MLA Pratap Jena: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣା ମାମଲାରେ ବିଧାୟକ ପ୍ରତାପ ଜେନାଙ୍କୁ ସ୍ୱତନ୍ତ୍ର ମେସେଞ୍ଜର ମାଧ୍ୟମରେ ସମନ୍ ଜାରି ପାଇଁ ସାଲେପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବା JMFC କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗକାରୀ ରଣଜିତ୍ ବରାଳଙ୍କ ତରଫରୁ ଦାୟର ଆବେଦନକୁ ଅଦାଲତ ଗ୍ରହଣ କରିବା ସହିତ ଏଥିପାଇଁ ଆବ୍ୟଶକ ଅର୍ଥ ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗକାରୀ ବରାଳଙ୍କ ତରଫରୁ ଏ ବାବଦ ଅର୍ଥ ଜମା କରାଯିବା ସହିତ ସମନ ଜାରି ପାଇଁ ଆବଶ୍ୟକ ନଥି ପତ୍ର ଦାଖଲ କରାଯାଇଥିଲା। 


COMMERCIAL BREAK
SCROLL TO CONTINUE READING

ଏହାପରେ ଅଦାଲତ ସ୍ୱତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ବିଧାୟକ ପ୍ରତାପ ଜେନାଙ୍କୁ  ନୋଟିସ ଜାରି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତରେ ବିଧାୟକ ପ୍ରତାପ ଜେନା ଅକ୍ଟୋବର ୩୧ରେ ହାଜର ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏଠାରେ କହିରଖୁଛୁ ଯେ, ସ୍ୱତନ୍ତ୍ର ମେସେଞ୍ଜରଙ୍କ ମାଧ୍ୟମରେ ସମନ ଜାରିର ଅର୍ଥ ଅଦାଲତଙ୍କ କର୍ମଚାରୀ ନିଜେ ଯାଇ ବିଧାୟକ ପ୍ରତାପ ଜେନାକୁ କୋର୍ଟଙ୍କ ସମନ୍ ପ୍ରଦାନ କରିବେ। 


ସୂଚନାଯୋଗ୍ୟ, ବିଧାୟକଙ୍କ ବିରୋଧରେ IPC ଧାରା ୩୦୨ (ହତ୍ୟା), ୧୨୦ ବି ( ଅପରାଧିକ ଷଡଯନ୍ତ୍ର, ୫୦୬ (ହତ୍ୟା ଧମକ) ରେ ସାଲେପୁର ଜେଏମଏଫସି ଅଦାଲତ ୨୦୨୩ ସେପ୍ଟେମ୍ବର ୨୫ରେ କଗନିଜାନ୍ସ ଗ୍ରହଣ କରିଥିଲେ। ଅଭିଯୋଗକାରୀ ଓ ସାକ୍ଷୀଙ୍କ ବୟାନ ଅନ୍ୟାନ୍ୟ ଏଭିଡେନ୍ସ ବା ପ୍ରମାଣ ପତ୍ର ରେକର୍ଡରୁ ବିଧାୟକ ପ୍ରତାପ ଜେନାଙ୍କ ବିରୋଧରେ ଆଇପିସିର (IPC) ଦଫା ୩୦୨, ୧୨୦ ବି, ୫୦୬ ରେ ଆପାତତଃ ମାମଲା ହେଉଛି ବୋଲି ଅଦାଲତ ସୂଚାଇ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥିଲେ। ସେପଟେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଆଗେଇବା ପାଇଁ ପ୍ରମାଣଯୋଗ୍ୟ ଉପାଦାନ ରହିଥିବାରୁ ବିଧାୟକଙ୍କୁ ସମନ ଜାରି ପାଇଁ ଆବଶ୍ୟକ କାଗଜ ପତ୍ର ଦାଖଲ ପାଇଁ ଅଭିଯୋଗକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। 


ପ୍ରକାଶ ଯେ, ୨୦୨୧ ଜାନୁଆରୀ ୨ ତାରିଖରେ ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା ଘଟଣାରେ ତଦନ୍ତ କରି ପୋଲିସ ଯେଉଁ ଚାର୍ଜସିଟ ଦାଖଲ କରିଥିଲା ସେଥିରୁ ତତ୍କାଳିନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ (MLA Pratap Jena) ନାମ ସ୍ଥାନ ପାଇନଥିଲା। ଏତଲାରେ ପ୍ରତାପ ଜେନାଙ୍କ ନାଁ ଥିବା ବେଳେ ଚାର୍ଜସିଟ ରୁ ତାଙ୍କୁ ବାଦ୍ ଦିଆଯାଇଥିଲା।  ପୋଲିସର ଚାର୍ଜସିଟ୍ ବିରୋଧରେ ଏତଲାକାରୀ ରମାକାନ୍ତ ବରାଳଙ୍କ ପକ୍ଷରୁ ପ୍ରୋଟେଷ୍ଟ ପିଟିସନ ସାଲେପରୁ JMFC ଅଦାଲତରେ ଦାଖଲ ହୋଇଥିଲା। ଅଦାଲତ ପିଟିସନର ଶୁଣାଣି କରି ଘଟଣାର ସାନି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାର ତ୍ୱରିତ ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଆଇଆଇସିଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। 


Also Read: Weather Update: ଫେରିଯିବ ମୌମୁମୀ, ଆଜି ହୋଇପାରେ ଏହି ସବୁ ଜିଲ୍ଲାରେ ବର୍ଷା


Also Read: MP Raghav Chadha: ବିବାହର କିଛିଦିନ ପରେ ରାଘବକୁ କୋର୍ଟଙ୍କ ଝଟକା, ଖାଲି କରିବେ ସରକାରୀ ବଙ୍ଗଳା !


Also Read: Asian Games 2023: ଇତିହାସ ରଚିଲା ଭାରତ, ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦୦