ନବ ଦାସଙ୍କ ପୁଅ ବିଶାଲ ଦାସ ଅଟକ; କହିଲେ ପୁଲିସର କାର୍ଯ୍ୟାନୁଷ୍ଠାନ ବେଆଇନ
Chhatishgarh police: ୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି। ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିବାରୁ ଶୁକ୍ରବାର ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ କେତେ ଜଣ ଜନ ପ୍ରତିନିଧି ଉପସ୍ଥିତ ହୋଇ ମତଦାନରେ ଭାଗ ନେଉଛନ୍ତି ତାହାରି ଉପରେ ସବୁକିଛି ନିର୍ଭରଶୀଳ।
ଭୁବନେଶ୍ଵର: ଛତିଶଗଡରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ ମହାସମୁନ୍ଦ ଜିଲା ସରେଇପାଲି ଥାନାରେ ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚଙ୍କୁ ମଧ୍ୟ ଅଟକ ରଖାଯାଇଛି। ଆଜି କିରିମିରା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଥିବାବେଳେ ରାତି ୨ଟାରୁ ସମସ୍ତଙ୍କୁ ଅଟକ ରଖିଛି ପୁଲିସ। ଅନ୍ୟପଟେ ପୁଲିସର କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି କହିଛନ୍ତି ବିଶାଲ ଦାସ । ତାଙ୍କୁ କାହିଁକି ଅଟକ ରଖାଯାଇଛି ବୋଲି ସେ ପ୍ରଶ୍ନ କରିବା ସହ ଏପରି ଗଣତନ୍ତ୍ର ଚଳିବ ନାହିଁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଗତକାଲି ବିଶାଲ ତାଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆଇଜିଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ବାପାଙ୍କୁ ପୁଲିସ ହତ୍ୟା କରିଥିବାବେଳେ ପୁଲିସକୁ ଦେଖିଲେ ତାଙ୍କୁ ଡର ଲାଗୁଛି ବୋଲି ସେ କହିଥିଲେ। ଆଜି ଝାରସୁଗୁଡ଼ା ଜିଲ୍ଲା କିରିମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ଅଛି। ତା’ ପୂର୍ବରୁ ବିଶାଳ ଦାସଙ୍କୁ ଅଟକ ରଖିଛି ଛତିଶଗଡ଼ ପୁଲିସ। ପୁଲିସର କାର୍ଯ୍ୟାନୁଷ୍ଠାନକୁ ବେଆଇନ ବୋଲି କହିବା ସହ ଏହାର ପ୍ରତିବାଦ କରିଛନ୍ତି ବିଶାଲ ଦାସ। ତେବେ ତାଙ୍କୁ କାହିଁକି ଅଟକ ରଖାଯାଇଛି, ସରେଇପାଲି ଥାନା ପୁଲିସର ପ୍ରତିକ୍ରିୟା ମିଳିନି।
୮ଟି ପଞ୍ଚାୟତ ବିଶିଷ୍ଟ ଏହି ପଞ୍ଚାୟତ ସମିତିରେ ସମୁଦାୟ ୮ ଜଣ ସରପଞ୍ଚ ଏବଂ ୮ ଜଣ ସମିତିସଭ୍ୟ/ସଭ୍ୟା ରହିଛନ୍ତି। ତନ୍ମଧ୍ୟରୁ ୧୨ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ସଭ୍ୟା ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଆଗତ କରିଥିବାରୁ ଶୁକ୍ରବାର ହେବାକୁ ଥିବା ସ୍ୱତନ୍ତ୍ର ବୈଠକରେ କେତେ ଜଣ ଜନ ପ୍ରତିନିଧି ଉପସ୍ଥିତ ହୋଇ ମତଦାନରେ ଭାଗ ନେଉଛନ୍ତି ତାହାରି ଉପରେ ସବୁକିଛି ନିର୍ଭରଶୀଳ।