ଭୁବନେଶ୍ୱର; ମ୍ୟୁନିସିପାଲ ପ୍ରଶାସନ ପରିବର୍ତ୍ତନ ପାଇଁ ଆଜି ଆଉ ଏକ ପଦକ୍ଷେପ ନେଇଛନ୍ତି । ୫ଟି ଅଧିନରେ ଦକ୍ଷତା, ସ୍ୱଚ୍ଛତା ଏବଂ ଗୋଷ୍ଠୀ ଯୋଗଦାନକୁ ବୃଦ୍ଧି କରିବା ପାଇଁ ଆଜି ୮୯ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୬୧ ଜଣ ଅମିନ ଓ ୨୮ ଜଣ ଅଡିଟର ଅଛନ୍ତି । ବିଭିନ୍ନ ପୃଷ୍ଠ ଭୂମିରୁ ଆସିଥିବା ଯୁବକ ଯୁବତୀମାନଙ୍କୁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ‘ନିଯୁକ୍ତି ପର୍ବ’ରେ ସେମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା ।


COMMERCIAL BREAK
SCROLL TO CONTINUE READING

ଏହି ଅବସରରେ ନିର୍ଦେଶକ ପୌର ପ୍ରଶାସନ ଶ୍ରୀ ସଂଗ୍ରାମଜିତ୍ ନାୟକଙ୍କ ଅଭିଭାଷଣ ଏକ ନିପୁଣ ଶୈକ୍ଷିକ ପ୍ରଶିକ୍ଷଣ ସ୍ୱରୂପ ରହିଥିଲା । ଏହି ବିଭାଗରେ ପ୍ରଥମଥର ପାଇଁ ଏପରି ନିଯୁକ୍ତି ପ୍ରଦାନ କରାଯାଉଛି ବୋଲି ଶ୍ରୀ ନାୟକ  ଅବଗତ କରାଇଥିଲେ । ରାଜ୍ୟରେ ସହରାଂଚଳ ରୂପାନ୍ତରୀକରଣ ସଂପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଜି. ମାଥି ଭାଥନନ ସୂଚନା ପ୍ରଦାନ କରିଥିଲେ ।


ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଯୋଗଦେଇ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜ୍ଞାନ ଓ କାରିଗରୀ କୌଶଳ, ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ କର୍ତବ୍ୟ ଓ ଦାୟିତ୍ୱବୋଧ ସଂପର୍କରେ ନବ ନିଯୁକ୍ତ ଯୁବକ ଯୁବତୀଙ୍କୁ ଉପଦେଶ ଦେଇଥିଲେ ।


ସାଧାରଣ ନାଗରିକଙ୍କ ସେବାରେ ରୂପାନ୍ତରୀକରଣ ଆଣିବା ଦିଗରେ ୮୯ ଜଣ ନବ ନିଯୁକ୍ତ ଏକ ଶକ୍ତି ଭାବେ ବିଦ୍ୟମାନ ହେବେ । ସେମାନଙ୍କର ସମ୍ମିଳିତ ଉଦ୍ୟମ ସ୍ୱଚ୍ଛ ରାସ୍ତା, ସର୍ବସାଧାରଣ ବ୍ୟବସ୍ଥାରେ ଉନ୍ନତି ଏବଂ କର୍ତବ୍ୟନିଷ୍ଠା ଓ ଉତରଦାୟୀ ପୌର ପ୍ରଶାସନକୁ ନିଶ୍ଚିତ କରାଇବ । ଏହି ୮୯ ଜଣଙ୍କ ନିଯୁକ୍ତି ପୌର ପ୍ରସାଶନରେ ଏକ ନୂତନ ଅଧ୍ୟାୟର ଆରମ୍ଭ ମାତ୍ର ।  ତେବେ ଏହିମାନଙ୍କ ନିଯୁକ୍ତି ନିଷ୍ଠାପର ସେବା ପୌରାଂଚଳ ସର୍ବସାଧାରଣଙ୍କ ଅଭିଯୋଗ, ଆବଶ୍ୟକତା ଏବଂ ସ୍ୱପ୍ନକୁ ସାକାର କରିବାରେ ନିଶ୍ଚିତ ଭାବେ ସହାୟକ ହେବ ।


Also Read- ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ 'ବନ୍ତାରା'ର ଶୁଭାରମ୍ଭ


Also Read- ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ଯୁବତୀ ସୋନମ୍