ପୁରୀ:  ଆସନ୍ତାକାଲି ୮ ମଇ ବୁଧବାର ଦିନ ବୈଶାଖ କୃଷ୍ଣ ଅମାବାସ୍ୟା ତିଥିରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥି ସହିତ ଅନବସର ପିଣ୍ଡିରେ ଅନବସର ନୀତି ସମେତ କେତେକ ଆନୁଷଙ୍ଗିକ କାର୍ଯ୍ୟ ମଧ୍ୟ ସମ୍ପାଦିତ କରାଯିବ । ତେଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ସନ୍ଧ୍ୟା ଘ.୬.୦୦ ଟିକା ଠାରୁ ରାତ୍ର ଘ.୧୨.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ବନକଲାଗି ନୀତିରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଖାର କରାଯାଇଥାଏ।  ପରମ୍ପରା ଅନୁସାରେ, ବୁଧବାର କିମ୍ବା ଗୁରୁବାର ଦିନ ମହାପ୍ରଭୁଙ୍କ ଏହି ବନକଲାଗି ନୀତି ହୋଇଥାଏ। ଦ୍ବିପହର ଧୂପ ସରିବା ପରେ, ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ।  ଦତ୍ତ ମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଠାକୁରମାନଙ୍କର ଶ୍ରୀମୁଖ ସିଂହାର କରନ୍ତି। ତିନି ଦାରୁ ମୂର୍ତ୍ତିଙ୍କ ମୁଖ ମଣ୍ତଳରେ ଶୃଙ୍ଖାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ।  ଏହି ବନକଲାଗି ନୀତି ପାଇଁ ଏକ ସ୍ବତନ୍ତ୍ର ସେବାୟତ ଗୋଷ୍ଠୀ ଅଛନ୍ତି।  ଏମାନଙ୍କୁ ଦତ୍ତ ମହାପାତ୍ର ସେବକ କୁହାଯାଏ।  ରଙ୍ଗ ପ୍ରସ୍ତୁତ କରିବା ଓ ବିଗ୍ରହ ମାନଙ୍କୁ ଲଗାଇବା ଏମାନଙ୍କ ମୁଖ୍ୟ କାମ। ରଙ୍ଗ ସହିତ କସ୍ତୁରୀ କେଶର ଭଳି ଦାମୀ ସୁବାଷିତ ପଦାର୍ଥ ବ୍ୟବହୃତ ହୋଇଥାଏ। ବଜାରରେ ମିଳୁଥିବା ରଙ୍ଗ ବନକଲାଗିରେ ବ୍ୟବହୃତ ହୁଏ ନାହିଁ। 


Also Read- Rashifal 8 May 2024: ବୁଧବାର ଦିନ ସୂର୍ଯ୍ୟଙ୍କ ପରି ଚମକିବ ଏହି ରାଶିର ଭାଗ୍ୟ, ଜାଣନ୍ତୁ ରାଶିଫଳ


Also Read- ସାଇବର ଠକ ଗ୍ୟାଙ୍ଗକୁ ଗୁଜୁରାଟରୁ ଗିରଫ କଲା କ୍ରାଇମବ୍ରାଞ୍ଚ