Bus Service: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ଆହୁରି ସହଜ ହେବ ଜଗା ଦର୍ଶନ (jaga darsan)। ରାଜ୍ୟର ସବୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ବସ୍ ଚାଲିବ।  ଏହି ସବୁ ବସ୍ ଭାୟା ଭୁବନେଶ୍ବର ହୋଇ ଚଳାଚଳ କରିବ।  ରାଜ୍ୟର ସବୁ ଜିଲ୍ଲାର ଲୋକେ ଯେପରି ଜଗା ଦର୍ଶନ କରିବାକୁ ସୁବିଧାରେ ଆସିପାରିବେ। ତାହାକୁ ନଜରରେ ରଖି ରାଜ୍ୟ ସରକାର ଲକ୍ଷ୍ମୀ ବସ୍ ଯୋଜନାରେ (LAccMI Scheme) 'ଜଗନ୍ନାଥ ଏକ୍ସପ୍ରେସ୍'  ବା 'ଜଗନ୍ନାଥ ଏବଂ ଲକ୍ଷ୍ମୀ ଏକ୍ସପ୍ରେସ୍'  (jagannatha and laxmi express Bus Service) ସେବା ଆରମ୍ଭ କରିବାକୁ ଯାଉଛନ୍ତି। ମାର୍ଚ୍ଚ ମାସ ପୂର୍ବରୁ  ମୁଖ୍ୟମନ୍ତ୍ରୀ ଏହି ବସ୍ ସେବା ଆରମ୍ଭ କରିବେ ବୋଲି ଜଣାପଡି଼ଛି। 


COMMERCIAL BREAK
SCROLL TO CONTINUE READING

 



Also Read: Rishabh Pant: ପନ୍ତଙ୍କ ଦୁର୍ଘଟଣାକୁ ପୂରିବ ବର୍ଷେ, IPL ପୂର୍ବରୁ ଦେଲେ ଖୁସି ଖବର...


ରାଜ୍ୟ ସରକାର ଏହି ଯୋଜନା ପାଇଁ ଓଏସଆରଟିସି (Odisha State Road Transport Corporation) ୧୨୨ଟି ସୁପର ପ୍ରିମିୟମ୍ ବସ୍ କିଣିବେ।  ଏଥିପାଇଁ ୨୬୦ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏନେଇ ପରିବହନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପରିବହନ ବିଭାଗ ହିସାବ କହୁଛି ଯେ,  ଏହି ବସ୍ ସେବା ପାଇଁ ୧୨୨ଟି ବସ୍ କିଣାଯିବ।  ଏଥିରପାଇଁ ୨୬୦ କୋଟି ୪୦ ଲକ୍ଷ ଖର୍ଚ୍ଚ ହେବ। ଅର୍ଥାତ୍ ବସ୍ ଗୋଟାକୁ  ୨ କୋଟି  ୧୩ ଲକ୍ଷ  ୪୪ ହଜାର ୨୬୨ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡିଛି। କିନ୍ତୁ ଘରୋଇ ବସ୍ ମାଲିକ ସଂଘ କହୁଛି ଯେ, ଓଡି଼ଶାରେ ଚାଲୁଥିବା ସୁପର ପ୍ରିମିୟମ୍ ବସ୍ ଗୁଡିକର ଦାମ୍  ୬୫ରୁ ୭୦ ଲକ୍ଷ ଟଙ୍କା । 


(OSRTC) ଓଏସଆରଟିସି ରୁ ମିଳିଥିବା ସୂଚନା ଅନୁଯାୟୀ,  ଏହି ୧୨୨ଟି ବସ୍ କିଣା ପ୍ରସ୍ତାବ ଯାଞ୍ଚ କମିଟିକୁ ଯାଇଛି। ସେଠାରୁ ମଞ୍ଜୁର ଆସିବା ପରେ,ଟେଣ୍ତର ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏହି ବସ୍ ସେବା କେବେ ଆରମ୍ଭ ହେବ ସେନେଇ ସ୍ଥିର ହୋଇସାରିଥିବାରୁ ଖୁବ୍ ଶିଘ୍ର ବସ୍ କିଣାଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହିସବୁ ବସ୍ ଚଳାଚଳ ଆରମ୍ଭ ହେବାକୁ ଥିବା ବେଳେ ଘରୋଇ ବସ୍ ଗୁଡିକର ଚଳାଚଳ ଏକ ପ୍ରକାର ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏନେଇ ମୁଁହ ଖୋଲିଛି ଘରୋଇ ବସ୍ ମାଲିକ ସଂଘ। ଘରୋଇ ବସ୍ ମାଲିକ ସଂଘ କହିଛି ଯେ, ଏବେ ପୁରୀକୁ ଦିନକୁ ପ୍ରାୟ ୧୦୦ ରୁ ଅଧିକ ବସ୍ ଗଡୁଛି। ପ୍ରତି ୬ ମିନିଟ୍ ରେ ଗୋଟିଏ ବସ୍ ପୁରୀକୁ ଯାଉଛି। ତାହା ପୁଣି ବିଭିନ୍ନ ଜିଲ୍ଲାରୁ।