JE Civil Exam: ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଦ୍ବାରା ପରିଚାଳିତ ଜେଇ ମେନ୍ ସିଭିଲ ପରୀକ୍ଷା (JE Civil exam) ପ୍ରଶ୍ନପତ୍ର ଲିକ୍ ମାମଲାରେ ତତ୍ପରତା ଦେଖାଇଛନ୍ତି ବାଲେଶ୍ବର ଏସପି (Balasore SP Sagarika nath) । ଏନେଇ OSSC ପକ୍ଷରୁ ୫୫ ଜଣ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ (show cause notices) ଜାରି କରାଯାଇଛି । OSSC ନିଯୁକ୍ତିରୁ କାହିଁକି ଆଜୀବନ ବାସନ୍ଦ କରାଯିବନି, ସେନେଇ ସୋ କଜ୍ ନୋଟିସ ଜାରି କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ ଦ୍ବାରା ପରିଚାଳିତ ଜେଇ ମେନ୍ ସିଭିଲ ପରୀକ୍ଷା (JE Civil exam) ପ୍ରଶ୍ନପତ୍ର ଲିକ୍ ମାମଲାର ମାଷ୍ଟର ମାଇଣ୍ତ ସମେତ ଅନ୍ୟ ୭ ଜଣ ଅଭିଯୁକ୍ତଙ୍କୁ ବିହାରରୁ ବାନ୍ଧିଛି ବାଲେଶ୍ବର ପୋଲିସ (Balasore Police) । ଏହା ପୂର୍ବରୁ ଦୀଘାରୁ ୯ ଜଣଙ୍କୁ ପୋଲିସ ଗିରଫ କରିଥିଲା । OSSC ପ୍ରଶ୍ନପତ୍ର ଲିକ୍ ମାମଲାରେ ଓଏସଏସସି ସେକ୍ରେଟେରୀଙ୍କୁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖି ଏହି ମାମଲାରେ ୯୨ ଜଣ ପରୀକ୍ଷାର୍ଥୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେଇ ଜଣାଇଥିଲେ । ଏହି ସମସ୍ତ ପରୀକ୍ଷାର୍ଥୀମାନେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର କିଣିବା ନେଇ ଡିଲ୍ କରିଥିବା ଏସପି ଚିଠିରେ ଉଲ୍ଲେଖ କରିଥିଲେ । ଏହି ଚିଠିରେ ସମସ୍ତ ପରୀକ୍ଷାର୍ଥୀଙ୍କ ତାଲିକା ମଧ୍ଯ ଓଏସଏସସି ସେକ୍ରେଟେରୀଙ୍କ ନିକଟକୁ ପଠାଇଥିଲେ ଏସପି ସାଗରିକା ନାଥ । ଅନ୍ୟପଟେ ଏହି ମାମଲାରେ ଗିରଫ ୧୭ ଜଣଙ୍କ ମଧ୍ୟରୁ କେତେକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧୀନରେ ଚାକିରି କରିଥିବା ନେଇ ଜଣାପଡିଛି । ତେବେ ସେମାନଙ୍କ ଅଥିରିଟିଙ୍କୁ ଅଭିଯୁକ୍ତ ବିରୋଧରେ ଆକ୍ସନ ପାଇଁ ଏସପି ଚିଠିରେ ଲେଖି ଜଣାଇଥିଲେ ।


ଏହା ବି ପଢନ୍ତୁ- ଆଜି ପବିତ୍ର ମହରମ୍: ଭଦ୍ରକରେ ବ୍ୟାପକ ପ୍ରସ୍ତୁତି, ସମ୍ବଲପୁରରେ କଡ଼ାକଡ଼ି ହେଲା ଯାଞ୍ଚ ପ୍ରକ୍ରିୟା


ଏହା ବି ପଢନ୍ତୁବନକଲାଗି ନୀତି ବିବାଦ: ସବ କମିଟି ବୈଠକ ପରେ ନରମିଲେ ଦତ୍ତ ମହାପାତ୍ର ସେବାୟତ, କିନ୍ତୁ ବାହାରିଲାନି ନିଷ୍କର୍ସ


ପ୍ରକାଶ ଥାଉ କି,ଗତ ଜୁଲାଇ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜେଇ ମେନ୍ ସିଭିଲ ପରୀକ୍ଷାକୁ ବାତିଲ କରିବା ନେଇ ଓଏସଏସସି ଅଧ୍ଯକ୍ଷ ଅଭୟ ଟ୍ବିଟ୍ କରି ସୂଚନା ଦେଇଥିଲେ । ଏହାପରେ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଉ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ବିଜ୍ଞପ୍ତି ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଜେଇ (JE Civil exam) ମୁଖ୍ୟ ଲିଖିତ ପରୀକ୍ଷା ହେବା ନେଇ ସୂଚନା ଦିଆଯାଇଥିଲା । ବାଲେଶ୍ବର ଏସପିଙ୍କ ରିପୋର୍ଟ ଆଧାରରେ ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସରେ ଜେଇ ସିଭିଲ ପଦବୀ ପାଇଁ ଅନୁଷ୍ଠିତ ମୁଖ୍ୟ ଲିଖିତ ପରୀକ୍ଷାକୁ ବାତିଲ କରାଯାଇଥିବା କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଓଏସ୍‌ଏସ୍‌ସି (OSSC) ନିଜେ ପ୍ରଶ୍ନପତ୍ର ପ୍ରସ୍ତୁତି ଓ ପରୀକ୍ଷା ପରିଚାଳନା କରୁଥିବା ବେଳେ କେମିତି ଦଲାଲ ପାଖକୁ ପ୍ରଶ୍ନପତ୍ର ଗଲା ତାର ଉତ୍ତର ପୋଲିସ ପାଖରେ ମଧ୍ଯ ନାହିଁ। ପ୍ରଶ୍ନପତ୍ର ଲିକ୍‌ କିପରି ହେଲା? ଏହା କେଉଁ ସ୍ତରରୁ ଲିକ୍ ହୋଇଛି ତାର ବି ଟେର ପାଉନି ପୋଲିସ। 


ଏହା ବି ପଢନ୍ତୁ- Weather Update: ଆଜି ପ୍ରବଳ ବର୍ଷା ନେଇ ୧୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି, ୩୧ରୁ ପୁଣି ବଢିବ ବର୍ଷା!


ଏହା ବି ପଢନ୍ତୁ-Complain Against MLA: ବିଧାୟିକା ବର୍ଷା ସିଂ ବରିହାଙ୍କ ନାଁ ରେ ମାରପିଟ୍ ଅଭିଯୋଗ: ଥାନାରେ ମାମଲା ରୁଜୁ