ଭୁବନେଶ୍ୱର: ରାଜଧାନୀରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି, ଜଣେ ରାଜ୍ୟସ୍ତରରେ ଖୋଖୋ ଖେଳୁଥିବା ଯୁବତୀଙ୍କ ଅକାଳ ମୃତ୍ୟୁ ଘଟିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ, ପୁଙ୍ଖାନୁପୁଙ୍ଖ ଭାବେ ଏହାର ତଦନ୍ତ କରିବାକୁ ଉପରିସ୍ଥ ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି, ପୁରୀ ଜିଲ୍ଲା ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ । 


COMMERCIAL BREAK
SCROLL TO CONTINUE READING

ଘଟଣାଟି ଏହିପରି, ପୁରୀ ଜିଲ୍ଲା ଡ଼େଲାଙ୍ଗ ବ୍ଲକ ସୁଜନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗଦଳପୁର ଗ୍ରାମର ୨୧ ବର୍ଷିୟା ଯୁବତୀ ସରୋଜିନୀ ସୁନ୍ଦରା ଜଣେ ରାଜ୍ୟସ୍ତରୀୟ ମହିଳା ଖେଳାଳି । ସେ ରାଜ୍ୟସ୍ତରରେ ଖୋଖୋ ଓ ବକ୍ସିଙ୍ଗ୍ ଖେଳି ସୁନାମ ଅର୍ଜନ କରିଥିବା ବେଳେ ଆଜି ତାଙ୍କର ଏହି ଅକାଳ ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି । ଦୀର୍ଘ ଦେଢବର୍ଷ ହେବ ସେ ଭୁବନେଶ୍ଵରସ୍ଥିତ ଗୌତମନଗରରେ ଏକ ମେସରେ ରହୁଥିଲେ । ପାଠ ପଢିବା ସହିତ ଛୋଟ ଛୋଟ ପିଲାଙ୍କର ସ୍ପୋର୍ଟ୍ସ କୋଚ୍ ମଧ୍ୟ ଥିଲେ । ଏସବୁ ଭିତରେ ତାଙ୍କ ସହିତ ଏ ଦୁର୍ଘଟଣା ପରିବାରବର୍ଗଙ୍କୁ ଅବାକ୍ କରିଦେଇଛି । କାଲି ରାତିରେ, ତାଙ୍କ ମା’ଙ୍କ ସହିତ କଥା ହୋଇଥିଲେ କିନ୍ତୁ ଆଜି ତାଙ୍କର ମୃତ୍ୟୁ ଘଟିଛି । ସହକର୍ମୀ ମଧ୍ୟ ମୃତ୍ୟୁର କାରଣ କହି ପାରୁନଥିବା ବେଳେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଦେଇଛି । 


ପୁରୀ ଲୋକସଭା ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲରେ ମୃତକଙ୍କ ପିତାମାତାଙ୍କୁ ଭେଟି ଆଶ୍ଵାସନା ଦେବା ସହିତ ପରିବାରବର୍ଗଙ୍କୁ ସହଯୋଗ ରାଶି ପ୍ରଦାନ କରିଥିଲେ । ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ଡ଼ିସିପି ପ୍ରତୀକ କୁମାର ସିଂ ଙ୍କ ସହିତ ଯୋଗାଯୋଗ କରିଥିଲେ ଓ ତାଙ୍କ ଉଦ୍ୟମରେ ରେଡ଼କ୍ରସ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ପିପିଲି ବିଧାୟକ ଶ୍ରୀ ରୁଦ୍ର ମହାରଥୀ ମଧ୍ୟ ଗଭୀର ଶୋକବ୍ୟକ୍ତ କରି ମୃତକଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି ।


Also Read- ରାଉରକେଲାରୁ ନିର୍ବାଚନ ଲଢିବେ ଦିଲ୍ଲୀପ ରାୟ, ଟିକେଟ ଦେବ BJP !


Also Read- Puri News: ୧୦ ଏପ୍ରିଲରେ ପୁରୀ ଯାଉଛନ୍ତି କି ? ୪ ଘଣ୍ଟା ବନ୍ଦ ଜଗା ଦର୍ଶନ...