Sandart on Independence Day: ଚଳିତ ବର୍ଷ ଦେଶରେ ପାଳିତ ହେବାକୁ ଯାଉଛି ୭୭ ତମ ସ୍ୱାଧିନତା ଦିବସ। ଏହି ଅବସରରେ ସମଗ୍ର ଦେଶରେ ପାଳନ କରାଯାଉଛି "ଆଜାଦୀ କି ଅମୃତ ମହୋତ୍ସବ" କାର୍ଯ୍ୟକ୍ରମ। ସ୍ୱାଧିନତା ଦିବସ ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ଘରେ ଉଡ଼ିବ ତ୍ରିରଙ୍ଗା। "ହର ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ଜରିଆରେ ପାଳିତ ହେବ ଚଳିତ ବର୍ଷର ସ୍ୱାଧିନତାସ ଦିବସ। 


COMMERCIAL BREAK
SCROLL TO CONTINUE READING

ଦେଶ ସ୍ୱାଧିନ ହେବାକୁ ଚଳିତ ବର୍ଷ ୭୬ ବର୍ଷ ପୂରଣ ହେଉଛି। ଏଥର ଦେଶରେ ୭୭ ତମ ସ୍ୱାଧିନତା ଦିବସ (77th Independence Day 2023) ଅଗଷ୍ଟ ୧୫ ତାରିଖ ମଙ୍ଗଳବାର ପାଳିତ ହେବାକୁ ଯାଉଛି। ଏହି ଅବସରରେ ବିଶିଷ୍ଟ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକଙ୍କ (Sand Artist Audarsan Pattnaik) ବାଲୁକା କଳା ଅନୁଷ୍ଠାନ ପକ୍ଷରୁ ନିଳାଦ୍ରୀ ବେଳାଭୂମିରେ ଗଢାଯାଇଛି ଏକ ଆକର୍ଷଣୀୟ ବାଲୁକାକୃତୀ। ଯେଉଁଥିରେ "ହର୍ ଘର ତ୍ରିରଙ୍ଗା" ଅଭିଯାନକୁ ନେଇ ଏକ ସୁନ୍ଦର ବାଲୁକାକଳା ପ୍ରଦର୍ଶନ କରାଯାଇଛି। 


ଅଗଷ୍ଟ ୧୩ ତାରିଖ ରବିବାର ଠାରୁ ୧୫ ତାରିଖ ସ୍ୱାଧିନତା ଦିବସ ପର୍ଯ୍ୟନ୍ତ ୩ ଦିନ ଧରି ସମଗ୍ର ଦେଶରେ "ହର୍ ଘର ତ୍ରିରଙ୍ଗା" କାର୍ଯ୍ୟକ୍ରମ ପାଳନ କରାଯାଉଛି। ଏହି ଅବସରରେ ବାଲୁକାକୃତି ଜରିଆରେ ବାର୍ତ୍ତା ଦିଆଯାଇଛି। ଏହି ବାଲୁକାକୃତୀରେ ପ୍ରତି ଭାରତୀୟଙ୍କ ଘରେ ତ୍ରୀରଙ୍ଗା ଉଡୁଥିବାର ଦୃଶ୍ୟ ପ୍ରଦର୍ଶିତ କରାଯାଇଛି। ଦେଶର ଘରେ ଘରେ ଜାତୀୟ ପତାକା ଉଡାଇ "ହର୍ ଘର ତ୍ରିରଙ୍ଗା" ଅଭିଯାନକୁ ସଫଳ କରାଇବା ପାଇଁ ବାଲୁକାକୃତି ମାଧ୍ୟମରେ ଆହ୍ୱାନ ଦିଆଯାଇଛି।