ଭୂବନେଶ୍ୱର: ବିଧାନସଭା ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ କ୍ୟାବିନେଟ୍‍ ବୈଠକ (State Cabinet meeting) ଅନୁଷ୍ଠିତ ହୋଇଛି। ଆଜି ସନ୍ଧ୍ୟାରେ ବସିଥିବା ଏହି ବୈଠକରେ ଗାଁକୁ ସଂଯୋଗ ପାଇଁ ଗୁରୁତ୍ୱ ଦିଆଯାଇଛି। ବିଶେଷକରି ପଞ୍ଚାୟତକୁ ବ୍ଲକ୍‍ ସହ ଏବଂ ସବୁ ବ୍ଲକ୍‍କୁ ଜିଲ୍ଲା ମୁଖ୍ୟାଳୟ ସହ ଯୋଡ଼ିବା ଲାଗି ରାଜ୍ୟ ସରକାର ନୂତନ ବସ୍‍ ଯୋଗାଯୋଗ ଯୋଜନା ଘୋଷଣା କରିଛନ୍ତି। ଏହି ନୂତନ ଯୋଜନାର ନାଁ ରହିଛି ‘ଲକ୍ଷ୍ମୀ’ ଯୋଜନା। ଏହି ଯୋଜନାରେ ଜିଲ୍ଲା ମୁଖ୍ୟାଳୟ ଗୁଡ଼ିକୁ ଭୁବନେଶ୍ୱର ସହ ଏବଂ ପୁରୀ ସହ ଯୋଡ଼ିବା ଲାଗି ବ୍ୟବସ୍ଥା କରାଯାଇଛି। ପରିବହନ ବିଭାଗ (Transport Department ) ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ଯୋଜନାରେ ପ୍ରଥମ ତିନି ବର୍ଷରେ ୩୧୭୮ କୋଟି ଟଙ୍କା ଖର୍ଚ୍ଚ କରିବାକୁ ସରକାର ସ୍ଥିର କରିଛନ୍ତି। ଏଥିରେ ୧୦୦ରୁ ଅଧିକ ବସ୍‍କୁ ପରିବହନ ଲାଗି ନିୟୋଜିତ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଏହି ଯୋଜନାକୁ ୧୦ ବର୍ଷ ପାଇଁ କାର୍ଯ୍ୟକାରୀ କରିବାକୁ ସ୍ଥିର କରାଯାଇଛି। ପରେ ଯୋଜନାର ସମୀକ୍ଷା କରାଯାଇ ତାହାକୁ ଆଉ ୨ ବର୍ଷ ବଆାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ଅନୁସାରେ ‘ଲକ୍ଷ୍ମୀ’ ଯୋଜନାର ପୂରା ନାଁ ହେଉଛି ଲୋକେସନ୍‍ ଆକ୍ସସିବିଲିଟି ମଲ୍ଟି ମୋଡାଲ୍‍ ଇନିସିଏଟିଭ୍‍ (Location Accessibility Multimodal Initiative)। ଏହି ଯୋଜନାରେ ଗ୍ରାମାଞ୍ଚଳକୁ ସଂଯୋଗ ସହ ମହିଳା ସଶକ୍ତିକରଣକୁ ପ୍ରାଥମିକତା ଦିଆଯିବ। ମିଶନ ଶକ୍ତିର ମହିଳାମାନଙ୍କୁ ଏହି ଯୋଜନାରେ ବିଭିନ୍ନ କାର୍ଯ୍ୟ ସହ ରକ୍ଷଣାବେକ୍ଷଣରେ ନିୟୋଜିତ କରାଯିବ। କୃଷିଜାତ ଦ୍ରବ୍ୟକୁ ଉତ୍ପାଦନ ସ୍ଥଳରୁ ନିକଟସ୍ଥ ସହର ବା ରାଜଧାନୀକୁ ପରିବହନ ସହଜ ହେବ ବୋଲି ଆଶା କରାଯାଇଛି। ରାଜ୍ୟ କ୍ୟାବିନେଟ୍‍ର ଏହି ବୈଠକରେ ୧୦ ବିଭାଗର ୧୯ ପ୍ରସ୍ତାବକୁ ମୋହର ବାଜିଛି  । ସେଥିରେ ସିଲିକନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (Silicon Institute of Technology)କୁ ଏକକ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଲାଗି ଦ୍ୱିତୀୟ ପ୍ରସ୍ତାବ ପାରିତ କରାଯାଇଛି। ସେହିପରି  ବ୍ରହ୍ମପୁରର NISTକୁ ଏକକ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ୨୦୨୩-୨୪ ଖରିଫ ଧାନ କିଣା ନୀତିକୁ ଅନୁମୋଦନ ହୋଇଥିବାବେଳେ ପୂର୍ତ୍ତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଟୋଲ୍ ଗେଟ୍ ଉଚ୍ଛେଦକୁ କ୍ୟାବିନେଟ ମଂଜୁରୀ ମିଳିଛି । ଏହାଦ୍ୱାରା ଓବିସିସି ଦ୍ବାରା ପରିଚାଳିତ ଟୋଲ ଗେଟ୍ ଗୁଡ଼ିକୁ ଉଚ୍ଛେଦ କରଯିବ । ସେହିପରି ଜଳସେଚନ ବିଭାଗର କ୍ଷୁଦ୍ର ଜଳସଚେନ ପ୍ରକଳ୍ପକୁ ଅନୁମୋଦନ ମିଳିଛି  । ଓଡ଼ିଶା ସରକାରୀ ସେବା ପେନ୍‍ସନ୍‍ ନିୟମ ୧୯୯୨ରେ ସଂଶୋଧନ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଯଥାର୍ଥ ଥିବା ମାମଲାରେ ପ୍ରଭିଜନାଲ୍‍ ପେନ୍‍ସନ୍‍ ବ୍ୟବସ୍ଥା ରହିଛି। 


ଜମି କିସମ ପରିବର୍ତ୍ତନ ଆଇନରେ ହେବ ସଂଶୋଧନ । ରାଜସ୍ବ ବିଭାଗର ଏହି ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି  । ସେହିପରି MIP ଓ ଟ୍ୟାଙ୍କର ଉନ୍ନତିକରଣ ପାଇଁ ନୂଆ ଯୋଜନା ହୋଇଛି । ଓଡ଼ିଶା GSTରେ ହେବ ସଂଶୋଧନ, ଯୋଗାଣ ନିରୀକ୍ଷକ ନିଯୁକ୍ତି ଓ ସର୍ତ୍ତାବଳୀରେ ସଂଶୋଧନ ସହ। ଜୁନିଅର ଷ୍ଟେନୋ, ଟାଇପିଷ୍ଟ ଓ ଡାଟାଏଣ୍ଟ୍ରି ପାଇଁ ହେବ ମିଳିତ ପରୀକ୍ଷା କରିବାକୁ କ୍ୟାବିନେଟ୍‍ ଅନୁମୋଦନ କରିଛି।  ଏଥିପାଇଁ ୨୦୨୨ ଅଧିନିୟମରେ ହେବ ସଂଶୋଧନ  ହେବ।


Also Read- ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଏଥର ପୂଜା ମଣ୍ଡପ ଫ୍ରି


Also Read- 200MP Camera Smartphone ସହିତ ବଜାରକୁ ଜବରଦସ୍ତ ଏଣ୍ଟ୍ରି କରୁଛି Honor