Mamata Mahanta: ଭୁବନେଶ୍ୱର: ରାଜ୍ୟସଭାକୁ ନିର୍ବାଚିତ ହେଲେ ମମତା ମହନ୍ତ। ନିର୍ବାଚନ ଅଧିକାରୀଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କଲେ ମମତା। ଏଥି ପାଇଁ ବିଜେପିର କେନ୍ଦ୍ର ଏବଂ ରାଜ୍ୟ ନେତୃତ୍ବକୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଡବଲ ଇଞ୍ଜିନ ସରକାରରେ ସ୍ବର ଦ୍ଵିଗୁଣିତ ହେବ। ପୂର୍ବ ତୁଳନାରେ ଅଧିକ କାମ ହେବ। ପୂର୍ବରୁ ଆଞ୍ଚଳିକ ଦଳରେ କାମ କରୁଥିଲି ଏବେ ଜାତୀୟ ଦଳରେ ଅଛି କାମ ଅଧିକ ହେବ। ବିଜେପି କୁ ଆସୁ ଆସୁ ମୋର ଚାରୋଟି ରେଳ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇସାରିଛି। ଆଗକୁ ମୟୁରଭଞ୍ଜ ବାସୀ ଏବଂ କୁଡମୀ ସମ୍ପ୍ରଦାୟ ଏବଂ ରାଜ୍ୟ ବାସୀଙ୍କ ସ୍ବର ରାଜ୍ୟ ସଭାରେ ଉଠାଇବି।


COMMERCIAL BREAK
SCROLL TO CONTINUE READING

କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ ହେଉଛନ୍ତି ମମତା ମହାନ୍ତ। ୨୦୨୦ ମସିହାରେ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥା’ନ୍ତା। ତେବେ କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ସହିତ ବିଜେଡିରୁ ଇସ୍ତଫା ଦେଇଥିଲେ। ଏହା ପରେ ସେ ବିଜେଡି ଉପରେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ଏମିତିକି ତାଙ୍କୁ ନିର୍ବାଚନ ପରେ ବିଜେଡିରୁ ବାହାର କରି ଦେବାକୁ ଧମକ ଦିଆଯାଇଥିଲା। ବିଜେଡି ଛାଡ଼ିବା ପର ଦିନ ଅର୍ଥାତ୍ ଅଗଷ୍ଟ ୧ ତାରିଖରେ ସେ ବିଜେପିରେ ମିଶିଥିଲେ।