Job Vacancy: ଦଶମ କିମ୍ବା +୨ ପାସ୍ କରିଥିବା ଯୁବପିଢ଼ିଙ୍କ ପାଇଁ ବମ୍ପର ନିଯୁକ୍ତି ସୁଯୋଗ। ଓଡ଼ିଶାର ଅଗ୍ନିଶମ ବିଭାଗରେ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ଯୁବକଙ୍କ ପାଇଁ ଖୁସି ଖବର। ଅଗ୍ନିଶମ ବିଭାଗରେ ଖାଲିପଡ଼ିଥିବା ୯୪୧ଟି ପଦବୀ ପାଇଁ ବାହାରିଛି ନିଯୁକ୍ତି ଅଫର।ଯୋଗ୍ୟ ପ୍ରାର୍ଥୀ ବା ଇଚ୍ଛୁକ ପ୍ରାର୍ଥୀ ଚାହିଁଲେ ଅଫିସିଆଲ ୱେବସାଇଡ www.odishafshgscd.gov.in କୁ ଯାଇ ଆବେଦନ କରି ପାରିବେ ।


COMMERCIAL BREAK
SCROLL TO CONTINUE READING

ମୋଟ ଖାଲି ପଡ଼ିଥିବା ପଦବୀ : ୯୪୧


ଫାୟାରମ୍ୟାନ ପଦବୀ : ୮୨୬


ଫାୟାରମ୍ୟାନ ଡ୍ରାଇଭର ପଦବୀ : ୧୧୫


-ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ସେପ୍ଟେମ୍ବର ୧ ରୁ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୩୦ ତାରିଖ।


ଶିକ୍ଷାଗତ ଯୋଗ୍ୟତା : ଏହି ପଦବୀମାନଙ୍କରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ୧୦ମ କିମ୍ବା ଯୁକ୍ତ ୨ ପାସ୍ ହୋଇଥିବା ଜରୁରୀ । ଯେଉଁମାନେ ଡ୍ରାଇଭର ପଦବୀ ପାଇଁ ଆବେଦନ କରିବେ ସେମାନଙ୍କ ପାଖରେ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ ।


ବୟସ ସୀମା: ଏହି ପଦବୀ ପାଇଁ ଏକ ନିର୍ଦ୍ଧିଷ୍ଟ ବୟସ ସୀମା ରଖିଛି ବିଭାଗ। ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୧୯ ରୁ ୨୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ।


ଦରମା : ଚୟନ ହୋଇଥିବା ପ୍ରାର୍ଥୀଙ୍କ ମାସିକ ଦରମା ୧୯,୯୦୦ ଟଙ୍କା ରହିବ।


ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା(Written Test), ଶାରୀରିକ ଦକ୍ଷତା, ଡକ୍ୟୁମେଣ୍ଟ ଭେରିଫିକେସନ ଜରିଆରେ କରାଯିବ ।


ପରୀକ୍ଷା : ପ୍ରାର୍ଥୀଙ୍କୁ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ। ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ମାର୍କ ରହିବ । ୨ ଘଣ୍ଟା ପାଇଁ ପରୀକ୍ଷା ହେବ ।


ଆବେଦନ କରିବାର ଉପାୟ :


-ପ୍ରଥମେ ଅଫିସିଆଲ ୱେବସାଇଟ୍ www.odishafshgscd.gov.in କୁ ଗସ୍ତ କରି ଚେକ୍ କରନ୍ତୁ ।
-ଏହା ପରେ ଓଡିଶା ଫାୟାରମ୍ୟାନ ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରନ୍ତୁ ।
-ରେଜିଷ୍ଟ୍ରେନ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।
-ଏହା ପରେ ନିଜର ଆବଶ୍ୟକ ଡକ୍ୟୁମେଣ୍ଟକୁ ଅପଲୋଡ କରି ଆବେଦନ ଶୁଳ୍କ ପୈଠ କରନ୍ତୁ ।
-ସବୁ ଡକୁମେଣ୍ଟ ସବମିଟ୍ କରିବା ପରେ ଫର୍ମର ପ୍ରିଣ୍ଟଆଉଟ୍ ବା ହାର୍ଡ କପି କାଢି ନିଜ ପାଖରେ ରଖନ୍ତୁ।


Also Read; Monsoon Rainfall 2023: ରାଜ୍ୟର ୧୧ ଜିଲ୍ଲାରେ ହୋଇଛି କମ୍ ବୃଷ୍ଟିପାତ, ମରୁଡ଼ି ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