Konark Mahotsav 2023: ଉଦଘାଟିତ ହୋଇଛି କୋଣାର୍କ ମହୋତ୍ସବ ୨୦୨୩ ( Konark Mahotsav 2023) । କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ମୁକ୍ତକାଶ ରଙ୍ଗ ମଞ୍ଚରେ ପ୍ରଦର୍ଶିତ ହୋଇଛି ଓଡିଶୀ ଓ ଭାରତ ନାଟ୍ୟମ । ରଙ୍ଗ ବେରଙ୍ଗ ଆଲୋକ ସାଜ ସଜ୍ଜା ଓ ସୁସଜ୍ଜିତ ପରିବେଶରେ ବେଶ୍ ମନଭରି ଉପଭୋଗ କରିଛନ୍ତି ଉପସ୍ଥିତ ଦର୍ଶକ। କଟକରୁ ଆସିଥିବା ସୁର ମନ୍ଦିର ଗ୍ରୁପ ର କଳାକାରଙ୍କ ଦ୍ଵାରା ପରିବେଷିତ ଓଡିଶୀ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା। 


COMMERCIAL BREAK
SCROLL TO CONTINUE READING

ବିଶ୍ଵ ଐତିହ କୋଣାର୍କ ମନ୍ଦିର ପାଦ ଦେଶରେ ଆୟୋଜିତ କୋଣାର୍କ ଉତ୍ସବର ପ୍ରଥମ ସଂଧ୍ୟାରେ ପ୍ରଥମେ କଟକରୁ ଆସିଥିବା ସୁର ମନ୍ଦିର କଳାକାରଙ୍କ ମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥ ସ୍ତୁତି ପରିବେଷିତ ହୋଇଥିଲା । ଓଡିଶୀ ନୃତ୍ୟରେ ଶିଳ୍ପୀମାନଙ୍କ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଥିଲା । ଭଗବାନଙ୍କ ମଧୁର ସମ୍ପର୍କ,ବିଶ୍ଵ ନିୟନ୍ତାଙ୍କ ଶରଣ ଗତି ପ୍ରସଙ୍ଗକୁ ଉପସ୍ଥାପନ କରିଥିଲେ ଓଡିଶୀ ନୃତ୍ୟ ଶିଳ୍ପୀ । ଦର୍ଶକ ମାନଙ୍କୁ ଓଡିଶୀ ନୃତ୍ୟରେ ବାନ୍ଧି ରଖିଥିଲେ ନୃତ୍ୟଙ୍ଗନାମାନେ । ଦ୍ଵିତୀୟ ପର୍ଯ୍ୟାୟରେ ଭାରତ ନାଟ୍ୟମ ଶିଳ୍ପୀ ପ୍ରବୀନ କୁମାର ଓ ବେଙ୍ଗାଳୁରୁ ଚିତ୍ରକଳା ସ୍କୁଲ ଅଫ ଡ୍ୟାନ୍ସ ର ଶିଳ୍ପୀ ମାନେ ପରିବେଷଣ କରିଥିଲେ ଆଦିତ୍ୟ ହୃଦୟ ସ୍ତବ। ପରେ ପରେ ରାଗ ଓ ତାଳକୁ ନେଇ ଉପସ୍ଥାପନା କରିଥିଲେ ଯତୀଶ୍ଵରମ । ପରିଶେଷରେ ଶିବାଞ୍ଜଳି ତିଲାନା ପରିବେଷଣ ଉପସ୍ଥିତ ଦର୍ଶକ ଙ୍କୁ ବାନ୍ଧି ରଖିଥିଲା।
                        
କୋଣାର୍କ ଉତ୍ସବରେ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ଅତି ଜିବନ୍ତ ଓ ହୃଦୟସ୍ପଶୀ ଥିବାର କହିଛନ୍ତି ଦର୍ଶକ। କୋଣାର୍କ ମହୋତ୍ସବ ଓ ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ ଏହା ଭାଇଚାରା ବୃଦ୍ଧି କରିବା ସହିତ ଏଭଳି କାର୍ଯ୍ୟକ୍ରମ ଦେଶ ଦେଶ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବାରେ ସହାୟକ ହେବ।  ଏବଂ କୋଣାର୍କ ମହୋତ୍ସବ  ଓଡ଼ିଶାର କଳା ସଂସ୍କୃତି ଦେଶ ବିଦେଶରେ ପହଞ୍ଚାଇବାର ଏକ ମାଧ୍ୟମ ହୋଇପାରିଛି । ଚଳିତ ବର୍ଷ କୋଣାର୍କ ମହୋତ୍ସବ , ଆର୍ନ୍ତଜାତୀୟ ବାଲୁକା କଳା ମହୋତ୍ସବ (Sand Art Festival) ସହିତ ଇକୋ ରିଟ୍ରିଟରେ ବହୁ ପର୍ଯ୍ୟଟକ ବୃଦ୍ଧି ପାଇବେ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଅୟୋଜିତ ଏହି କୋଣାର୍କ ଉତ୍ସବକୁ ଦେଖିବା ପାଇଁ ପର୍ଯ୍ୟଟକ ମାନଙ୍କର ଭିଡ ଜମିଥିଲା ।  ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭର୍ଚୁଆଲ ମୋଡ଼ରେ କୋଣାର୍କ ମହୋତ୍ସବ ୨୦୨୩କୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik)।