ଲାଞ୍ଚ ନେଇ ଧରା ପଡ଼ିଲେ ଡାକ୍ତର, ମାଡ଼ି ବସିଲା ଭିଜିଲାନ୍ସ
Vigilance raid: ଜଣେ ନର୍ସିଂ ଅଫିସରଙ୍କ ବକେୟା ଦରମା କରାଇଦେବାକୁ ଏମାନେ ୪୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ସମୟରେ ଜୟପୁର ଭିଜିଲାନ୍ସ ବିଭାଗର ପନ୍ଦରଜଣିଆ ଟିମ୍ ଚଢଉ କରି ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଲାଞ୍ଚ ଟଙ୍କା ସହ ଧରିଛନ୍ତି।
କୋରାପୁଟ: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଡାକ୍ତର। ବୈପାରୀଗୁଡା ସିଏଚ୍ସି ମେଡିକାଲ ଅଧିକାରୀ ଡାକ୍ତର ବିଶ୍ୱଜିତ୍ ଭୂୟାଁ ଆଜି ଧରାପଡିଛନ୍ତି। ବକେୟା ଦରମା କରାଇ ଦେବାକୁ କହି ୪୦ହଜାର ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ମେଡିକାଲ ଫାର୍ମାସିଷ୍ଟ ମଧ୍ୟ ଭିଜିଲାନ୍ସ ଜାଲରେ ପଡିଥିବା ସୂଚନା ମିଳିଛି। ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଚଢଉ ସହ ଘଟଣାର ତଦନ୍ତ ଜାରି ରହିଛି।
ତେବେ ଜଣେ ନର୍ସିଂ ଅଫିସରଙ୍କ ବକେୟା ଦରମା କରାଇଦେବାକୁ ଏମାନେ ୪୦ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ସମୟରେ ଜୟପୁର ଭିଜିଲାନ୍ସ ବିଭାଗର ପନ୍ଦରଜଣିଆ ଟିମ୍ ଚଢଉ କରି ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ଲାଞ୍ଚ ଟଙ୍କା ସହ ଧରିଛନ୍ତି। ପରେ ଡାକ୍ତର ଭୂୟାଁଙ୍କ ଭଡ଼ା ଘର ଏବଂ ଉତ୍ତମ ମହାଙ୍କୁଡଙ୍କ ଘରେ ଚଢ଼ାଉ ଆରମ୍ଭ ହୋଇଛି।