Entertainment News: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ
Advertisement
Article Detail0/zeeodisha/odisha2437142

Entertainment News: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ

Entertainment: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର। ଚାଲିଗଲେ ଆଉ ଜଣେ ପ୍ରଯୋଜକ ତଥା ସଂଗୀତଜ୍ଞ (ମ୍ୟୁଜିକ୍ କମ୍ପୋଜର) ହିମେଶ ରଶେମିୟାଙ୍କ ବାପା ଭିପିନ୍ ରେଶମିଆ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।  

Entertainment News: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର, ଚାଲିଗଲେ ହିମେଶ ରେଶମିଆଙ୍କ ବାପା ବିପିନ ରେଶମିଆ

Entertainment: ସଙ୍ଗୀତ ଜଗତରୁ ଆସିଲା ଦୁଃଖଦ ଖବର। ଚାଲିଗଲେ ଆଉ ଜଣେ ପ୍ରଯୋଜକ ତଥା ସଂଗୀତଜ୍ଞ (ମ୍ୟୁଜିକ୍ କମ୍ପୋଜର) ହିମେଶ ରଶେମିୟାଙ୍କ ବାପା ଭିପିନ୍ ରେଶମିଆ। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।  ଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗ ଓ ନିଶ୍ବାସ ନେବାର ସମସ୍ୟା ଦେଖାଦେବାରୁ ପରିବାର ଲୋକେ ତାଙ୍କୁ ମୁମ୍ବାଇର ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ହୋଇଛି। ଭିପିନ୍ ରେଶମିଆଙ୍କ ଦେହାନ୍ତ ନେଇ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।  

ALSO READ: Nisa Moharana Viral Video: ଯାତ୍ରା ଅଭିନେତ୍ରୀ ନିଶାଙ୍କୁ ପ୍ରେମରେ ଧୋକା ଦେଲା କିଏ? ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଭିଡିଓ

ସୂଚନା ଅନୁସାରେ,   କଣ୍ଠଶିଳ୍ପୀ ହିମେଶ ରେଶମିଆଙ୍କ ପିତା ଦିର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ଏନେଇ ଦିର୍ଘ ଦିନ ହେବ ମୁମ୍ବାଇର କୋକିଲାବେନ୍ ଧୀରୁବାଇ ଅମ୍ବାନୀ ହସପିଟାଲରେ ଚିକିତ୍ସିତ ହେଉଥିଲେ। କିନ୍ତୁ ଗତକାଲି ତାଙ୍କର ସ୍ବାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିଲା। ଆଜି ମୁମ୍ବାଇର ଜୁହୁରେ ତାଙ୍କର ଅନ୍ତିମ ସଂସ୍କାର। ପିତାଙ୍କ ମୃତ୍ୟୁ ନେଇ ଭାଙ୍ଗିପଡିଛନ୍ତ ପୁଅ ହିମେଶ ରେଶମିଆ। ଅନେକ ସେଲିବ୍ରେଟି ତାଙ୍କର ମୃତ୍ୟୁ ନେଇ ସୋସିଆଲ୍ ମିଡ଼ିଆରେ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। 

ତେବେ,ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଭିପିନ୍ ରେଶମିଆ ୧୯୪୦ ମସିହା ମେ ୫ ତାରିଖରେ ଗୁଜୁରାଟ୍ ରେ ରାଜୁଲ୍ ରେ ଜନ୍ମ ଗ୍ରହଣ କରିଥିଲେ। ସଙ୍ଗୀତ ଜଗତ ପାଇଁ ତାଙ୍କର ରହିଛି ଅତୁଳନୀୟ ଅବଦାନ ରହିଛି । ସେ ଜଣେ ସଙ୍ଗୀତଜ୍ଞ ହେବା ବ୍ୟତିତ ଜଣେ ଫିଲ୍ମ ନିର୍ମାତା ମଧ୍ୟ ଥିଲେ।  'ଇନସାଫ୍  କି ଜଙ୍ଗ୍'(୧୯୮୮), 'ଦି ଏକ୍ସପୋଜ୍' (୨୦୧୪) ଓ 'ତେରା ସୁରୁରୁ'  (୨୦୧୬) ଏହିସବୁ ଫିଲ୍ମ ଗୁଡିକର ନିର୍ମାତା ଥିଲେ।