କେଉଁଝର: ଭିଜିଲାନ୍ସ ଜାଲରେ କେଉଁଝର ଜୁନିୟର ମାଇନିଂ ଅଫିସର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଏକକାଳୀନ ୭ଟି ସ୍ଥାନରେ ରେଡ୍ ଚାଲିଛି। ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା ଓ ଯାଜପୁରର ଭଳି ସ୍ଥାନରେ ଚଢଉ ଚାଲିଛି। ଏହି ଚଢଉରେ ୭ଜଣ ଡିଏସ୍‌ପି, ୫ ଜଣ ଇନ୍‌ସପେକ୍ଟର, ୮ଜଣ ଏଏସ୍‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ଅଛି। ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି।