khordha News: ଜିଲ୍ଲା କାରାଗାର ପରିସରରେ ଚଳିତ ବର୍ଷ ପ୍ରିଜିକ୍ସ ଫର୍ମେଶନ ଡେ (Physics Formation Days) ପାଳିତ ହୋଇଯାଇଛି । ଏହି ଉତ୍ସବରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର (Jyotirindra Nath Mitra) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


COMMERCIAL BREAK
SCROLL TO CONTINUE READING

ଏହି ଦିନଟିର ମହତ୍ବ ବିଷୟରେ ଜେଲ ଅଧିକ୍ଷକ କୃଷ୍ଣ ଚନ୍ଦ୍ର ରାଉତ ସମସ୍ତଙ୍କୁ ଅବଗତ କରାଇଥିଲେ । ଦୀର୍ଘ ଏକ ମାସ ଧରି ଅନ୍ତେବାସୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଶେଷରେ ଅନ୍ତେବାସୀମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାରାଗାର ବିଭାଗ ତରଫରୁ ଗ୍ରହଣ କରାଯାଉଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟର ଏହା ଏକ ଅଂଶ ବିଶେଷ ବୋଲି ଜେଲ ଅଧିକ୍ଷକ କୃଷ୍ଣଚନ୍ଦ୍ର ରାଉତ ପ୍ରକାଶ କରିଥିଲେ । କାରାମଙ୍ଗଳ ଅଧିକାରୀ ସୁଧାଂଗାନା ନାୟକ, ଡାକ୍ତର ସୁଖୀ ଶ୍ଵେତାଲୀନା, ଫାର୍ମାସିଷ୍ଟ ଶୈଳେଶ କୁମାର ଷଡ଼ଙ୍ଗୀ, ସାଇକୋଲୋଜିଷ୍ଟ ସୁଶ୍ରୀ ଶୈଳଜା ଦାସ ଏବଂ ସୁଶ୍ରୀ ସ୍ମିତା ପ୍ରଧାନ ମଧ୍ୟ ଏହି ଉତ୍ସବରେ ଉପସ୍ଥିତ ରହି ଅନ୍ତେବାସୀଙ୍କୁ ସମ୍ବୋଧିତ କରିଥିଲେ । ସେହିପରି ସହ - କାରାପାଳ ବିଜୟ କୁମାର ସାମନ୍ତରାୟ , ଉପ ସହ - କାରପାଳ ଦୁଃଖିଶ୍ୟାମ ବେହେରା, କାରାଗାରର ଅନ୍ୟାନ୍ୟ କର୍ମଚାରୀ ଓଅନ୍ତେବାସୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା ।