SCB Case: ଭୁବନେଶ୍ୱର: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡାକାଲ କଲେଜରେ ଚିକିତ୍ସା ନାଁରେ ମହିଳା ରୋଗୀଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ନୂଆ ତଥ୍ୟ ଉନ୍ମୋଚନ କରିଛି। ସମ୍ପୃକ୍ତ ଡାକ୍ତର ଜାଣିଶୁଣି ମହିଳାଙ୍କୁ ରବିବାର ଦିନ ଆସିବାକୁ କହିଥିବା ପୁଲିସ ଜାଣିପବାକୁ ପାଇଛି। ଖାଲି ସେତିକି ନହେଁ ମହିଳା ଡାକ୍ତର ବା କର୍ମଚାରୀ ନଥିବାବେଳେ ସମ୍ପୃକ୍ତ ଡାକ୍ତର ଏପରି କାଣ୍ଡ ଭିଆଇଛନ୍ତି। ଏହା ଡାକ୍ତରଙ୍କ ସୁଚିନ୍ତିତ ଯୋଜନା ବୋଲି ପୁଲିସ ଜାଣିବାକୁ ପାଇଛି। 


COMMERCIAL BREAK
SCROLL TO CONTINUE READING

କଟକ ମଙ୍ଗଳାବାଗ ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ମାମଲାକୁ ଅତିରିକ୍ତ ପୁଲିସ କମିଶନର ତଦନ୍ତ କରୁଛନ୍ତି। ଅଭିଯୋଗ ଅନୁସାରେ ଚିକିତ୍ସା ପାଇଁ ଆସିଥିବା ଦୁଇ ମହିଳା ରୋଗୀଙ୍କୁ ଡାକ୍ତର ଠାକୁର ଦିଲବାଗ ସିଂହ ବଳାତ୍କାର କରିଛନ୍ତି। ଖାଲି ସେତିକି ନୁହେଁ ଇସିଜି ବାହାନାରେ ଜଣେ ପରେ ଜଣେ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି ଡାକ୍ତର। 


ଏନେଇ ପୁଲିସ ଅପରାଧିକ ମାମଲାର ତଦନ୍ତ କରୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ଏକ ତିନିଜଣିଆ କମିଟି ଗଠନ କରି ମାମଲାକୁ ତଦନ୍ତ କରୁଛି। ଏହି କମିଟି ଡିଏମ୍‍ଇଟି ଓ ଯୁଗ୍ମ ଡି,ମ୍‍ଇଟିଙ୍କ ସହ ଏସ୍‍ସିବିର ଅଧୀକ୍ଷକ ସଦସ୍ୟ ରହିଛନ୍ତି। 


କଟକ ମଙ୍ଗଳାବାଗ ଥାନାରେ ହୋଇଥିବା ଏତଲା ଅନୁସାରେ ଗତ ଶୁକ୍ରବାର ଦିନ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଦୁଇଜଣ ମହିଳା ହୃଦ୍‍ରୋଗ ବିଭାଗକୁ ଆସିଥିଲେ। ତାଙ୍କର ଇସିଜି କରିବା ଲାଗି ଡାକ୍ତର ପରାମର୍ଶ ଦେଇଥିଲେ। ରବିବାରଦିନ ସେମାନେ ଇସିଜି ପାଇଁ ସମ୍ପୃକ୍ତ ବିଭାଗରେ ପହଞ୍ଚିବା ପରେ ତାଙ୍କର ଇସିଜି କରିଥିଲେ। ଏହି ସମୟରେ ସମ୍ପୃକ୍ତ ଦୁଇ ମହିଳାଙ୍କୁ ଡାକ୍ତର ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଆଜି ଏଥିନେଇ ଏମାମଲା ରୁଜୁ ହୋଇଥିବା  ଅତିରିକ୍ତ ଏସ୍‍ପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି।  


ଅପରପକ୍ଷେ  ପୀଡ଼ିତାଙ୍କ ସମ୍ପର୍କୀୟ ତଥା ଏସ୍‍ସିବିରେ ଜୁନିୟର ଡାକ୍ତର ଭାବେ କାର୍ଯ୍ୟ କରୁଥିବା କିଛି ଡାକ୍ତର ଏକାଠି ହୋଇ ସଂଘବଦ୍ଧ ଭାବେ ସମ୍ପୃକ୍ତ ଅଭିଯୁକ୍ତ ଡାକ୍ତରଙ୍କୁ ମାଡ଼ ମାରିଛନ୍ତି।   ଏ ନେଇ ଏକ ପାଲଟା ଅଭିଯୋଗ ମଧ୍ୟ ମଙ୍ଗଳାବାଗ ଥାନାରେ ଦାୟର କରାଯାଇଛି। ଡାକ୍ତର ସିଂହଙ୍କ ପତ୍ନୀ କହିଛନ୍ତି, ତାଙ୍କ ସ୍ୱାମୀଙ୍କୁ ଜାଣିଶୁଣି ଏହି ମାମଲାରେ ଫଶାଯାଇଛି। ସେ ନିର୍ଦ୍ଦୋଷ।