Odisha News: ବର୍ଜବ୍ୟସ୍ତୁରୁ ରାକ୍ଷୀ ତିଆରି କରି ତାକୁ ପ୍ରଧାନମନ୍ତ୍ରୀଙ୍କୁ (Prime Minister Narendra Modi) ନିକଟକୁ ପଠାଇ ଚର୍ଚ୍ଚାକୁ ଆସିଛନ୍ତି କେନ୍ଦ୍ରାପଡ଼ା (kendrapara) ବ୍ଲକ ଗୁଲନଗର ପଞ୍ଚାୟତ ଖଇରାବାଦ ଗ୍ରାମର ୬୩ ବର୍ଷିୟା କମଳା ମହାରଣା । ତେବେ କମଳା ହେଉଛନ୍ତି ସେହି ମହିଳା ଯାହାଙ୍କ ବର୍ଜ୍ୟବସ୍ତୁରୁ ତିଆରି ନିଖୁଣ ଘରକରଣା ସାମଗ୍ରୀକୁ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ କି ବାତ’ (Mann ki Baat) କାର୍ଯ୍ୟକ୍ରମରେ ପ୍ରଶଂସା କରିଥିଲେ । ଖାଲି ଏତିକି ନୁହେଁ ଏହି କାର୍ଯ୍ୟକ୍ରମରେ ମୋଦି କମଳାଙ୍କୁ ଭଉଣୀ ବୋଲି ସମ୍ବୋଧନ ମଧ୍ଯ କରିଥିଲେ ।


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀଙ୍କ ଭଉଣୀ ସମ୍ବୋଧନ ପରେ ତାଙ୍କୁ ବଡ଼ଭାଇର ମାନ୍ୟତା ଦେଇ କମଳା ତାଙ୍କ ନିକଟକୁ ପଠାଇଛନ୍ତି ରାକ୍ଷୀ (Rakhi) । ତେବେ ଖାସ କଥା ହେଉଛି କମଳା ମୋଦିଙ୍କ ନିକଟକୁ ପଠାଇଥିବା ରାକ୍ଷୀ ବର୍ଜବ୍ୟସ୍ତୁରୁ ପ୍ରସ୍ତୁତ । ବାହାରେ ପଡ଼ିଥିବା ଛିଣ୍ତା ଜରିରୁ ଏହି ରାକ୍ଷୀ ତିଆରୁ କରିଛନ୍ତି କମଳା । ଏନେଇ ସେ କହିଛନ୍ତି, ଏହି ରାକ୍ଷୀ ପିନ୍ଧିବା ପରେ ପ୍ରଧାନମନ୍ତ୍ରୀ ପୁଣି ଥରେ ତାଙ୍କୁ ମନେ ପକାଇବେ ।  ସୂଚନା ଅନୁଯାୟୀ, ବାହାରେ ପଡ଼ିଥିବା ଛିଣ୍ତା ଜରି ଭଳି ବର୍ଜ୍ୟବସ୍ତୁରୁ ବେଶ ଆର୍କଷଣୀୟ ସାଜସଜ୍ଜା ଓ ଘରକଣା ସାମଗ୍ରୀ ତିଆରି କରିବାରେ ମାହିର କମଳା । ଲୋକମା‌ନେ ବ୍ୟବହାର କରିବା ପରେ ବାହାରେ ଫିଙ୍ଗି ଦେଉଥିବା ଅଟା ଓ ତେଲ ପ୍ୟାକେଟ ହେଉ କି କୁରୁକୁରେ, ଅମୂଲ, ସର୍ଫର ଇତ୍ୟାଦିର ଜରି ହେଉ ଏହିସବୁକୁ ଅଳିଆ ଗଦାରୁ ସଂଗ୍ରହ କରିଥାଆନ୍ତି କମଳା । ସ୍ବାମୀ ଓ ପିଲାମାନେ ବି ତାଙ୍କୁ ଏ କାମରେ ସହଯୋଗ କରିଥାଆନ୍ତି। ସ୍ବାମୀ ଓ ପୁଅ ଯେତେବେଳେ କାଠ କାମ କରନ୍ତି, ସେହି ସମୟରେ ସେ ଏହି ଛିଣ୍ଡା ଜରି, ପଲଥିନ୍‌ରୁ ମନଲାଖି ଘରକରଣା ସାମଗ୍ରୀ ସବୁ ତିଆରି କରିବାରେ ଲାଗି ପଡ଼ନ୍ତି ।  ବେରୁଆଁ, କାଉଁଚ ଓ ନଡ଼ିଆ ଖରିକା ସାହାଯ୍ୟରେ କଟା ଜରିକୁ ବୁଣି କାନ୍ଥ ଟଙ୍ଗା ଫୁଲ, ବିଞ୍ଚଣା, ଡାଲା ଭଳି ତିଆରି କରିଥାଆନ୍ତି ବହୁ ଆଖି ଝଲସିଲା ଭଳି ସାମଗ୍ରୀ ।


Also Read-Lingaraj Temple: ପୂଜାପଣ୍ଡା ଓ ବଡୁ ସେବାୟତଙ୍କ ମଧ୍ୟରେ ଟଣାଓଟରା, ଉପାସରେ ପ୍ରଭୁ ଲିଙ୍ଗରାଜ


ପ୍ରକାଶ ଥାଉ କି, ଗତ ଫେବ୍ରୁଆରୀ ମାସ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ୯୮ତମ ‘ମନ କି ବାତ୍’ (mann ki baat) କାର୍ଯ୍ୟକ୍ରମରେ କମଳାଙ୍କ ଏହି ନିଖୁଣ କାରିଗରୀ ବିଦ୍ୟାକୁ ପ୍ରଶଂସା କରିଥିଲେ। ସେପଟେ କମଳା କହିଛନ୍ତି ଯେ, ‘ପ୍ରଧାନମନ୍ତ୍ରୀ ‌ଭଉଣୀ ବୋଲି ଡାକିବା ମୋ ପାଇଁ ଅତ୍ୟନ୍ତ  ସୌଭାଗ୍ୟର ବିଷୟ । ଯେବେ ସେ ମୋ କାମକୁ ପସନ୍ଦ କରି ଭଉଣୀ ବୋଲି କହିଲେ, ସେବେଠୁ ତାଙ୍କୁ ବଡ଼ଭାଇ ବୋଲି ମାନିଛି । ସେ ମୋ ରାକ୍ଷୀକୁ ପିନ୍ଧି ସାନ ଭଉଣୀକୁ ନିଶ୍ଚୟ ମନେ ପକାଇବେ । ମୋଦି ତାଙ୍କ ପାଇଁ ଭଗବାନ ସଦୃଶ ବୋଲି କହିଛନ୍ତି କମଳା କହିଛନ୍ତି’।