ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ଯୁବତୀ ସୋନମ୍
Advertisement
Article Detail0/zeeodisha/odisha2129826

ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ଯୁବତୀ ସୋନମ୍

Bareilly news: ସୋନମ ସିଦ୍ଧକି ନାମକ ଜଣେ ମୁସଲିମ୍ ଝିଅ ଜଣେ ହିନ୍ଦୁ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । ସେ କହିଛନ୍ତି ଯେ, ବର୍ତ୍ତମାନ ମୁଁ ଏବଂ ମୋ ସ୍ୱାମୀଙ୍କ ଜୀବନ ବିପଦରେ ଅଛି ।

ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଯୁବକଙ୍କୁ ବିବାହ କଲେ ମୁସଲିମ ଯୁବତୀ ସୋନମ୍

Hindu Muslim Marriage: କୁହାଯାଏ ହିନ୍ଦୁ ଧର୍ମରୁ ଜଣେ ଅନ୍ୟ ଧର୍ମକୁ ପରିବର୍ତ୍ତନ କରିପାରିବ କିନ୍ତୁ ଅନ୍ୟ ଧର୍ମରୁ ହିନ୍ଦୁ ଧର୍ମରେ ଯୋଗ ଦେବା ସମ୍ଭବ ନୁହେଁ । କିନ୍ତୁ ଜଣେ ମୁସଲିମ୍ ଯୁବତୀ ସନାତନ ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରି ନିଜ ଧର୍ମ ଛାଡିଛନ୍ତି । ଉତ୍ତରପ୍ରଦେଶର ବରେଲି ଅଞ୍ଚଳରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମୁସଲମାନ ଧର୍ମର ଯୁବତୀ ହିନ୍ଦୁ ଯୁବକଙ୍କୁ ବିବାହ କରିଛନ୍ତି । ସେ ନିଜର ନାମ ସୋନମରୁ ଲକ୍ଷ୍ମୀକୁ ପରିବର୍ତ୍ତନ କରିଛନ୍ତି ।

ସୂଚନା ମୁତାବକ, ଦେବରାଣିଆ ଥାନା ଅଞ୍ଚଳରେ ସୋନମ ସିଦ୍ଦିକି ନିଜ ଘରୁ ଫେରାର୍ ହୋଇ ନିଜ ପ୍ରେମିକ ତଥା ହିନ୍ଦୁ ଯୁବକ ବିଷ୍ଣୁ ମୌର୍ଯ୍ୟଙ୍କୁ ବିବାହ କରିଛନ୍ତି । ଏକ ମନ୍ଦିରରେ ସାତ ଘେରା ନେବା ସହ ସମସ୍ତ ରୀତିନୀତି ହିନ୍ଦୁ ପରମ୍ପରା ଅନୁଯାୟୀ କରାଯାଇଥିଲା । ସୋନମ ଏକ ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ସେ ନିଜ ଇଚ୍ଛାରେ ବିଷ୍ଣୁଙ୍କୁ ବିବାହ କରୁଛନ୍ତି।

ପରସ୍ପର ଭିନ୍ନ ଧର୍ମର ହୋଇଥିବା ସମୟରେ ଦୁଇ ପ୍ରେମୀ ଯୁଗଳଙ୍କ ପ୍ରେମକୁ କୌଣସି ବାଧା ଅଟକାଇପାରିନି । ଧର୍ମର ଦରଜା ପାର ହୋଇ ଦୁହେଁ ଏକାଠି ସାରା ଜୀବନ ବିତାଇବାକୁ ଶପଥ ନେଇଛନ୍ତି । ସୋନମ କହିଛନ୍ତି ଯେ, ସେ ପ୍ରଭୁ ରାମଙ୍କ ଉପରେ ଗଭୀର ବିଶ୍ୱାସ ରଖନ୍ତି ଏବଂ ରାମଙ୍କ ଦର୍ଶନ ପାଇଁ ଇଚ୍ଛା ରହିଛି ।

ସୋନମ କହିଛନ୍ତି ଯେ, ଇସଲାମ ଧର୍ମରେ ଟ୍ରିପଲ ତଲାକ୍ ବ୍ୟବସ୍ଥା ରହିଛି ତେଣୁ ସେ ହିନ୍ଦୁ ଧର୍ମକୁ ଅଧିକ ପସନ୍ଦ କରନ୍ତି । ସୋନମ କହିଛନ୍ତି ଯେ, ତାଙ୍କ ପରିବାର ସଦସ୍ୟଙ୍କ ଅନିଚ୍ଛା ସତ୍ୱେ ସେ ବିବାହ କରିଥିବାରୁ ତାଙ୍କ ଜୀବନ ପ୍ରତି ବିପଦ ରହିଛି । ପ୍ରଥମେ ପରିବାର ଲୋକଙ୍କୁ ନିଜ ପ୍ରେମ ବିଷୟରେ କହିବା ପରେ ସେମାନେ ରାଜି ହୋଇନଥିଲେ ଏଥିସହ ଏହାକୁ ବିରୋଧ କରି ସୋନମଙ୍କୁ ଅନ୍ୟତ୍ର ବିବାହ କରାଇଦେବାପାଇଁ ଚେଷ୍ଟା କରୁଥିଲେ । ସେହି କାରଣରୁ ସୋନମ ନିଜ ପ୍ରେମିକ ବିଷ୍ଣୁଙ୍କ ସହ ଫେରାର୍ ହୋଇ ବିବାହ କରିଥିଲେ ।

Also Read- ପିଲାଙ୍କୁ କପି ଯୋଗାଇ ଧରାପଡିଲେ ପିଅନ, ଥାନାରେ ଅଟକ

Also Read- Guru-Shukra Gochar 2024: ଗଜଲକ୍ଷ୍ମୀ ରାଜଯୋଗ ପ୍ରଭାବରୁ ୩ ରାଶିକୁ ବଡ଼ ଲାଭ