Kali Puja 2024: ଐତିହାସିକ କାଳୀପୂଜା ଉତ୍ସବ ମୁଖର ହୋଇପଡିଛି  ଭଦ୍ରକ। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀ ଙ୍କ ପୀଠରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମା ଙ୍କୁ ପୂଜାର୍ଚନା ନେଇ ଟ୍ରଷ୍ଟ ପକ୍ଷରୁ ବିଶେଷ ଆୟୋଜନ କରାଯାଇଛି । ରୀତିନୀତି ଅନୁଯାୟୀ ମାଆ ଙ୍କ ପୂଜାର୍ଚ୍ଚନା ସହ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ , କଳସ ଶୋଭାଯାତ୍ରା ଅନୁଷ୍ଠିତ ହେବା ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅନ୍ୟପକ୍ଷରେ ଏତିହାସିକ କାଳୀପୂଜା ଉପଲକ୍ଷେ ସହର ରେ ୯ଟି ପୂଜାମଣ୍ଡପରେ ମା ଶ୍ୟାମାକାଳୀଙ୍କ ମୁର୍ମୟୀ ମୂର୍ତ୍ତିଙ୍କର ପୂଜାର୍ଚନା ପାଇଁ ପୂଜା ମଣ୍ଡପ ଗୁଡିକ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ୯ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା କାଳୀପୂଜାକୁ ମହାଡମ୍ବର ସହକାରେ ପାଳନ କରିବାକୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସ୍ଥିର କରାଯାଇଥିବା ବେଳେ,ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ପୂଜାମଣ୍ଡପ ଗୁଡିକ ପକ୍ଷରୁ ପ୍ରତିଯୋଗିତା ମୂଳକ ଆୟୋଜନ କରାଯାଇଛି। 


COMMERCIAL BREAK
SCROLL TO CONTINUE READING