ମାଲକାନାଗିରି: ମାଲକାନଗିରି ଜିଲ୍ଲାରେ ସମସ୍ତ ପୋଲ ଏବଂ ରାସ୍ତା ଉପରୁ ପାଣି ଖସିଛି। ପରିସ୍ଥିତି ନିୟନ୍ତ୍ରଣ, ପୋଟେରୁ ପୋଲ ଧୋଇବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୪୮ଘଣ୍ଟା ପରେ ମଧ୍ୟ ପୋଟେରୁ ପୋଲ ଧୋଇ ହୋଇଯାଇଥିବାରୁ ମାଲକାନଗିରିରୁ ମୋଟୁକୁ ଏପର୍ଯ୍ୟନ୍ତ ଯୋଗାଯୋଗ ସ୍ଵାଭାବିକ ହୋଇପାରିନାହିଁ। ସେପଟେ ଆଜି ବନ୍ୟା କ୍ଷତିଗ୍ରସ୍ତଙ୍କ ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ଦୀର୍ଘ ୪୮ଘଣ୍ଟା ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ବେହାଲ ହୋଇପଡିଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡିଛି।


COMMERCIAL BREAK
SCROLL TO CONTINUE READING

ସେହିପରି ବାୟାପଡା ଘାଟିରେ ଭୂସ୍ଖଳନ ଯୋଗୁଁ ଏବେବି ଘାଟି ଉପରେ ଥିବା ୧୮ଟି ଗାଁ ବିଚ୍ଛିନ୍ନ ହୋଇ ରହିଛି। କିନ୍ତୁ ମାଲକାନଗିରି, ଜୟପୁର, କାଲିମେଳା ଏବଂ ମୋଟୁକୁ ଯୋଗାଯୋଗ ସ୍ଵାଭାବିକ ହୋଇଛି। ପୋଟେରୁ ସେତୁରp ମରାମତି ପରେ ଯାତାୟାତ ସ୍ଵାଭାବିକ ହେବ ବୋଲି ଜଣାପଡିଛି। 


ସେପଟେ ଆଜି ବନ୍ୟା କ୍ଷତିଗ୍ରସ୍ତଙ୍କ ଆକଳନ ପ୍ରକ୍ରିୟା ଆରମ୍ଭ ହେବ। ଦୀର୍ଘ ୪୮ ଘଣ୍ଟା ଧରି ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ସମ୍ପୂର୍ଣ୍ଣ ବେହାଲ ହୋଇପଡିଥିଲା। ମଙ୍ଗଳବାର ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ଵତନ୍ତ୍ର ଟିମ୍ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ କ୍ଷୟକ୍ଷତି ଆକଳନ କରି ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିବା ଜଣାପଡିଛି।