Odisha News: ବ୍ରହ୍ମପୁର ବନଖଣ୍ଡ ପକ୍ଷରରୁ ଗତ ୬ ତାରିଖରୁ ତିନି ଦିନ ଧରି କୁମ୍ଭୀର ଗଣନା ଜାରି ରହିଥିଲେ। ଏହି ଗଣନା ସୋମବାର ଦିନ ଶେଷ ହୋଇଛି। ବିଶେଷ କରି ବନଖଣ୍ଡ ଅଧିନରେ କୁମ୍ଭୀରଙ୍କ ପାଇଁ ସଂରକ୍ଷିତ ଥିବା ଦିଗପହଣ୍ଡି ବନାଞ୍ଚଳ ଅନ୍ତର୍ଗତ ଘୋଡାହାଡ ଜଳ ଭଣ୍ଡାର ଓ ଏହାର ଆଖ ପାଖ ପୋଖରୀ ମାନଙ୍କରେ ଏହି ଗଣନା ଜାରି ରହିଥିଲା। ଏହାକୁ ନେଇ ବିଭାଗ ପକ୍ଷରୁ ୨୦ ଗୋଟି ଟିମ ଗଠନ କରାଯାଇଥିଲା। ୧୦ଟି ଟିମ ଘୋଡାହାଡ ଜଳ ଭଣ୍ଡାର ମଧ୍ୟରେ ଗଣନାରେ ନିୟୋଜିତ ରହିଥିବା ବେଳେ ଅନ୍ୟ ୧୦ଟି ଟିମ ଏହାର ଆଖପାଖରେ ରହିଥିବା ପୋଖରୀ ଗୁଡିକରେ ନିୟୋଜିତ ରହିଥିଲେ।


COMMERCIAL BREAK
SCROLL TO CONTINUE READING

ଜଳ ଭଣ୍ଡାର ପରିସରରେ ମୋଟ ୫୭ଟି ମଗର କୁମ୍ଭୀର ରହିଥିବା ବେଳେ ବାହାର ୧୨ଟି ପୋଖରୀ ମାନଙ୍କରେ ୨୭ ଗୋଟି କୁମ୍ଭୀର ରହିଛନ୍ତି। ତେବେ ୨୦୨୨ ରେ ବନଖଣ୍ଡରେ କୁମ୍ଭୀରଙ୍କ ସଂଖ୍ୟା ୭୬ ରହିଥିବା ବେଳେ ତାହା ବୃଦ୍ଧି ପାଇ ବିଗତ ବର୍ଷ ୨୦୨୩ରେ ୮୧ରେ ପହଞ୍ଚିଥିଲା। ସେହିପରି ଚଳିତ ବର୍ଷ ଏହାର ସଂଖ୍ୟା ପହଞ୍ଚିଛି ୮୪ରେ। ଏ ନେଇ ବନଖଣ୍ଡ ଅଧିକାରୀ ସନି ଖୋଖର ସୂଚନା ପ୍ରଦାନ କରିଛନ୍ତି। ଅନ୍ୟପଟେ ଜଳଭଣ୍ଡାର ପରିସରରେ ଚଳିତ ବର୍ଷ ପାଣି କମ ଥିବାରୁ କୁମ୍ଭୀରଙ୍କ ସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ସମସ୍ତଙ୍କ ମନରେ ରହିଥିବା ବେଳେ ପାଣି କମ ଥିବାରୁ ସମସ୍ତ କୁମ୍ଭୀର ସିଧାସଲଖ ଦେଖି ହୋଇଥିଲା। ଯାହାକି ଗଣନାରେ ବହୁତ ସୁବିଧା ହୋଇଥିଲା ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।


Also Read: Jayaram Pangi: ଜୟରାମ ପାଙ୍ଗିଙ୍କୁ ନୂଆ ଦାୟିତ୍ବ