ଭୁବନେଶ୍ୱର: ରାଜଧାନୀରେ ସାମ୍ବାଦିକା ମଧୁମିତା ମୃତ୍ୟୁ ମାମଲାରେ ଖୋଳତାଡ଼ କରୁଛି ପୋଲିସ । ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କ ମୋବାଇଲକୁ ଜବତ କରାଯିବା ପରେ ଏହାକୁ ବର୍ତ୍ତମାନ ଫୋରେନସିକ ଲ୍ୟାବକୁ ପଠାଇବ କମିଶନରେଟ୍ ପୋଲିସ । କେତେ ଝିଅଙ୍କ ସହ ଶ୍ରୀଧରର ସଂପର୍କ ଥିଲା ତାହା ମୋବାଇଲରୁ ସ୍ପଷ୍ଟ ହେବ ବୋଲି କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ସାମ୍ବାଦିକା ମଧୁମିତା ପରିଡ଼ାଙ୍କ ମୃତ୍ୟୁ ଘଟଣାରେ ତଥ୍ୟ ସଂଗ୍ରହ କରିଛନ୍ତି ବାୟୁସେନା ଅଧିକାରୀ। ଅଭିଯୁକ୍ତ ମଧୁମିତାଙ୍କ ସ୍ୱୀମୀ ଶ୍ରୀଧର ଜେନା ବାୟୁସେନାରେ କାର୍ଯ୍ୟରତ ଥିବାରୁ ଶ୍ରୀଧରଙ୍କ କେସ୍‌ ସମ୍ପର୍କିତ ତଥ୍ୟ ବାୟୁସେନାକୁ ଦିଆଯାଇଛି ।


ସୂଚନାଯୋଗ୍ୟ, ଗତ ବୁଧବାର ଦିନ ପାରିବାରିକ ବିବାଦ ଏବଂ ପରକିୟା ପ୍ରିତି ଅଭିଯୋଗର ଏକ ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ସାମ୍ୱାଦିକା ମଧୁମିତା ରେଳ ଧାରଣାରେ ଜୀବନ ହାରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପଟେ ମଧୁମିତାଙ୍କ ପରିବାର ସଦସ୍ୟ ଏ ଘଟଣା ବାବଦରେ ପ୍ରତିକ୍ରିୟା ରଖି ମଧୁମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ମାମଲାରେ ତଦନ୍ତ କରି ମଧୁମିତାଙ୍କ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିଥିଲା ଧଉଳି ଥାନା ପୋଲିସ । ବର୍ତ୍ତମାନ ଶ୍ରୀଧରଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ସୂଚନା ରହିଛି ।


Also Read- ଘାଟିରୁ ଖସିଲା କାର୍, ଚାଲିଗଲା ୮ ଜୀବନ


Also Read- ଦୁଇଥର ଗୋଟିଏ ବରକୁ ବିବାହ କଲେ, ପୁଣି ରାତାରାତି ଫେରାର୍ ହେଲେ କନ୍ୟା