ଭୁବନେଶ୍ୱର: ନୂଆ ସରକାର ଗଠନ ପରେ ନୂଆ ନେତା ମନ୍ତ୍ରୀମାନେ ବିଭିନ୍ନ ସ୍ଥାନରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ପତାକା ଉତ୍ତୋଳନ କରିବେ । ତେବେ କିଏ କେଉଁଠି ପତାକା ଉତ୍ତୋଳନ କରିବେ ସେନେଇ ଆଜି ସୂଚନା ଜାରି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବେ । ଏଥିସହ ନୂଆପଡ଼ାରେ ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ଏବଂ କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପତାକା ଉତ୍ତୋଳନ କରିବେ । କଳାହାଣ୍ଡିରେ ସୁରେଶ ପୂଜାରୀ, ସୁନ୍ଦରଗଡ଼ରେ ରବି ନାରାୟଣ ନାଏକ, କୋରାପୁଟରେ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁରରେ କୃଷ୍ଣଚନ୍ଦ୍ର ପାତ୍ର, ଗଞ୍ଜାମରେ ପୃଥ୍ୱୀରାଜ ହରିଚନ୍ଦନ, ବରଗଡ଼ରେ ମୁକେଶ ମହାଲିଙ୍ଗ, ଗଜପତିରେ ବିଭୁତି ଭୂଷଣ ଜେନା, ବାଲେଶ୍ୱରରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଲାଙ୍ଗିରରେ ଗଣେଶ ରାମସିଂ ଖୁଣ୍ଟିଆ, ମାଲକାନଗିରିରେ ସୂର୍ଯ୍ୟବଂଶୀ ସୂରଜ, ଖୋର୍ଦ୍ଧାରେ ପ୍ରଦୀପ ବଳସାମନ୍ତ, କନ୍ଧମାଳରେ ଗୋକୁଳାନନ୍ଦ ମଲ୍ଲିକ, ରାୟଗଡ଼ାରେ ସମ୍ପଦ ଚନ୍ଦ୍ର ସ୍ୱାଇଁ ପତାକା ଉତ୍ତୋଳନରେ ସାମିଲ ହେବେ ବୋଲି ଜଣାପଡିଛି ।


Also Read- ତୁଙ୍ଗଭଦ୍ରା ଡ୍ୟାମରେ ଅଘଟଣ, ସ୍ରୋତରେ ଭାସିଗଲା ଗେଟ୍


Also Read- Shani Gochar: ୭ ଦିନ ପରେ ବଦଳିବ ଶନିଙ୍କ ଗତିବିଧି, ଏହି ରାଶିର ଲୋକଙ୍କୁ ମିଳିବ ଧନ