ଭୁବନେଶ୍ଵର: ଡଚ୍ ଏକାଡେମିକ୍ ପ୍ରକାଶନ କମ୍ପାନି ଏଲ୍ସେଭିଅର ସହଯୋଗରେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ର ୬ଜଣ ଅଧ୍ୟାପକ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ମଧ୍ୟରେ ମାନ୍ୟତା ପାଇଛନ୍ତି।


COMMERCIAL BREAK
SCROLL TO CONTINUE READING

୨୦୨୪ ବାର୍ଷିକ ର଼୍ୟାଙ୍କିଙ୍ଗରେ ଆଇଆଇଟିର ଅଧ୍ୟାପକ ଇଲେକ୍ଟ୍ରିକାଲ ଏବଂ କମ୍ପ୍ୟୁଟର ସାଇନ୍ସେସ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ସ୍କୁଲ୍ ଅଫ୍ ବେସିକ୍ ସାଇନ୍ସେସର ପ୍ରଫେସର ରାଜନ ଝା, ସ୍କୁଲ୍ ଅଫ୍ ଇନ୍ଫ୍ରାଷ୍ଟ୍ରକ୍ଚର ପ୍ରଫେସର ପି. ଦିନାକର, ସ୍କୁଲ୍ ଅଫ୍ ମେକାନିକାଲ୍ ସାଇନ୍ସେସ ପ୍ରଫେସର ମାନସ ମୋହନ ମହାପାତ୍ର, ସ୍କୁଲ୍ ଅଫ୍ ମେକାନିକାଲ୍ ସାଇନ୍ସେସ ପ୍ରଫେସର ପଟ୍ଟାଭୀ ରାମାୟା ବୁଡାରାପୁ, ସ୍କୁଲ୍ ଅଫ୍ ଇଲେକ୍ଟ୍ରିକାଲ ଏବଂ କମ୍ପ୍ୟୁଟର ସାଇନ୍ସେସ ପ୍ରଫେସର ବରତରାମ ରାମକୁମାର ପ୍ରମୁଖ ମାନ୍ୟତା ପାଇଛନ୍ତି।


ସେହିପରି କ୍ୟାରିୟର ବ୍ୟାପୀ ଅନୁସନ୍ଧାନ ବର୍ଗରେ ସ୍ଥାନିତ କରାଯାଇଛି। ଶକ୍ତି କ୍ଷେତ୍ରରେ ଗବେଷଣା ପାଇଁ ପ୍ରଫେସର ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ, ଅପ୍ଟିକ୍ସ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଫେସର ରାଜନ ଝା, ଅଣଜୈବିକ ଏବଂ ଆଣବିକ ରସାୟନ ବିଜ୍ଞାନରେ ଅନୁସନ୍ଧାନ ପାଇଁ ପ୍ରଫେସର ଭି.ଆର ପେଡ଼ିରେଡ୍ଡି ଏବଂ ବିଲଡିଂ ଆଣ୍ଡ୍ କନଷ୍ଟ୍ରକସନ ଇଞ୍ଜିନିୟରିଂ କ୍ଷେତ୍ରରେ କାର୍ଯ୍ୟ ପାଇଁ ପ୍ରଫେସର ପି. ଦିନାକର ଏହି ସମ୍ମାନ ହାସଲ କରିଛନ୍ତି। ତେବେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଦଳ ଏବଂ ଏଲ୍ସେଭିର-ବି.ଭି. ଦ୍ୱାରା ବିଷୟଭିତ୍ତିକ ବୀବଲିଓମେଟ୍ରିକ ବିଶ୍ଳେଷଣ କରାଯାଇଥିଲା। ଅନ୍ୟପଟେ ଷ୍ଟାନଫୋର୍ଡ-ଏଲ୍ସେଭିର୍ ର଼୍ୟାଙ୍କିଙ୍ଗ୍ ବୈଜ୍ଞାନିକ ମାନଙ୍କ କ୍ୟାରିଅର୍ ଉପରେ ସେମାନଙ୍କର କାର୍ଯ୍ୟଦକ୍ଷତାକୁ ମୂଲ୍ୟାଙ୍କନ କରେ ଏବଂ ସେମାନଙ୍କର ଅବଦାନକୁ ମଧ୍ୟ ଗୁରୁତ୍ୱ ଦେଇଥାଏ। ଷ୍ଟାଣ୍ଡାର୍ଡ ସାଇନ୍ସ-ମେଟ୍ରିକ୍ସ ବର୍ଗୀକରଣ ଅନୁଯାୟୀ ବୈଜ୍ଞାନିକମାନଙ୍କୁ ୨୨ଟି ବୈଜ୍ଞାନିକ କ୍ଷେତ୍ର ଏବଂ ୧୭୪ଟି ଉପ-ବିଭାଗରେ ବିଭକ୍ତ କରାଯାଇଛି। ଏହି ଅବସରରେ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ୍ କରମଲକର ଅଧ୍ୟାପକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ କରମଲକର କହିଛନ୍ତି ଯେ, ଆଇଆଇଟିରେ ଚାଲିଥିବା ଉଚ୍ଚ-ସ୍ତରୀୟ ଗବେଷଣାର ଏକ ନିଦର୍ଶନ। ଆମର ଅଧ୍ୟାପିକ ମାନେ ଜ୍ଞାନ ଏବଂ ନବସୃଜନର ସୀମାକୁ ଆଗକୁ ବଢ଼ାଇ ଚାଲିଛନ୍ତି ଏବଂ ଏହି ମର୍ଯ୍ୟାଦାପୂର୍ଣ୍ଣ ତାଲିକାରେ ସେମାନଙ୍କର ଅନ୍ତର୍ଭୂକ୍ତ ହେବା ଗବେଷଣା ଏବଂ ବିକାଶରେ ଉତ୍କର୍ଷତା ପାଇଁ ପ୍ରତିଷ୍ଠାନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।