Advertisement
Photo Details/zeeodisha/odisha1873358
photoDetails0hindi

200MP Camera Smartphone ସହିତ ବଜାରକୁ ଜବରଦସ୍ତ ଏଣ୍ଟ୍ରି କରୁଛି Honor

ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ ୧ ପ୍ରୋସେସର ରହିଛି । ଏଥିସହ ୫ ହଜାର ଏମଏଏଚ ବ୍ୟାଟେରୀ କାପାସିଟି ଓ ୨୦୦ ଏମପି କ୍ୟାମେରା ରହିଛି ଫୋନରେ ।

1/5

ହନର ୯୦ଜିର ଦାମ ବିଷୟରେ କହିବାକୁ ଗଲେ (Honor 90 5G Price)ର ମୂଲ୍ୟ 8GB + 256GB ଭାରିଆଣ୍ଟ ପାଇଁ ୩୭,୯୯୯ ଟଙ୍କା ଏବଂ  12GB + 512GB ଭାରିଆଣ୍ଟ ପାଇଁ ୩୯,୯୯୯ ଟଙ୍କା ରଖାଯାଇଛି । କମ୍ପାନି ପକ୍ଷରୁ ସୂଚନା ରହିଛେ ଯେ, କିଛି ଉପଭୋକ୍ତା ଯଥାକ୍ରମେ ୨୭,୯୯୯ ଟଙ୍କା ଏବଂ ୨୯,୯୯୯ ଟଙ୍କାରେ ଫୋନ ନେଇ ପାରିବେ । ଏହି ସ୍ମାର୍ଟଫୋନଟିକୁ ଆପଣ ଏକାଧିକ ରଙ୍ଗର ପାଇପାରିବେ । ହୀରା ସିଲଭର, ଏମେରାଲ୍ଡ ଗ୍ରୀନ୍ ଏବଂ ମିଡନାଇଟ୍ ବ୍ଲାକ୍ ରଙ୍ଗରେ ବଜାରରେ ଉପଲବ୍ଧ ହେବ ।

2/5

ହନରର ଏହି ନୂଆ ମଡେଲଟି ସେପ୍ଟେମ୍ବର ୧୮ ତାରିଖ ମଧ୍ୟାହ୍ନ ୧୨ ଟା ସମୟରୁ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ । କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଏବଂ ଅନଲାଇନ ପ୍ଲାଟଫର୍ମ ଆମାଜନ ମାଧ୍ୟମରେ ଲୋକମାନେ ଏହି ଫୋନଟିକୁ ପାଇ ପାରିବେ । ଇ-କମର୍ସ ସାଇଟରେ ଆପଣଙ୍କୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ସୁବିଧା ମଧ୍ୟ ମିଳିବ । ଏଥି ସହିତ ଯଦି ଆପଣ ଆଇସିଆଇସିଆଇ ଏବଂ ଏସବିଆଇ କାର୍ଡଧାରୀ ତେବେ ଆପଣଙ୍କ ପାଇଁ ଖୁସି ଖବର କାରଣ ଆପଣ ଏହି ଫୋନ କିଣିବା ସମୟରେ ତୁରନ୍ତ ୩ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ ।

3/5

ହନର ୯୦ ୫ଜି ଫୋନରେ ଆପଣ ଆପଣ ୬.୭ ଇଞ୍ଚର AMOLED ଡିସପ୍ଲେ ପାଇପାରିବେ । ଯାହା 120Hz ସତେଜ ହାର ଏବଂ ୧,୬୦୦ ନଟ୍ ଶିଖର ଉଜ୍ଜ୍ୱଳତା ବିଶିଷ୍ଟ । ଏହି ସ୍ମାର୍ଟଫୋନରେ 12GB LPDDR5 RAM ଏବଂ 256GB UFS ୩.୧ ଷ୍ଟୋରେଜ୍ ରହିଛି । କେବଳ ସେତିକି ନୁହେଁ ଆପଣ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ ୧ ପ୍ରୋସେସର ପାଇପାରିବେ ।

4/5

ଏହି ଫୋନରେ ଉପଲବ୍ଧ ଥିବା ସଫ୍ଟୱେର୍ ମଧ୍ୟ ଖୁବ ଦମଦାର । କାରଣ ଆଣ୍ଡ୍ରଏଡ୍ ୧୩ ଆଧାରିତ ମ୍ୟାଜିକ୍ OS ୭.୧ ରେ ଏହି ଫୋନରେ ଉପଲବ୍ଧ । ଏହି ଫୋନର ପ୍ରାଥମିକ କ୍ୟାମେରା ହେଉଛି ୨୦୦ ମେଗା ପିକ୍ସେଲ୍ । ଏହା ବ୍ୟତୀତ ଏହି ଫୋନରେ ଆପଣ ୧୨ ଏମପିର ଅଲ୍ଟ୍ରା-ୱାଇଡ୍ ଆଙ୍ଗଲ୍ କ୍ୟାମେରା ଏବଂ ୨ଏମପି ମାକ୍ରୋ କ୍ୟାମେରା ମଧ୍ୟ ପାଇପାରିବେ । ସେଲଫି ପାଇଁ ଫୋନର ଫ୍ରଣ୍ଟରେ ୫୦ଏମପି କ୍ୟାମେରା ରହିଛି । 

5/5

ହନର ୯୦ ୫ଜି ଫୋନର ବ୍ୟାଟେରୀ କ୍ଷମତା ହେଉଛି ୫ ହଜାର ଏମଏଚ । ଏଥିରେ ୬୬ ୱାଟ୍ ତାରଯୁକ୍ତ ଫାଷ୍ଟ ଚାର୍ଜିଂ ସର୍ଭିସ୍ ରହିଛି । ମୋବାଇଲର ସୁରକ୍ଷା ପାଇଁ ଫିଙ୍ଗର ପ୍ରିଣ୍ଟ ସେନସର ରହିଛି । ଆପଣ ଏହି ଫୋନରେ ୫ଜି, ୪ଜି, ଏଲଟିଇ ଡୁଆଲ୍-ବ୍ୟାଣ୍ଡ ୱାଇ-ଫାଇ, ବ୍ଲୁଟୁଥ୍ ୫.୨ , USB, ଟାଇପ୍ ସି ପୋର୍ଟ ସୁବିଧା ପାଇପାରିବେ ।