Nuakhai 2023: ମା’ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ, ପରିବାର ସହ ନୂଆ ଖାଇବେ ପଶ୍ଚିମ ଓଡିଶାବାସୀ
Advertisement
Article Detail0/zeeodisha/odisha1879649

Nuakhai 2023: ମା’ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ, ପରିବାର ସହ ନୂଆ ଖାଇବେ ପଶ୍ଚିମ ଓଡିଶାବାସୀ

Nuakhai 2023: ଗଣପର୍ବ ନୂଆଖାଇ ନେଇ ଚଳଞ୍ଚଳ ପଶ୍ଚିମ ଓଡ଼ିଶା । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ନୂଆ ପିନ୍ଧି ନୂଆ ଖାଇବ ପରସ୍ପରକୁ ଜଣାଇବେ ଜୁହାର ଭେଟ । ସବୁଠି ଜୋରଦାର ପ୍ରସ୍ତୁତି । 

ସୌ(ସୋସିଆଲ ମିଡିଆ)

Nuakhai Nabanna Lagi Ritual: ଆଜି ନୂଆଖାଇ (Nuakhai 2023) । ଗଣପର୍ବ ନେଇ ଚଳଞ୍ଚଳ ପଶ୍ଚିମ ଓଡ଼ିଶା । ଗାଁଠୁ ସହର ସବୁଠି ଉତ୍ସବର ମାହୋଲ । ନୂଆ ପିନ୍ଧି ନୂଆ ଖାଇବ ପରସ୍ପରକୁ ଜଣାଇବେ ଜୁହାର ଭେଟ । ଏନେଇ ସବୁଠି ଜୋରଦାର ପ୍ରସ୍ତୁତି । ନୂଆଖାଇ ଉପଲକ୍ଷେ ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ନିକଟରେ ଅର୍ପଣ କରିଛି । ସେପଟେ ଘରେ ଘରେ ଆରମ୍ଭ ହୋଇଯାଇଛି ପିଠାପଣା ପ୍ରସ୍ତୁତି । । ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ପରିବାର ସହ ଏକାଠି ନୂଆ ଖାଇବେ ପଶ୍ଚିମ ଓଡିଶାବାସୀ । ଏହାପରେ ଆରମ୍ଭ ହେବ ଜୁହାର ଭେଟ୍ ।

ସୂଚନା ଅନୁଯାୟୀ, ପବିତ୍ର ନୂଆଖାଇ ଉପଲକ୍ଷେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ (Sambalpur Samaleswari temple) ନିକଟରେ ନବାନ୍ନ (Nabanna Lagi Ritual ) ଲାଗି ହୋଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ଦିନ ୧୦ଟା ୩୭ ମିନିଟ୍ ରେ ମା’ଙ୍କ ନିକଟରେ ଲାଗି ହୋଇଛି ଏହି ନବାନ୍ନ । ମା’ଙ୍କ ଦର୍ଶନ କରି ଘରେ ଘରେ ନୂଆ ଖାଇବେ ପଶ୍ଚିମ ଓଡ଼ିଶାବାସୀ । ଅନ୍ୟପଟେ ସୁବର୍ଣ୍ଣପୁର ଜିଲ୍ଲାର ଇଷ୍ଟଦେବୀ ମା’ ସୁରେଶ୍ୱରୀଙ୍କ ଠାରେ ପହଂଚିବା ପରେ ମା’ଙ୍କ ଠାରେ ଲାଗି ହେବ ନବାନ୍ନ । ନୂଆଁ ଲାଗି ହେବା ପରେ ନୂଆ ଖାଇବେ ଜିଲ୍ଲାବାସୀ । ସେପଟେ ଘରେ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି କରାଯାଉଛି ।

କାହିଁକି ପାଳନ କରାଯାଏ ନୂଆଖାଇ

ନୂଆଖାଇ ଏକ କୃଷିଭିତ୍ତିକ ପର୍ବ ଅଟେ । ସାଧାରଣତଃ ପଶ୍ଚିମ ଓଡ଼ିଶାର ଲୋକେ କୃଷି ଉପରେ ନିର୍ଭରଶୀଳ । ଧାନ ଅମଳ ଖୁସିରେ ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଲ ପଞ୍ଚମୀ ତିଥିରେ ଏହି ନୂଆଖାଇ ପର୍ବ ପାଳନ କରାଯାଏ । କୃଷିଜାତ ଅନ୍ନର ମହତ୍ତ୍ବ ନେଇ କାଇଁ କେଉଁ ଆବାହନ କାଳରୁ ଏହି କୃଷିଭିତ୍ତିକ ପର୍ବ ପାଳନ ହୋଇଆସୁଛି । ଏହି ଦିନ ଘରେ ଘରେ ଅକାଣ୍ତିଆ ଚାଉଳରେ କ୍ଷୀରି ପ୍ରସ୍ତୁତ କରାଯାଏ । ଏହି କ୍ଷୀରିକୁ ‘ନବାନ୍ନ’ ବୋଲି କୁହାଯାଏ । ଏହି କ୍ଷୀରି ବା ନବାନ୍ନକୁ ଇଷ୍ଟ ଦେବାଦେବୀଙ୍କୁ ଅର୍ପଣ କରି ସେହି ପ୍ରସାଦକୁ ନିଜ ଗ୍ରହଣ କରିବା ସହ ଅନ୍ୟମାନଙ୍କୁ ପକ୍ତିଂ ଭୋଜନ ଆକାରରେ ପ୍ରଦାନ କରିବାର ଧାରା ହେଉଛି ନୂଆଖାଇ ।

