subhadra yojana : ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ କରି ଚାଲିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ୪ଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍‌ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି। ସେହି ଘୋଷଣା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା।


COMMERCIAL BREAK
SCROLL TO CONTINUE READING

୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଥିବା ବେଳେ ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଏବଂ କିଏ ବାଦ୍‌ ପଡ଼ିବେ ଏହାକୁ ନେଇ ଚାଲିଛି ଆଲୋଚନା।



ସୁଭଦ୍ରା ଯୋଜନା ପାଇବା ପାଇଁ କିଏ ଯୋଗ୍ୟ ଏବଂ କିଏ ଅଯୋଗ୍ୟ ଜାଣି ରଖନ୍ତୁ-:


୧- ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବା ଜରୁରୀ ଅଟେ।


୨- ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ନିହାତି ଜରୁରୀ।


୩- କେବଳ ବିବାହିତା ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ।


୪-ଗୋଟିଏ ପରିବାରରୁ  ଏକମାତ୍ର ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ।


୫- ଆବେଦନକାରୀ କୌଣସି ସରକାରୀ ଚାକିରି କରି ନଥିବେ।


୬- ଅବିବାହିତାମାନେ ଏହି ଆବେଦନ କରିପାରିବେ ନାହିଁ ।


ତେବେ ଯୋଗ୍ୟ ହିିତାଧିକାରୀ ହୋଇଥିଲେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ନିର୍ଦ୍ଧାରିତ ଓ୍ବେବ୍‌ସାଇଟ୍‌ରେ ଆବେଦନ କରିବାକୁ ପଡ଼ିବ। ଆବେଦନକାରୀମାନେ ଓ୍ବେବ୍‌ସାଇଟ୍‌କୁ ଯାଇ ନିଜର ତଥ୍ୟ ପୂରଣ କରି ଆବେଦନ କରିବେ।ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କ’ଣ କ’ଣ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ ଜାଣି ରଖନ୍ତୁ।


-ଆଧାର କାର୍ଡ
-ବ୍ୟାଙ୍କ ଆକାଉଣ୍ଟର ପୁରା ତଥ୍ୟ
-ଠିକଣା ଓ ପ୍ରମାଣପତ୍ର
-ମୋବାଇଲ ନମ୍ବର
-ପାସପୋର୍ଟ ଫଟୋ
-ଆୟ ପ୍ରମାଣପତ୍ର
-ରାଶନ କାର୍ଡ
 
ତେବେ ଉପରୋକ୍ତ କାଗଜପତ୍ର ଦାଖଲ କରିବା ପରେ ଖୁବ୍‌ଶୀଘ୍ର ନୋଟିଫିକେଶନ ଆସିବ ଓ ଅନ୍‌ଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି। ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରଡ଼ା ବିଭାଗୀୟ ବୈଠକରେ ସୁଭଦ୍ରା ଯୋଜନାକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି ଏବଂ ସୁଭଦ୍ରା ଯୋଜନା ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରି ୧୦୦ ଦିନ ଭିତରେ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଦେଇଛନ୍ତି।