Kalia Scheme: ଆଜି ଆକାଉଣ୍ଟକୁ ଯିବ କାଳିଆ ଟଙ୍କା । କୃଷିଭିତ୍ତିକ ପର୍ବ ନୂଆଖାଇ ଅବସରରେ ଏହି ରାଶି ପ୍ରଦାନ କରିବେ ରାଜ୍ୟ ସରକାର (Government of Odisha) । କୃଷକଙ୍କ ଜୀବନଧାରଣରେ ପରିବର୍ତ୍ତନ ତଥା ରୋଜଗାର ବୃଦ୍ଧି ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ଲାଗୁ କାଳିଆ ଯୋଜନାର ଦ୍ୱିତୀୟ କିସ୍ତି (kalia scheme second installment)  ବୁଧବାର ଦିନ ପ୍ରଦାନ କରାଯିବ । ୯୦୦ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ଆକାଉଣ୍ଟକୁ ଦିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ନୂଆଖାଇ (Nuakhai 2023) ଅବସରରେ ଚାଷୀମାନଙ୍କୁ ଭେଟି ଦେବେ ରାଜ୍ୟ ସରକାର। ୪୪ ଲକ୍ଷରୁ ଉର୍ଦ୍ଧ୍ବ କ୍ଷୁଦ୍ର, ନାମମାତ୍ର ଚାଷୀ ଓ ଭୂମିହୀନ କୃଷକ ପରିବାରକୁ ବୁଧବାର ଦିନ କାଳିଆ ସହାୟତା (Kalia Scheme) ପ୍ରଦାନ କରିବେ ସରକାର । ଚାଷୀମାନଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ୯୦୦ କୋଟି ଟଙ୍କାର ସହାୟତା ରାଶି ହସ୍ତାନ୍ତର କରାଯିବ । ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଉପଲକ୍ଷେ ଚାଷୀମାନଙ୍କୁ ୨୦୨୩-୨୪ ଆର୍ଥିକ୍ ବର୍ଷର ରବି ଫସଲ ସହାୟତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଏହି ସହାୟତା ପ୍ରଦାନ କରିବେ ।


ରାଜ୍ୟ ସରକାରଙ୍କ (State Govt) ପକ୍ଷରୁ ୨୦୧୯ ମସିହାରେ ଏହି କୃଷକ କଲ୍ୟାଣ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ଏହି ଯୋଜନାରେ (KALIA Yojana) ଅନ୍ତର୍ଭୁକ୍ତ ହଜାର ହଜାର ଚାଷୀ ଏହାଦ୍ୱାରା ଲାଭାନ୍ୱିତ ହୋଇପାରୁଛନ୍ତି। ରାଜ୍ୟର ସମସ୍ତ କ୍ଷୁଦ୍ର ଓ ନାମମାତ୍ର କୃଷକଙ୍କୁ (Small and marginal Farmers) ରବି ଓ ଖରିଫ ଋତୁରେ (Ravi and Kharif Season) ଚାଷକାର୍ଯ୍ୟ କରିବା ପାଇଁ ବିହନ, ସାର, କୀଟନାଶକ ଔଷଧ, ମଜୁରି ଓ ଆନୁଷଙ୍ଗିକ ଅନ୍ୟାନ୍ୟ କାର୍ଯ୍ୟ ନିମନ୍ତେ ଏହି ଟଙ୍କା ସହାୟକ ହୋଇଥାଏ।


Also Read-Nuakhai 2023: ମା’ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ, ପରିବାର ସହ ନୂଆ ଖାଇବେ ପଶ୍ଚିମ ଓଡିଶାବାସୀ


Also Read- Weather Update: ଲଘୁଚାପ ପ୍ରଭାବରେ ୯ ଜିଲ୍ଲାରେ ଛେଚିବ ବର୍ଷା, ବିଭାଗ ପକ୍ଷରୁ ଆଲର୍ଟ ଜାରି


ରାଜ୍ୟ ବଜେଟରେ (State Budget ) କାଳିଆ ଯୋଜନା (Kalia Scheme) ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟ ବରାଦ କରାଯାଇଛି । ୧୪ ଲକ୍ଷ ଭୂମିହୀନ କୃଷି ଓ ୫୩ ଲକ୍ଷ ଚାଷୀଙ୍କୁ ଆର୍ଥିକ୍ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନା ପ୍ରଣୟନ କରିଛନ୍ତି ରାଜ୍ୟ ସରକାର। ଏହି ଅର୍ଥରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଥାଏ । ଡିବିଟି (DBT) ମାଧ୍ୟମରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ। ସୂଚନା ଅନୁସାରେ,  ରାଜ୍ୟର ୭୦ ପ୍ରତିଶତ କାଳିଆ ହିତାଧିକାରୀଙ୍କ ସମବାୟ ବ୍ୟାଙ୍କରେ ଖାତା ଖୋଲାଯାଇଛି । ଫଳରେ ସେମାନେ ଏହାର ଲାଭ ଉଠାଇ ଲାଭବାନ ହୋଇପାରୁଛନ୍ତି।