କେଉଁ ସ୍ଥାନରେ ପାଳିତ ହୁଏ ନୂଆଖାଇ

ରାଜ୍ୟର ଅବିଭକ୍ତ କଳାହାଣ୍ଡି, ସୁନ୍ଦରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲା ସମେତ କୋରାପୁଟର କେତେକ ଅଂଚଳ ଓ ଛତିଶଗଡ଼ର ଦେଓଭୋଗ ସହ କିଛି ଅଞ୍ଚଳରେ ଏହି ନୂଆଖାଇ ପର୍ବକୁ ଧୂମଧାମରେ ପାଳନ କରାଯାଏ ।

କିପରି ସ୍ଥିର ହୋଇଥାଏ ଲଗ୍ନ

ଆଗକାଳରେ ରାଜାମାନେ ନିଜ ରାଜ୍ୟର ଇଷ୍ଟଦେବୀଙ୍କ ନାମ ଅନୁସାରେ ନୂଆଖାଇର ଲଗ୍ନ ଧାର୍ଯ୍ୟ କରି ଭିନ୍ନ ଭିନ୍ନ ଦିନ ନୂଆ ଖାଉଥିଲେ। ରାଜାରାଜୁଡ଼ା ଶାସନ ପରେ ମଧ୍ୟ ରାଜାଙ୍କ ଇଷ୍ଟଦେବୀଙ୍କ ନାମ ଅନୁସାରେ ପଣ୍ଡିତମାନେ ନବାନ୍ନ ଭକ୍ଷଣ ତିଥି ବାହାର କରୁଥିଲେ। ଏନେଇ ୧୯୯୧ ମସିହା ପର୍ଯ୍ୟନ୍ତ ନୂଆଖାଇ ପର୍ବ ପ୍ରତ୍ୟେକ ବର୍ଷ ଗୋଟିଏ ନିର୍ଦ୍ଦିଷ୍ଟ ତିଥିରେ ପାଳିତ ନ ହୋଇ ଭାଦ୍ରବ ଶୁକ୍ଳପକ୍ଷର ଯେକୌଣସି ଏକ ତିଥିରେ ପାଳିତ ହେଉଥିଲା।

ପରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ସାରା ରାଜ୍ୟରେ ଗୋଟିଏ ଦିନ ନୂଆଖାଇ ପାଳନ ସହ ସାରା ରାଜ୍ୟରେ ସରକାରୀ ଛୁଟି ଘୋଷଣା କରିଥିଲେ । ଏହାପରେ ସର୍ବସମ୍ମତି କ୍ରମେ ଗଣେଶ ପୂଜାର ପରଦିନ ଅର୍ଥାତ୍ ଋଷି ପଞ୍ଚମୀ ଦିନକୁ ନୂଆଖାଇ ପାଳନ ନେଇ ସ୍ଥିର କରାଗଲା । ସେହି ବର୍ଷଠାରୁ ପ୍ରତ୍ୟେକ ବର୍ଷ ପଶ୍ଚିମାଞ୍ଚଳରେ ଗୋଟିଏ ଦିନ ନୂଆଖାଇ ପର୍ବ ପାଳନ କରାଗଲା ।

କ’ ଏହି ନୂଆଖାଇ ବାସି

ନୂଆଖାଇର ପରଦିନକୁ ‘ନୂଆଖାଇ ବାସି’ ବୋଲି କୁହାଯାଏ । ନୂଆଖାଇ ଇଷ୍ଟ ଦେବାଦେବୀଙ୍କୁ ଭୋଗଲାଗି ହୋଇଥିବାରୁ ସେଦିନ କେହି ଆମିଷ ଖାଆନ୍ତି ନାହିଁ । ସେଥିପାଇଁ ଏହି ଦିନ ସଭିଏଁ ମିଶି  ଆମିଷ ଖାଇଥାନ୍ତି।