Koraput News: ସ୍ୱାମୀଙ୍କ ନିର୍ଦ୍ଧୁମ ମାଡ଼, ପତ୍ନୀଙ୍କୁ ହତ୍ୟା
ପୋଲିସ ଘଟଣାସ୍ଥଳରୁ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମହେନ୍ଦ୍ର ଉକ୍ତ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି। ପୋଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ତଦନ୍ତକୁ ଜୋରଦାର କରିଛନ୍ତି।
Koraput News: କୋରାପୁଟ: କୋରାପୁଟର ଲମତାପୁଟ ଅଞ୍ଚଳରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଏତେ ସମ୍ବେଦନଶୀଳ ଯେ ପଢିବା ଲୋକର ଆଖିରେ ଲୁହ ବୋଲ ମାନିବନି। ସ୍ୱାମୀ ଆଗରେ ସ୍ତ୍ରୀକୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ। କେବଳ ଏତିକି ନୁହେଁ, ସ୍ୱାମୀକୁ ଦୁର୍ବୃତ୍ତମାନେ ଭୟଙ୍କର ମାଡ଼ ମାରି ଗୁରୁତର ଭାବେ ଅଚେତ ଅବସ୍ଥାରେ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି। ଏହି ଘଟଣା ସୋମବାର ରାତିର ସାଢେ ୭ଟାରୁ ୮ଟା ମଧ୍ୟରେ ଘଟିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ ଦୁର୍ବୃତ୍ତଙ୍କ ମାଡ଼ରେ ଜୀବନ ହରାଇଥିବା ମହିଳା ହେଉଛନ୍ତି ଲମତାପୁଟ ଅଞ୍ଚଳର ସାବିତ୍ରୀ ଖରା। ଗୁରୁତର ଆହତ ହୋଇଥିବା ତାଙ୍କ ସ୍ୱାମୀ ମହେନ୍ଦ୍ର ଖରା। ଏହି ଦମ୍ପତି କୌଣସି କାମରେ ନନ୍ଦପୁର ବ୍ଲକ ଯାଇଥିଲେ। ସେଠାରୁ ଫେରିବା ସମୟରେ ସନ୍ଧ୍ୟା ହୋଇଯାଇଥିଲା। ବାଇକ ଯୋଗେ ଫେରୁଥିବା ବେଳେ ବାଟରେ ସେମାନେ ହଣ୍ଡାଲତୋଟା ନିକଟରେ ଦୁର୍ବୃତଙ୍କ ହାବୁଡରେ ପଡିଥିଲେ। ସେମାନଙ୍କୁ ଅଟକାଇ ଦୁର୍ବୃତ୍ତମାନେ ମହେନ୍ଦ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ। ଠେଙ୍ଗାରେ ପ୍ରବଳ ପିଟିଥିବା ନେଇ ଖବର ସାମ୍ନାକୁ ଆସିଛି। ପ୍ରବଳ ମାଡ଼ ମାରିବା ସହିତ ମହେନ୍ଦ୍ରଙ୍କୁ ଗଛରେ ବାନ୍ଧି ଦେଇଥିଲେ। ମହେନ୍ଦ୍ର ନିସ୍ତେଜ ଅବସ୍ଥାରେ ଗଛରେ ଝୁଲି ରହିଥିଲେ।
ଏହା ପରେ ସେମାନେ ତାଙ୍କ ପତ୍ନୀ ସବିତାଙ୍କୁ ମାଡ଼ ମାରିଥିଲେ। ଠେଙ୍ଗାରେ ପ୍ରବଳ ମାଡ଼ କାରଣରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ତେବେ ମାଡ଼ ମାରିବା ସହିତ ତାଙ୍କ ସହିତ ଅସଦାଚରଣ କରିଥିବା ମଧ୍ୟ ଜଣା ପଡ଼ିଛି। ଦୁର୍ବୃତ୍ତଙ୍କ ଶକ୍ତ ମାଡ଼ରେ ସାବିତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାଯ। ଏହା ପରେ ଦୁର୍ବୃତ୍ତମାନେ ଲୁଟପାଟ କରି ସେଠାରୁ ଫେରାର ହୋଇଯାଇଥିଲେ। ଅସଦାଚରଣ ସମ୍ପର୍କରେ କିନ୍ତୁ ପୋଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିପାରିନାହିଁ। ତଦନ୍ତ ପରେ ଏହା ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ। ସଜ୍ଞାହୀନ ଅବସ୍ଥାରେ ଥିବା ମହେନ୍ଦ୍ରଙ୍କୁ ତୁରନ୍ତ ଉଦ୍ଧାର କରି ନନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଇଥିଲା। ସେଠାରେ ଚିକିତ୍ସା ପରେ ମହେନ୍ଦ୍ରଙ୍କ ଚେତା ଫେରିଥିଲେ। ପରେ ମହେନ୍ଦ୍ର ଘଟଣା ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରିଥିଲେ।
ପୋଲିସ ଘଟଣାସ୍ଥଳରୁ ଶବକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ମହେନ୍ଦ୍ର ଉକ୍ତ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି। ପୋଲିସ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ତଦନ୍ତକୁ ଜୋରଦାର କରିଛନ୍ତି।