ପୁରୀ: ବରିଷ୍ଠ ସେବାୟତ ତଥା ସୁପରଭାଇଜର ବକ୍ସି ରାମଚନ୍ଦ୍ର ପ୍ରତିହାରୀଙ୍କୁ ଆକ୍ରମଣ ଘଟଣାରେ ସମ୍ପୂକ୍ତ ଥିବା ଜଣେ ସେବାୟତଙ୍କୁ ନିଲମ୍ବନ କରିଛନ୍ତି ଶ୍ରୀ ମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ । ନିଲମ୍ବିତ ସେବାୟତଙ୍କ ନାମ ଅମ୍ରିତ୍ରାଂଶୁ ସାମନ୍ତରାୟ ।


COMMERCIAL BREAK
SCROLL TO CONTINUE READING

ଶ୍ରୀମନ୍ଦିର ଆନନ୍ଦ ବଜାରରେ ବେଆଇନ୍ ଭାବେ ରାବିଡି ବିକ୍ରି ପ୍ରସଙ୍ଗକୁ ନେଇ ବକ୍ସିଙ୍କୁ ହୋଇଥିଲା ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣରେ ଅମ୍ରିତ୍ରାଂଶୁ ସାମନ୍ତରାୟ ସମ୍ପୃକ୍ତ ଥିବା ନେଇ ପୁରୀ ପୋଲିସ ସୂଚନା ଦେବା ପରେ ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉକ୍ତ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶକୁ ମଧ୍ୟ ବାରଣ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢୀ।


Also Read- Jio Preapaid Plan: BSNL ସହ କଡା ଟକ୍କର ! ନୂଆ ପ୍ଲାନରେ 11 OTT ଆପ୍ ଫ୍ରି ସବସ୍କ୍ରିପସନ୍


Also Read- Venus Transit 2024: କାଲିଠୁ ୬ ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ଧନ ଲାଭ ଯୋଗ