Asian Games 2023: ଇତିହାସ ରଚିଲା ଭାରତ, ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦୦
Advertisement
Article Detail0/zeeodisha/odisha1903905

Asian Games 2023: ଇତିହାସ ରଚିଲା ଭାରତ, ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦୦

Asian Games 2023: ୧୯୫୧ ମସିହାରେ ଭାରତ ମାତ୍ର ୫୧ ଟି ପଦକ ହାସଲ କରିଥିଲା । ତେବେ ଦୀର୍ଘ ୭୨ ବର୍ଷ ପରେ  ଭାରତ ର ପଦକ ସଂଖ୍ୟା ୧୦୦ କୁ ଛୁଇଁଛି । ଏହା ସାରା ଦେଶ ପାଇଁ ଗର୍ବର ବିଷୟ । ଆସନ୍ତାକାଲି ଉଦଯାପନୀ ଉତ୍ସବ ଥିବା ବେଳେ ଭାରତ ପାଖାପାଖି ୧୦୬ ପଦକ ହାସଲ କରିବା ନେଇ ଆକଳନ କରାଯାଉଛି।

 

Asian Games 2023: ଇତିହାସ ରଚିଲା ଭାରତ, ଏସୀୟ କ୍ରୀଡାରେ ଭାରତର ପଦକ ସଂଖ୍ୟା ୧୦୦

Asian Games 2023: ଭାରତ ଏସିଆନ ଗେମସ୍ ୨୦୨୩ରେ ଇତିହାସ ରଚିଛି। ଶହେ ମେଡାଲ ହାସଲ କରି ଭାରତ ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ଏବେ ସୁଦ୍ଧା ଏହି ଶହେ ପଦକ ମଧ୍ୟରେ ୨୫ଟି ସ୍ୱର୍ଣ୍ଣ ପଦକ ରହିଛି। ଫାଇନାଲରେ ଚାଇନାର ତାଇପେଇକୁ ପରାସ୍ତ କରି ଭାରତର ମହିଳା କବାଡି ଦଳ ଏହାର ଶହେ ତମ ପଦକ ହାସଲ କରିଛି। ମହିଳା କବାଡିର ଅନ୍ତିମ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ଥିଲା । ଭାରତ ଏହାକୁ ୨୬-୨୪ ସ୍କୋରରେ ଜିତିନେଇଛି। ଶନିବାର ସକାଳେ ଟିମ୍ ଇଣ୍ଡିଆ ପାଇଁ ପ୍ରଦର୍ଶନ ଖୁବ୍ ଭଲ ଥିଲା। ତୀରନ୍ଦାଜରେ ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲା । ଏହା ସହିତ ଗୋଟିଏ ରୌପ୍ୟ ଏବଂ ଅନ୍ୟ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ରହିଛି।

ଭାରତ ୨୫ଟି ସୁନା ପଦକ ସହ ୧୦୦ ମେଡାଲ ଜିତିଛି
ଭାରତୀୟ ଖେଳାଳିମାନେ ଏସିଆନ୍ ଗେମ୍ସ ୨୦୨୩ରେ ଶହେ ପଦକ ଜିତି (India Won Hundred Medals) ଇତିହାସ ସୃଷ୍ଟି କରିଛନ୍ତି । ଟିମ୍ ଇଣ୍ଡିଆ ମୋଟ ୨୫ଟି ସ୍ୱର୍ଣ୍ଣ ପଦକ ଜିତିଛି। ଏଥିପାଇଁ ଖେଳାଳିମାନେ ଶନିବାର ସକାଳେ ତୀରନ୍ଦାଜରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲେ। ଏହା ସହିତ ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ମଧ୍ୟ ଜିତିଥିଲେ । କ୍ରିକେଟ୍, ହକି, ସ୍କ୍ୱାସ୍, ଜାଭେଲିନ୍ ଏବଂ ଶୁଟିଂ ସମେତ ସମସ୍ତ କ୍ରୀଡ଼ାରେ ଭାରତ ସ୍ୱର୍ଣ୍ଣ ଜିତିଛି। ତେବେ କୁହାଯାଉଛି ଦୀର୍ଘ ୭୨ ବର୍ଷ ପରେ ଭାରତ ପୁଣିଥରେ ୧୦୦ ପଦକ ହାସଲ କରିଛି। ଆସନ୍ତାକାଲି ଏସିଆନ ଗେମ୍ସର (Asian Games 2023) ଉଦଯାପନୀ ଥିବା ବେଳେ ଭାରତ ପାଖାପାଖି ୧୦୫ ରୁ ୧୦୬ ପଦକ ହାସଲ କରିବା ନେଇ ଆକଳନ କରିଛନ୍ତି କ୍ରୀଡା ସମୀକ୍ଷକ । 

