର ଅଧିକାରୀମାନେ ଉପସ୍ଥିତ ରହି ଥିଲେ।


ଏହି ଆଲୋଚନା କାଳରେ ପଶ୍ଚିମ ଓଡ଼ିଶାର ସଂଗ୍ରାମୀ ମାନଙ୍କ ଅବଦାନକୁ ଗବେଷଣା କରିବା ସହ ପୁର୍ଣ୍ଣାଙ୍ଗ ପୁସ୍ତକର ରୂପ ଦେବା ଉପରେ ଚର୍ଚ୍ଚା ଆଲୋଚନା କରାଯାଇଥିଲା । ୧୮୫୭ ମସିହା ଡିସେମ୍ବର ୩୦ ରେ ସମ୍ବଲପୁରର କୁଦୋପାଲି ଘାଟିରେ ବ୍ରିଟିଶଙ୍କ ଗୁଳିରେ ଶହୀଦ ହୋଇଥିବା ତୁଙ୍ଗବୀର ଛବିଳ ସାଏ ଏବଂ ତାଙ୍କର ୫୭ ଜଣ ସଂଗ୍ରାମୀ ମାନଙ୍କ ବଳିଦାନ ଉପରେ ଗବେଷଣା ତଥା ଅଧ୍ୟୟନ କରିବା ସହ ଔପଚାରିକ ଭାବେ ଏହାକୁ ଏକ ପୂର୍ଣ୍ଣାଙ୍ଗ ପୁସ୍ତକ ପ୍ରକାଶନ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା । ସେହିପରି କୁଦୋପାଲି ବ୍ୟତୀତ ଏହି ମହାନ ସଂଗ୍ରାମରେ ରକ୍ତରଞ୍ଜିତ ହୋଇଥିବା ଅନ୍ୟାନ୍ୟ ସ୍ଥାନ ଯଥା ରଇଣ୍ଡା, କୁଲୁଣ୍ଡା, ଗଡପାଟି, ଝରଘାଟି, ସିଂଘୋଡା, ଚିତାଖାଇ ଆଦିକୁ ମଧ୍ୟ ଏହି ଗବେଷଣାରେ ସାମିଲ୍ କରି ଏହି ସ୍ଥାନ ଗୁଡିକର ନେତୃତ୍ୱ ନେଇଥିବା ସଂଗ୍ରାମୀଙ୍କ ଅବଦାନ ଉପରେ ତଥ୍ୟ ଯୋଗାଡ କରିବା ପାଇଁ ପ୍ରଧାନ କହିଥିଲେ ।


ଅନାଲୋଚିତ ସଂଗ୍ରାମୀଙ୍କ ବୀରଗାଥାକୁ ଲୋକଲୋଚନକୁ ଆଣିବା ଜାତୀୟ ଶିକ୍ଷା ନୀତିର ଉଦ୍ଦେଶ୍ୟ ରହିଛି । ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ପ୍ରଧାନ ବୈଠକ ପରେ ପଶ୍ଚିମ ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଏବଂ ଏହି ସଂଗ୍ରାମରେ ବୀର ଛବିଳ ସାଏ ଏବଂ ଶହୀଦ ହୋଇଥିବା ତାଙ୍କର ଅନ୍ୟ ୫୭ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ଭୂମିକା ଉପରେ ଅଧ୍ୟୟନ କରିବା ପାଇଁ ଏକ ‘ଗବେଷଣା ପ୍ରକଳ୍ପ’(Research Project) ଆରମ୍ଭ କରିବା ପାଇଁ ଆଇ ସି ଏଚ ଆର ର ଚେୟାରମ୍ୟାନ ପ୍ରଫେସର ରଘୁବେନ୍ଦ୍ର ତନଓ୍ୱାରଙ୍କୁ ପତ୍ର ଲେଖି ଜଣାଇଛନ୍ତି ।  କେନ୍ଦ୍ର ମନ୍ତ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ କେନ୍ଦ୍ର ସମ୍ବଲପୁରରେ ବ୍ରିଟିଶ ଶାସନ ବିରୋଧୀ ଲଢେଇର ସମୃଦ୍ଧ ଇତିହାସ ରହିଛି । ଏହି ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ତାଙ୍କ ସହଯୋଗୀମାନଙ୍କ ଠାରୁ ଆରମ୍ଭ କରି ଅନେକ ସଂଗ୍ରାମୀ ୧୮୫୭ ବିଦ୍ରୋହରେ ବୀରତ୍ୱର ସହ ଲଢ଼ିବା ସହ ଜାତୀୟ ଆନ୍ଦୋଳନରେ ଭାଗ ନେଇ ଦେଶକୁ ସ୍ୱାଧୀନତା ଦେବା ପାଇଁ ବଳିଦାନ ଦେଇଥିଲେ ।


