Phiringia Police Station: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଡ଼ି ଓ ଭଙ୍ଗାରୁଜା ଘଟଣାରେ (Phiringia police station vandalism case) ପୋଲିସ ବର୍ତ୍ତମାନ ସୁଦ୍ଧା ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ମାମଲା ରୁଜୁ କରିଥିବା ବେଳେ ୧୯ ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ସ୍ଥାନୀୟ ଅଞ୍ଚଳର କେତେକ ତୃଣମୂଳ ସ୍ତରର ନେତାଙ୍କ ନାଁରେ ମଧ୍ଯ ମାମଲା ରୁଜୁ କରାଯାଇଛି । ଏହି ଘଟଣାରେ ଫିରିଙ୍ଗିଆ ବ୍ଲକ ଉପାଧ୍ଯକ୍ଷ ଅଜିତ ସାହୁ, ଫିରିଙ୍ଗିଆ ସରପଞ୍ଚ ଓ ସମିତି ସଭ୍ୟଙ୍କ ସମେତ ଅନ୍ୟ ୫ ଜଣ ସରପଞ୍ଚ ଓ ୩ ଜଣ ସମିତି ସଭ୍ୟ ଯଥା- ନୂଆ ପଦର ସରପଞ୍ଚ ଭବାନୀ ଶଙ୍କର କହଁର, ଭୃଙ୍ଗିଯୋଡ଼ି  ସରପଞ୍ଚ ଆସିଆ କହଁର, ସାଡ଼ିଙ୍ଗିଆ ସରପଞ୍ଚ ଲାସନ କହଁର, ଉପରପଙ୍ଗା ସରପଞ୍ଚ ସୁଶାନ୍ତ କହଁର ଓ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର, କେଲାପଡ଼ା ସମିତି ସଭ୍ୟ ବୈରାଗୀ କହଁର, ଫିରିଙ୍ଗିଆ ସମିତି ସଭ୍ୟ ମୌସୁମୀ କହଁର ଓ ରତଙ୍କ ସମିତି ସଭ୍ୟ ବିରଞ୍ଚି ମଲ୍ଲିକଙ୍କ ନାମରେ ପୋଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଥାଉ କି, ପୋଲିସ ଗଞ୍ଜେଇ କାରବାର (Ganja smuggling) କରୁଥିବା ଅଭିଯୋଗକୁ ନେଇ ଫିରିଙ୍ଗିଆ ଥାନାରେ (Phiringia police) ଲୋକଙ୍କ ଲଙ୍କାକାଣ୍ତ ପରେ ଥାନା ଆଇଆଇସି ତପନ ନାହାକଙ୍କୁ କନ୍ଧମାଳ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏଥିସହ ଦୁଇ ହୋମଗାର୍ଡଙ୍କୁ ମଧ୍ଯ କାର୍ଯ୍ୟରୁ ବିରତ ରଖାଯାଇଛି । ତେବେ ଏହି ଘଟଣା ପରେ ତଦନ୍ତ ଭାର ଡ଼ିଏସପି କମଲ କୁମାର ପଣ୍ତାଙ୍କୁ ଦାୟିତ୍ବ ଦିଆଯାଇଥିବା ବେଳେ ରମେଶ ପ୍ରଧାନଙ୍କୁ ଫିରିଙ୍ଗିଆ ଥାନାର ନୂତନ ଆଇଆଇସି (Phiringia police station NEW IIC Tapan Kumar Nahak) ଭାବେ ଦାୟିତ୍ବ ଦିଆଯାଇଛି । ଏହି ଘଟଣାରେ ପୋଲିସ ଏବେ ସୁଦ୍ଧା ୧୯ ଜଣଙ୍କୁ ଗିରଫ କରିଥିବା ବେଳେ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ନାଁରେ ମାମଲା ରୁଜୁ କରିଛି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ ଉଦ୍ୟମ ଜାରି ରଖିଛି । ପ୍ରକାଶ ଥାଉ କି, ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ ଓ ‌ତାଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚାଲାଣ (Ganja smuggling) କରୁଥିବା ଥାନାର ୨ ଜଣ ହୋମ୍‌ଗାର୍ଡ଼ଙ୍କ (Home Guard ) ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ରବିବାର ପୂର୍ବାହ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ଶତାଧିକ ଲୋକ ବ୍ଲକ୍ କାର୍ଯ୍ୟାଳୟ (Phiringia block office) ନିକଟ ଫୁଲବାଣୀ-ବାଲିଗୁଡ଼ା ମୁଖ୍ୟରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପାଇଁ ଏସ୍‌ଡିପିଓ (SDPO) ସୁପ୍ରସନ୍ନ ମଲିକ ଏ ତହସିଲଦାର ଏମ୍‌.ଅନୁରାଧାଙ୍କ ନେତୃତ୍ବରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ପୋଲିସ ଓ ତହସିଲଦାରଙ୍କ (Tahsildar) ଉପରକୁ ଆକ୍ରମଣ କରିଥିଲେ। ପୋଲିସ ହସ୍ତକ୍ଷେପ କରିବା ପରେ ସେଠାରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା।


Also Read-Bhubaneswar: ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ


Also Read-Vande Bharat Train: ପୁଣି ବନ୍ଦେ ଭାରତ ଉପରକୁ ପଥର ମାଡ଼, ଆଜ୍ଞାତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ


ପ୍ରାୟ ୫୦୦ରୁ ଅଧିକ ଲୋକେ ଫିରିଙ୍ଗିଆ ଥାନା ଭିତରକୁ ଧସେଇ ପଶିବା ସହ ଜବତ ଚୋରା ବାଇକ୍ ଓ ଚାରି ଚକିଆ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ଏମିତି କି, ମାଲ୍‌ଖାନାରେ ଗଚ୍ଛିତ ଥିବା ଜବତ ଗଞ୍ଜେଇକୁ ମଧ୍ୟ ଜାଳି ଦେଇଥିଲେ। ଫଳରେ ସେଠାରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ‌ହୋଇଥିଲା।  ତେବେ ଗୋଟେ ପଟେ ଫିରିଙ୍ଗିଆ ଥାନା ପୋଲିସର ଗଞ୍ଜେଇ କାରବାରକୁ ନେଇ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛି ।