ମାଓ ବନ୍ଧୁକ କାରଖାନା ଠାବ ସହ ବିସ୍ଫୋରକ ସାମଗ୍ରୀ ଜବତ
Joint operation by bsf: ଯବାନକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଜଙ୍ଗଲ ଭିତରୁ ବନ୍ଧୁକ ତିଆରି ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ୍, ସୋଲାର ପ୍ୟାନେଲ, ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷା କର୍ମୀ। ଘଞ୍ଚ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପରେ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ତିଆରି କରୁଥିଲେ।
ଭୁବନେଶ୍ଵର: ମାଓ ବନ୍ଧୁକ କାରଖାନା ଠାବ। ବିଏସଏଫ୍ ଏବଂ ଡିଆରଜି ଯବାନଙ୍କ ମିଳିତ ଅପରେସନକୁ ମିଳିଛି ସଫଳତା। ଛତିଶଗଡ଼ର ନାରାୟଣପୁର ଜିଲ୍ଲାର ସୋନପୁର କୋହମେଟାଲା ଘଞ୍ଚ ଜଙ୍ଗଲରେ ଠାବ କରିଛନ୍ତି ଯବାନ। ମାଓବାଦୀ ତିଆରି ବନ୍ଧୁକ କାରଖାନା ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଯବାନକୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ। ଜଙ୍ଗଲ ଭିତରୁ ବନ୍ଧୁକ ତିଆରି ଲେଦ ମେସିନ ଓ ୱେଲଡିଂ ପାଇଁ ରଖାଯାଇଥିବା ଗ୍ୟାସ୍, ସୋଲାର ପ୍ୟାନେଲ, ଭଳି ଅନେକ ବିସ୍ଫୋରକ ସାମଗ୍ରୀ ଜବତ କରିଛି ସୁରକ୍ଷା କର୍ମୀ। ଘଞ୍ଚ ଜଙ୍ଗଲରେ ମାଓବାଦୀ ମାନେ କ୍ୟାମ୍ପରେ ବନ୍ଧୁକ ସହ ବିସ୍ପୋରକ ସାମଗ୍ରୀ ତିଆରି କରୁଥିଲେ।