Khalistani Terrorist Pannu threatens:ଭୁବନେଶ୍ୱର: ଆସନ୍ତା ୮ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ପ୍ରବାସୀ ଭାରତୀୟ ଦିବସ ସମାରୋହ ପାଇଁ ସବୁ ଦିଗରୁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଭୁବନେଶ୍ୱରରେ ପହଞ୍ଚିଛି ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ। ଏଥିରେ ପନ୍ନୁ କହିଛି ଯେ ଏହା ବଦ୍‍ଲା ନେବା ପାଇଁ ଉଦ୍ଦିଷ୍ଟ ହେବ। କୌଣସି ପ୍ରବାସୀଙ୍କୁ ନଆସିବାକୁ ପନ୍ନୁ କହିଛି। ଯେଉଁଭଳି ଭାବେ ଭୁବନେଶ୍ୱରରେ ଡିଜିପି ସମ୍ମିଳନୀ ସମୟରେ ପନ୍ନୁ ଓମକ ପଠାଇଥିଲା ସେହି ରାସ୍ତାକୁ ଏଥର ବି ଆପଣାଯାଇଛି। 


COMMERCIAL BREAK
SCROLL TO CONTINUE READING

 



ସାମ୍ବାଦିକ ଅକ୍ଷୟ ସାହୁଙ୍କ ପାଖକୁ ଆସିଥିବା ଇମେଲ୍ ରେ ପନ୍ନୁ ବାର୍ତ୍ତା ପଠାଇଛି।  ଏଥିରେ ଭୁବନେଶ୍ଵରକୁ ପୁଣି ଟେରର୍ ସିଟି ବୋଲି କୁହାଯାଇଛି। ଏହା ସହ ପ୍ରବାସୀଙ୍କୁ ଭୁବନେଶ୍ଵର ଆସିବାକୁ ବାରଣ କରାଯାଇଛି। ଆତଙ୍କବାଦୀ ହତ୍ୟାର ବଦଲା ନେବାକୁ ଧମକ ଦେଇଛି। ବିମାନ ବନ୍ଦରରୁ ଜନତା ମଇଦାନ ଯାଏଁ ସତର୍କ ରହିବାକୁ କୁହାଯାଇଛି।


 



ପୂର୍ବରୁ ଭୁବନେଶ୍ଵରରେ ଚାଲିଥିବା ଡିଜିପି ସମ୍ମିଳନୀ ବେଳେ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଟାର୍ଗେଟ୍ କରିଥିଲା। ସମାନ ଢଙ୍ଗରେ ଶ୍ରୀ ସାହୁଙ୍କ ନିକଟକୁ ଓଡ଼ିଆ ଭାଷାରେ ଇମେଲ କରିଥିଲା। ସେତେବଳେ ବିମାନ ବନ୍ଦରକୁ ଟାର୍ଗେଟ କରାଯାଇଥିଲା।   ଏତଦ୍ ବ୍ୟତୀତ ଖଲିସ୍ତାନୀ ପତାକା ଉଡ଼ାଇଲେ ୨୫ ଲକ୍ଷର ପୁରସ୍କାର ଘୋଷଣା କରାଯିବ ବୋଲି ଅଡିଓ ଜାରି କରିଥିଲା। ଏହାପରେ କ୍ରାଇମ୍‌ବ୍ରାଞ୍ଚ ତରଫରୁ ତଦନ୍ତ କରାଯାଇଥିଲା। ଏହି ମେସେଜ୍‌ଟି ପନ୍ନୁ ପାଖରୁ ହିଁ ଆସିଥିବା ସ୍ପଷ୍ଟ ହୋଇଥିଲା।  ଏବେ ପୁଣିଥରେ ସମାନ ଢଙ୍ଗରେ ବାର୍ତ୍ତା ଆସିବା ସୁରକ୍ଷା କର୍ମୀଙ୍କୁ ଅଧିକ ସତର୍କ ରହିବାକୁ ପ୍ରେରିତ କରିଛି।