Odisha News: ଜି ଓଡି଼ଶା ନ୍ୟୁଜର  ମହାପ୍ରଭାବ।  ଛାତ୍ରଛାତ୍ରୀମାନଙ୍କୁ ପୋଖରୀକୁ ମଧ୍ୟାହ୍ନଥାଳି ଧୋଇବା ପାଇଁ ପଠାଇବା ପଡିଲା ମହଙ୍ଗା।  ନିଲମ୍ବନ ହେଲେ ସମ୍ବଲପୁର ଜିଲ୍ଲାର ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉଷା ହର ଓ ସହକାରୀ ଶିକ୍ଷୟିତ୍ରୀ ସୈରେନ୍ଦ୍ରି ହାତୀଙ୍କର ଏକ ମାସର ଦରମା ବନ୍ଦ ହୋଇଥିବା ଜଣାପଡିଛି। ସୂଚନା ଥାଉ କି ଗତ ୧୮ ତାରିଖରେ ଜି ଓଡିଶା ନ୍ୟୁଜରେ ଏହି ଖବରଟି ପ୍ରସାରଣ ହୋଇଥିଲା । 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଗତ ଜୁଲାଇ ୧୮ ତାରିଖ ରେ ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ର ଜଟୁପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ପାଠ ପଢା ସମୟରେ କେତେକ ଛାତ୍ର ଫାଉଡ଼ା ଧରି ସ୍କୁଲ ପରିସର ଭିତରେ ସ୍କୁଲ ୟୁନିଫର୍ମ ପିନ୍ଧି ଅନା ବନା ଘାସ ଓ ଛୋଟ ଗଛ କାଟୁଥିବାର ଦେଖୁବାକୁ ମିଳିଥିଲା । କେବଳ ଏତିକି ନୁହେଁ ସ୍କୁଲ ସବୁ ଛାତ୍ର ଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ ଖାଇ ସାରି ସ୍କୁଲ ପରିସର ବାହାରକୁ ଯାଇ ଏକ ପୋଖରୀରେ ଅତି ବିପଦ ଜନକ ଅବସ୍ଥାରେ ଥାଳି ଧୋଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଏନେଇ ସମ୍ବଲପୁର ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳ ଧନକଉଡ଼ା ବିଈଓଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦେଇଥିଲେ । ବିଇଓ ବା ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୋମବାର ନିଜେ ଜଟୁପଡ଼ା ସ୍କୁଲ ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କୁ ପଚରା ଉଚରା କରିଥିଲେ ।


ଛାତ୍ରଛାତ୍ରୀ ମାନେ ସ୍କୁଲ ପରିସର ବାହାରେ ଥିବା ପୋଖରୀକୁ ଥାଳି ଧୋଇବାକୁ ଯିବା ଘଟଣା ଓ ଗଛ କାଟିବା ତଥା ଘାସ କାଟିବା ଘଟଣା ସତ ବୋଲି ଜାଣିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।ତେବେ ଏହି ଘଟଣା ଘଟିବା ସମୟରେ ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲରେ ଉପସ୍ଥିତ ନଥିଲେ ଓ ସେ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ସ୍କୁଲ ଛାଡି ଯାଇ ଥିବାରୁ ଦାୟିତ୍ୱ ରେ ଅବହେଳା କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ଏବଂ ସହକାରୀ ଶିକ୍ଷୟତ୍ରୀ ସୈରେନ୍ଦ୍ରି ହାତୀ ଙ୍କର ଗୋଟିଏ ମାସର ଦରମା ବନ୍ଦ କରାଯାଇଥିବା ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ସୂଚନା ଦେଇଛନ୍ତି ।


ଅନ୍ୟପଟେ ଆଉ ଦୁଇ ଗୋଟି ପୃଥକ ପୃଥକ ଘଟଣା ରେ ଆଉ ୨ ଶିକ୍ଷକ ନିଲମ୍ବିତ ହୋଇଛନ୍ତି । ଧନକଉଡ଼ା ବ୍ଲକ ର ଗଡ଼ମୁଣ୍ଡା ଉଚ୍ଚ ପ୍ରାଥମିକ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଅନୁପମା ବେହେରାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ହେରଫେର କରିଥିବା ଅଭିଯୋଗରେ ନିଲମ୍ବନ କରାଯାଇଛି। ଅନ୍ୟପଟେ ଧନକଉଡ଼ା ସଦେଇପାଲି ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ସହକାରୀ ଶିକ୍ଷକ ବବନ ସିଂ ସପ୍ତମ ଶ୍ରେଣୀର ଜଣେ ଛାତ୍ର ଙ୍କ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ରେ ନିଲମ୍ବନ କରାଯାଇଛି ।