କୋରାପୁଟ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ରାଜ ବିଭାଗର କନିଷ୍ଠ ଯନ୍ତ୍ରୀ। କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଅଧୀନରେ କାର୍ଯ୍ୟରତ ମହିଳା ସହକାରୀ ଯନ୍ତ୍ରୀ ଭାନୁମତୀ ଟୁଡୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ। ଭାନୁମତୀ ଟୁଡୁ ଆଜି ଜଣେ ଚାଷୀଙ୍କୁ ଗାଈ ଗୁହାଳ ଯୋଗାଣ ନିମନ୍ତେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, କୁନ୍ଦୁରା ବ୍ଲକ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ରହିଥିବା ସହକାରୀ ଯନ୍ତ୍ରୀ ଏକ ଗୁହାଳ ଗୃହ ବିଲ୍‌ ପାସ୍‌ କରାଇବା ନେଇ ଜଣେ ଚାଷୀଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍‌। ଦୁର୍ନୀତିରେ ଲିପ୍ତ ରହିଥିବା ସହକାରୀ ଯନ୍ତ୍ରୀଙ୍କ ନାମରେ ପୂର୍ବରୁ ଅଭିଯୋଗ ରହିଥିବାବେଳେ ଲୁଚି ରହିଥିବା ୫ଜଣିଆ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲା। ବର୍ତ୍ତମାନ ତାଙ୍କ କାର୍ଯ୍ୟଳୟରେ ଚଢାଉ ଜାରି ରହିଛି। 


ଅଧିକ ପଢନ୍ତୁ...


ସୁଭଦ୍ରା ପାଇଁ ବଡ଼ ଖବର; କେବେ ମିଳିବ ଟଙ୍କା, ଆଜି ତାରିଖ ଘୋଷଣା କରିବେ ଉପ-ମୁଖ୍ୟମନ୍ତ୍ରୀ! ଜାଣନ୍ତୁ ପୁରା...


https://zeenews.india.com/hindi/zeeodisha/state-news/subhadra-yojana-second-loan-amount-how-to-received/2449185