Advertisement
Photo Details/zeeodisha/odisha2378983
photoDetails0hindi

Shani Gochar: ୭ ଦିନ ପରେ ବଦଳିବ ଶନିଙ୍କ ଗତିବିଧି, ଏହି ରାଶିର ଲୋକଙ୍କୁ ମିଳିବ ଧନ

Shani Gochar: ବୈଦିକ ଜ୍ୟୋତିଷ ଅନୁଯାୟୀ ଶନି ଅଗଷ୍ଟ ୧୮ ତାରିଖ ଦିନ ନକ୍ଷତ୍ର ପରିବର୍ତ୍ତନ କରିବେ, ଯାହା ୩ଟି ରାଶିର ବ୍ୟକ୍ତିଙ୍କ ପାଇଁ ବିଶେଷ ଲାଭଦାୟକ ହେବ । ଆର୍ଥିକ ଲାଭ, କ୍ୟାରିୟରରେ ଅଗ୍ରଗତି ଏବଂ ବିନିଯୋଗରେ ସଫଳତା ମିଳିବ । 

1/5

ଶନିଙ୍କ ଚଳନ ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଶନି ଗ୍ରହକୁ ନ୍ୟାୟର ଦେବତା ମଧ୍ୟ କୁହାଯାଏ। ଯେପରି ଶନିଙ୍କ ରାଶି ପରିବର୍ତ୍ତନ ଅତ୍ୟନ୍ତ ସ୍ୱତନ୍ତ୍ର ଠିକ୍ ସେପରି ଶନିଙ୍କ ନକ୍ଷତ୍ରର ପରିବର୍ତ୍ତନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ।

2/5

ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ୧୮ ଅଗଷ୍ଟରେ ଶନି ନକ୍ଷତ୍ର ପରିବର୍ତ୍ତନ କରିବେ । ବର୍ତ୍ତମାନ ଶନି ପୂର୍ବାଭାଦ୍ରପଦ ନକ୍ଷତ୍ରର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅଗଷ୍ଟ ୧୮ ରେ ରାତି ୧୦ଟା୩ ରେ ଶନି ପୁର୍ବାଭାଦ୍ରପଦ ନକ୍ଷତ୍ରର ପ୍ରଥମ ପର୍ଯ୍ୟାୟରେ ଚଳନ କରିବେ । ଆସନ୍ତୁ ଜାଣିବା ଏହି ନକ୍ଷତ୍ର ପରିବର୍ତ୍ତନ ଦ୍ୱାରା କେଉଁ ରାଶି ବ୍ୟକ୍ତିଙ୍କୁ ଲାଭ ମିଳିବ ।

3/5

ମେଷ ରାଶି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହେବ । ଏହି ସମୟରେ, ଆପଣଙ୍କ କଠିନ ପରିଶ୍ରମର ଫଳ ଆର୍ଥିକ ଲାଭ ଆକାରରେ ପାଇବେ । ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ବନ୍ଧୁମାନେ ମଧ୍ୟ ଆପଣଙ୍କୁ ସମର୍ଥନ କରିବେ, ଯାହା ଜୀବନରେ ସୁଖ ଆଣିଦେବ । କ୍ୟାରିୟର ଉନ୍ନତି ଏବଂ ବିନିଯୋଗ ପାଇଁ ଏହି ସମୟ ଅନୁକୂଳ ହେବ ।

4/5

ତୁଳା ରାଶି ଆପଣ ଶନିଦେବଙ୍କ ନକ୍ଷତ୍ରର ପରିବର୍ତ୍ତନ ଦ୍ୱାରା ଉପକୃତ ହେବେ । ଏହି ସମୟରେ, ଆପଣ ଏକ ଭଲ ଚାକିରି ପାଇପାରିବେ । ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ ଏବଂ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ମିଳିବ । କ୍ୟାରିଅରରେ ପ୍ରଗତି ପାଇଁ ସୁଯୋଗ ମିଳିବ ।

5/5

ମକର ରାଶି ଶନିଙ୍କ ନକ୍ଷତ୍ର ପରିବର୍ତ୍ତନ ଆପଣଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇବ । ଆପଣ ସମାଜରେ ମାନ ସମ୍ମାନ ପାଇବେ । ଆପଣ କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ । ଷ୍ଟକ୍ ମାର୍କେଟରୁ ଲାଭ ମିଳିପାରେ । ଅନେକ ଅସମ୍ପୂର୍ଣ୍ଣ ଇଚ୍ଛା ପୂରଣ ହେବ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)