ଭାରତୀୟ ତୀରନ୍ଦାଜରେ ଭାରତକୁ ସ୍ୱର୍ଣ୍ଣ
ଚୀନ ଓ ଦକ୍ଷିଣ କୋରିଆର ଶକ୍ତିଶାଳୀ ଖେଳାଳିଙ୍କୁ ପଛରେ ପକାଇଛନ୍ତି ଭାରତୀୟ ଖେଳାଳି । ସବୁ କ୍ରୀଡାରେ ଭାରତୀୟ ଖେଳାଳି ନିଜର ପରାକାଷ୍ଠା ଦେଖାଇଛନ୍ତି। ଶନିବାର ସକାଳ ସମୟରେ ତୀରନ୍ଦାଜରେ ଭାରତ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିଲା।  ଓଜସ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଅଭିଷେକ ଭର୍ମାଙ୍କୁ 149-147 ରେ ପରାସ୍ତ କରିଥିଲେ। ଏହି ବିଜୟ ସହିତ ଓଜାସ୍ ସ୍ୱର୍ଣ୍ଣ ଜିତିଥିଲେ । ଅଭିଷେକ ରୌପ୍ୟ ପଦକ ପାଇଥିଲେ। କମ୍ପାଉଣ୍ଡ ମହିଳା ବର୍ଗର  ତୀରନ୍ଦାଜ ପ୍ରତିଯୋଗୀତାରେ ଭାରତୀୟ ତୀରନ୍ଦାଜ  ଜ୍ୟୋତି ସୁରେଖା ଭିନମ୍‍ଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି। ସେ ଦକ୍ଷିଣ କୋରିଆର (South Korea) ସୋ ଚାଇଓ୍ୱନଙ୍କୁ ୧୧୯-୧୧୬ରେ ହରାଇଛନ୍ତି। ଜ୍ୟୋତିଙ୍କ ସହ ଆଜି ସକାଳୁ ଚୀନ୍‍ର ହ୍ୱାଙ୍ଗଝାଉଠାରେ ଆୟୋଜିତ ଏସୀୟ କ୍ରୀଡ଼ାର ୧୪ତମ ଦିବସରେ ଭାରତର ଅଦିତି ସ୍ୱାମୀ କମ୍ପାଉଣ୍ଡ ମହିଳା ବର୍ଗର  ତୀରନ୍ଦାଜ ପ୍ରତିଯୋଗୀତାର ଇଣ୍ଡିଭିଜୁଆଲ୍‍ ବ୍ରୋଞ୍ଜ ଅର୍ଜନ କରିଛନ୍ତି। ସେହିପରି ଶନିବାର ଆଦିତି ଭାରତକୁ ପ୍ରଥମ ପଦକ ଦେଇଥିଲେ। ସେ ବ୍ରୋଞ୍ଜ ଜିତିଥିଲେ। ଜ୍ୟୋତି ଓଜାସ୍ ସହିତ ମିଶ୍ରିତ ଦଳ ଇଭେଣ୍ଟରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସେ ଭାରତକୁ ସୁନା ପଦକ ଭେଟି ଦେଇଥିଲେ।

Also Read: Pakistan vs Netherlands: ବିଜୟ ସହ ବିଶ୍ୱକପ୍ ଆରମ୍ଭ କଲା ପାକିସ୍ତାନ, ପ୍ରଥମ ମ୍ୟାଚରେ ନେଦରଲ୍ୟାଣ୍ଡକୁ କଲା ପରାସ୍ତ