Khordha News: ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡ଼ ସ୍ଥିତ ରାଜ୍ୟ ତାଲିମ କେନ୍ଦ୍ର ପରିସରରେ ୧୯ତମ ରାଜ୍ୟସ୍ତରୀୟ ଜାମ୍ବୋରେଟ୍ ଉଦ୍‌ଘାଟିତ ହୋଇଯାଇଛି । ବିଭିନ୍ନ ଜିଲ୍ଲାରୁ ୨୪୮୦ ଜଣ ସ୍କାଉଟ୍ ଓ ଗାଇଡ୍ ଏହି ଉତ୍ସବରେ ଯୋଗ ଦେଇଥିଲେ। ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଯୋଗ ଦେଇଥିଲେ ।


COMMERCIAL BREAK
SCROLL TO CONTINUE READING

ରାଜ୍ୟ ମୁଖ୍ୟ କମିଶନର ଅତିଥିମାନଙ୍କୁ ଜାମ୍ବୋରେଟ୍‌ର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ। ରାଜ୍ୟ ସଂଗଠନରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ନେଇ ଖୁସି ବ୍ୟକ୍ତ କରିଥିଲେ ମନ୍ତ୍ରୀ ଅତନୁ ସବ୍ୟସାଚୀ । ସ୍କାଉଟ ଓ ଗାଇଡ୍ ସଂଗଠନ ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ସଂପାଦନ କରିଆସିଛି । ରାଜ୍ୟ ସଂଗଠନ ଦ୍ୱାରା ଆୟୋଜିତ ଜାମ୍ବୋରେଟ୍ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପାରସ୍ପରିକ ସ୍ନେହ ଓ ବନ୍ଧୁତା ସ୍ଥାପନ ପୂର୍ବକ ସମାଜରେ ଭାଇଚାରାର ଭାବ ସୃଷ୍ଟି କରିବା ପାଇଁ ପ୍ରେରଣାଦାୟୀ ହେବ ବୋଲି ସେ ମତ ଦେଇଥିଲେ ।


Also Read-Black Tiger: ଓଡି଼ଶାରେ କେଉଁଠି ଅଛନ୍ତି କେତେ କଳାବାଘ?


ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ଓ ଗଣ ଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜଳସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ମହିଳା କମିଶନର ଅଧ୍ୟକ୍ଷା ତଥା ଉପସଭାପତି ଓ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏହି ଉଦ୍‌ଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ ।