Odisha News: ମହାଷ୍ଟମୀରେ ଏଠି ଲାଠି ପୂଜାର ପରମ୍ପରା ବେଶ୍ ନିଆରା
Odisha News: କୋରାପୁଟ ଜିଲ୍ଲା ନନ୍ଦପୁରର ସଂସ୍କୃତି ଓ ପରମ୍ପରା ଅନନ୍ୟ। ଏଠାକାର ନୂଆ ଧାନ ଜୟପୁର ଗଲା ପରେ ଜୟପୁର ରାଜା ନୂଆ ଖାଇବା ପରମ୍ପରା ରହିଛି। ସେହିପରି ଏଠାରେ ଥିବା ଭୈରବୀ ମନ୍ଦିରରେ ଅଷ୍ଟମୀ ରାତିରେ (Maha Ashtami 2023) ଲାଠି ପୂଜା (lathi puja start at Jeypore) ହେବା ପରେ ନବମୀ ଦିନ ଲାଠି ଠାକୁରାଣୀଙ୍କୁ ଜୟପୁର ରାଜାଙ୍କ ନିମନ୍ତ୍ରଣ କ୍ରମେ ଜୟପୁର ନିଆଯାଏ।
(କୋରାପୁଟ,ନିରଜ ଶତପଥୀ) Odisha News: କୋରାପୁଟ ଜିଲ୍ଲା ନନ୍ଦପୁରର ସଂସ୍କୃତି ଓ ପରମ୍ପରା ଅନନ୍ୟ। ଏଠାକାର ନୂଆ ଧାନ ଜୟପୁର ଗଲା ପରେ ଜୟପୁର ରାଜା ନୂଆ ଖାଇବା ପରମ୍ପରା ରହିଛି। ସେହିପରି ଏଠାରେ ଥିବା ଭୈରବୀ ମନ୍ଦିରରେ ଅଷ୍ଟମୀ ରାତିରେ (Maha Ashtami 2023) ଲାଠି ପୂଜା (lathi puja start at Jeypore) ହେବା ପରେ ନବମୀ ଦିନ ଲାଠି ଠାକୁରାଣୀଙ୍କୁ ଜୟପୁର ରାଜାଙ୍କ ନିମନ୍ତ୍ରଣ କ୍ରମେ ଜୟପୁର ନିଆଯାଏ। ଏଠାକାର ଏହି ଲାଠି ଠାକୁରାଣୀ ପୂଜା ପରମ୍ପରା ରାଜା ରାଜୁଡ଼ା ଅମଳରୁ ଚାଲି ଆସିଛି। ଜୟପୁର ରାଜ୍ୟର ରାଜଧାନୀ ରୂପେ ପରିଚିତ ନନ୍ଦପୁର ଅଞ୍ଚଳରେ ରହିଛି କୁଟୁଣିମାଳ ପାହାଡ। ଏହି ପାହାଡ ଉପରେ ନନ୍ଦପୁର ରାଣୀ ଧାନ କୁଟୁଥିବା ସ୍ଥାନ ରହିଛି। ଯେଉଁଠାରେ ପ୍ରଥମ ଧାନ ରୋପଣ କରା ଯାଇଥାଏ। ଏହି ସ୍ଥାନକୁ ଦେଖିବା ପାଇଁ ଦୂର ଦୁରାନ୍ତରୁ ଅନେକ ପର୍ଯ୍ୟଟକ ଆସନ୍ତି। ପ୍ରଥମେ ପାହାଡ ଚଢ଼ିବାକୁ ପଡ଼ିଥିଲା। କିନ୍ତୁ ଏବେ ପକ୍କା ରାସ୍ତା ନିର୍ମାଣ ହୋଇଛି। ଏଠାରେ ହୋଇଥିବା ପ୍ରଥମ ଧାନକୁ ଦଶହରା ଦିନ ଜୟପୁର ରାଜାଙ୍କୁ ଭେଟି ଦିଆଯାଏ। ରାଜା ପରିବାର ଏହି ଧାନରୁ ନୂଆ ଖାଇବା ପରମ୍ପରା ରହି ଆସିଛି।
ଅଷ୍ଟମୀ ଦିନ ନନ୍ଦପୁର ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରୁ ଗ୍ରାମ ଦେବୀ ଙ୍କ ପ୍ରତୀକ ରୂପେ ଲାଠି ଠାକୁରାଣୀଙ୍କୁ ଗ୍ରାମର ମୁଖିଆ ମାନେ ଧରି ଆଣନ୍ତି। ଭୈରବୀ ମନ୍ଦିରରେ ପୂଜା କରା ଯାଇଥାଏ। ପରେ ନିଜ ନିଜ ଗ୍ରାମର ଗ୍ରାମଦେବିଙ୍କ ନିକଟରେ ଲାଠି ପୂଜା ପାଇବା ପରେ ନନ୍ଦପୁର କୁ ଗାଆଁ ମୁଖିଆ କିମ୍ବା ପୂଜାରୀ ମାନେ ଧରି ଆଣନ୍ତି। ନନ୍ଦପୁର ଠାରେ ପୁଣି ଥରେ ଲାଠି ପୂଜା କରିବା ସହିତ ନୂଆ ଧାନ, ପାଟ ଖଣ୍ଡା ଆଦି ଧରି ଜୟପୁର ରାଜାଙ୍କ ନିମନ୍ତ୍ରଣ କ୍ରମେ ଜୟପୁର ଅଭିମୁଖେ ଯାତ୍ରା କରିବା ପରମ୍ପରା ରାଜା ରାଯୁଡ଼ା ଅମଳରୁ ଚାଲି ଆସିଛି। ଜୟପୁରରେ ଅନୁଷ୍ଠିତ ବିଜୟା ଦଶମୀରେ ଏହି ଲାଠି ଠାକୁରାଣୀ ସ୍ଥାନିତ ହୋଇ ଥାଆନ୍ତି। ଦଶହରା ସମୟରେ ନନ୍ଦପୁର ଉତ୍ସବ ମୁଖର ହୋଇ ଉଠେ। ବିଶେଷ କରି ଅଷ୍ଟମୀ ଓ ନବମୀ ଦିନ ଏଠାରେ ପରମ୍ପରା ଅନୁଯାୟୀ ଯେଉଁ ପୂଜାର୍ଚ୍ଚନା କରାଯାଏ ତାହା ଇତିହାସ ସହିତ ଜଡ଼ିତ ଥିବାରୁ ଅନେକ ପର୍ଯ୍ୟଟକ ଓ ବୁଦ୍ଧିଜୀବୀଙ୍କୁ ନନ୍ଦପୁର ଆକର୍ଷିତ କରିଥାଏ।