Black Tiger: ଓଡି଼ଶାରେ କେଉଁଠି ଅଛନ୍ତି କେତେ କଳାବାଘ?
Advertisement
Article Detail0/zeeodisha/odisha2024701

Black Tiger: ଓଡି଼ଶାରେ କେଉଁଠି ଅଛନ୍ତି କେତେ କଳାବାଘ?

Black Tiger: ଓଡି଼ଶାରେ କେତେ ରହିଛନ୍ତି କଳାବାଘ। ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁ ଥିବା ନିଶ୍ଚୟ। କିନ୍ତୁ ନିକଟରେ ସଂସଦରେ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ (Union Minister of Environment, Forest and Climate Change Govt.of India)ଙ୍କ ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।  

 Black Tiger: ଓଡି଼ଶାରେ କେଉଁଠି ଅଛନ୍ତି କେତେ କଳାବାଘ?

Black Tiger: ଓଡି଼ଶାରେ କେତେ ରହିଛନ୍ତି କଳାବାଘ। ଏହି ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁ ଥିବା ନିଶ୍ଚୟ। କିନ୍ତୁ ନିକଟରେ ସଂସଦରେ କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ (Ashwini Kr. Choubey,Union Minister of Environment, Forest and Climate Change Govt.of India)ଙ୍କ ବିବୃତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।  ଓଡିଶାରେ ସବୁତକ କଳାବାଘ ଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ। ସେ ନିଜ ବୟାନରେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ସୁଧା ୧୦ଟି କଳାବାଘ (10 Black Tigers Found In India) ରହିଛନ୍ତି । ଆଉ ଏହି ୧୦ଟି ଯାକ କଳାବାଘ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ (Similipal Tiger Reserve)ରହିଛନ୍ତି।  

ALSO READ: Nandankanan: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ନୂଆବର୍ଷ ପୂର୍ବରୁ ନନ୍ଦନକାନନକୁ ଆସିଲେ ୪ ନୂଆ ଅତିଥି

ସୂଚନା ଅନୁସାରେ, ୨୦୨୨ରେ ସାରା ଦେଶରେ ବାଘ ଆକଳନ କରାଯାଇଥିବା ବେଳେ ଶିମିଳିପାଳରେ ୧୬ଟି ବାଘ ଥିବା ଜଣାପଡ଼ିଥିଲା। ସେଥିରୁ ୧୦ଟି ମେଲାନିଷ୍ଟିକ୍‌ ପ୍ରଜାତିର (କଳା) ବାଘ ରହିଥିଲେ। ଗତ ୫ ବର୍ଷରେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟକୁ ବନ୍ୟପ୍ରାଣୀ ସଂରକ୍ଷଣ, ବାସସ୍ଥାନ ପରିଚାଳନା, ମାନବ ସମ୍ବଳ ଏବଂ ଭିତ୍ତିଭୂମି ବିକାଶ ଲାଗି କେନ୍ଦ୍ରୀୟ ଯୋଜନାରେ ୩୨.୭୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି କେନ୍ଦ୍ର ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ । କଳାବାଘ ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥାଏ। ମେଲାନିଷ୍ଟିକ୍ ବାଘ ବା କଳାବାଘ ଏକ ଆକର୍ଷଣୀୟ କଳା କୋଟ୍ ଦ୍ୱାରା ଚିହ୍ନିତ ହୋଇଥାଏ।  ଯାହା ଏକ ଅକାମୀ ଜିନ୍ରୁ ଉତ୍ପନ୍ନ ହୋଇଥାଏ। ଯାହା ମେଲାନିନ ଅତ୍ୟଧିକ ଉତ୍ପାଦନ କରେ  । ଏହାଦ୍ବାରା ବାଘର ଚର୍ମ ଓ କେଶ ରଙ୍ଗ କଳା ହୋଇଥାଏ। ଏହି କଳାବାଘ ଗୁଡିକ ଏକ ପୃଥକ ଉପପ୍ରଜାତି ନୁହେଁ ବରଂ ବେଙ୍ଗଲ ଟାଇଗର ଜନସଂଖ୍ୟା ମଧ୍ୟରେ ଥିବା ଏକ ପ୍ରକାରର ବାଘ।  ଯାହା ଭାରତ ଓ ଏସିଆର ଅନ୍ୟାନ୍ୟ ଅଞ୍ଚଳରେ ଦେଖାଯାଏ।

ସେପଟେ, କଳାବାଘ ଉପରେ,ପରିବେଶବିତ୍‌ ଉମା ରାମକ୍ରିଷ୍ଣନଙ୍କ ନେତୃତ୍ୱରେ ବେଙ୍ଗାଲୁରୁର ନ୍ୟାସନାଲ ସେଣ୍ଟର ଫର୍‌ ବାୟୋଲୋଜିକାଲ ସାଇନ୍ସ ଛାତ୍ର ବିନୟ ସାଗର ୨୦୨୧ରେ ଏକ ଗବେଷଣା କରିଥିଲେ। ଟ୍ରାନ୍ସମେମ୍ବ୍ରେନ୍‌ ଆମିନୋପେପ୍‌ଟିଡେଜ୍‌ କ୍ୟୁ ଜିନ୍‌ର ଏକକ ମ୍ୟୁଟେଶନରୁ ବାଘର କଳା ରଙ୍ଗ ହୋଇଥିବା ସେ ଦର୍ଶାଇଥିଲେ।