ସମ୍ବଲପୁର ଅଞ୍ଚଳରେ ସୁରେନ୍ଦ୍ର ସାଏଙ୍କ ୧୮୨୭ରୁ ୧୮୪୦ ଏବଂ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ବ୍ରିଟିଶ ସାମ୍ରାଜ୍ୟବାଦ ବିରୋଧରେ ଓଡ଼ିଶାର ପ୍ରତିରୋଧ ଆନ୍ଦୋଳନ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଯେତେବେଳେ ୧୮୪୯ ମସିହାରେ ସମ୍ବଲପୁରକୁ ଇଂରେଜମାନେ "ଡକ୍ଟ୍ରିନ ଅଫ୍ ଲାପସ୍" ଅଧୀନରେ ଅକ୍ତିଆର କରିଥିଲେ ସେତେବେଳେ ବୀର ସୁରେନ୍ଦ୍ର ସାଏ ବ୍ରିଟିଶ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ କରିଥିଲେ । ୧୮୫୭ ମସିହାରେ ସମ୍ବଲପୁରର ବିଦ୍ରୋହ ମୁଖ୍ୟତଃ ଏକ ଜନଜାତି ବିଦ୍ରୋହ ଥିଲା ଯେଉଁଥିରେ ଘେଁସ, କୋଲାବିରା, , ପାହାଡ଼ଶ୍ରୀଗିଡ଼ା, ମଚିଦା, କୁଡ଼ାବଗା, ଲାଇଡା, ଲୋଇସିଂହା, ଲଖନପୁର, ଭେଡେନ, ପାଟକୁଲୁଣ୍ଡା ଆଦି ଜମିଦାର ଏବଂ ତାଙ୍କ ପରିବାର ସୁରେନ୍ଦ୍ର ସାଏଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟ କରୁଥିଲେ । ଏହି ସମର୍ଥକମାନେ ୧୮୫୭ରୁ ୧୮୬୨ ପର୍ଯ୍ୟନ୍ତ ଗରିଲା ଯୁଦ୍ଧ ମାଧ୍ୟମରେ ଇଂରେଜମାନଙ୍କ ସହ ଲଢ଼େଇ କରିଥିଲେ । ସେମାନେ ଏହି ଅଞ୍ଚଳର ଜନଜାତି ଓ ଜମିଦାରମାନଙ୍କୁ ଏକାଠି କରିଥିଲେ ଏବଂ ଗରିଲା ଯୁଦ୍ଧ କୌଶଳ ବ୍ୟବହାର କରି ବ୍ରିଟିଶ ସେନା ବିରୋଧରେ ଲଢ଼େଇ କରିଥିଲେ ।


ଏହି ବିଦ୍ରୋହ ସମୟରେ ସମ୍ବଲପୁର ଠାରୁ ମାତ୍ର ୪ ମାଇଲ ଦୂର କୁଦୋପାଲି ଘାଟିରେ ବୀର ଛବିଳ ସାଏ ଓ ଅନ୍ୟ ୫୩ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ହତ୍ୟା କରାଯାଇଥିଲା ଓ ପରବର୍ତ୍ତୀ ପର୍ଯ୍ୟାୟରେ ୪ ଜଣ ସଂଗ୍ରାମୀଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । ଇଂରେଜମାନେ ୧୮୫୭ ମସିହା ଡିସେମ୍ବର ୩୦ ତାରିଖରେ କୁଦୋପାଲି ଘାଟି ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବୀର ଛବିଳ ସାଏ, ଶ୍ରୀକୃଷ୍ଣ ବେହେରା, ବାମଣ୍ଡା ରାଜ୍ୟ କୁସାଲର କନ୍ଧ ଜମିଦାର, କୋଳବିରାର କରୁଣାକର ନାୟକଙ୍କ ପୁତ୍ର କୃଷ୍ଣଚନ୍ଦ୍ର ନାଏକ ଶହୀଦ ହୋଇଥିଲେ । ଏହାସହ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଅନ୍ୟମାନଙ୍କ ମଧ୍ୟରେ ଥିଲେ ୫ ଜଣ ଯୋଦ୍ଧା ବଳଭଦ୍ର ଦାସ, ପାତ୍ରପାଲିର ଗଉନ୍ତିଆ, କୁଦୋପାଲିର ବାଲକି ଗଣ୍ଡ, ବାଲମୁକୁନ୍ଦ କନ୍ଧ, ଚୁନ୍ଦି କୁଦ, ହାଡୁ ଗଣ୍ଡ ଏବଂ ବୁଦ୍ଧୁ ଗଣ୍ଡ ଏବଂ ଅନେକ ସଂଗ୍ରାମୀଗଣ ।


Also Read: Parikrama Prakalpa: ନବବଧୂ ପରି ସଜେଇ ହୋଇଛି ଶ୍ରୀକ୍ଷେତ୍ର, ଦେଖିଲେ ଲାଖିଯିବ ଆଖି